/odisha-reporter/media/post_attachments/uploadimage/library/16_9/16_9_0/IMAGE_1712655391.jpg)
Birender Singh
ହରିଆଣାରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଲାଗିଛି ଜୋରଦାର ଝଟ୍କା। କଂଗ୍ରେସରୁ ବିଜେପିରେ ମିଶିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହଙ୍କ ହୋଇଛି ଘର ବାହୁଡା। ମଙ୍ଗଳବାର ସେ ନିଜ ପତ୍ନୀ ପ୍ରେମଲତାଙ୍କ ସହ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି। ବିରେନ୍ଦ୍ର ସିଂହ ୧୦ ବର୍ଷ ପରେ ପୁଣି ଥରେ କଂଗ୍ରେସକୁ ଫେରିଛନ୍ତି।
ହରିଆଣାର ବରିଷ୍ଠ ଜାଟ ନେତା ତଥା ୨୦୧୬-୧୯ ପର୍ଯ୍ୟନ୍ତ ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ବିରେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀ ସୋମବାର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଦଳ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପାଖକୁ ପଠାଇଥିଲେ। ଏହାପରେ ମଙ୍ଗଳବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଭୟ ବିରେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀ ପ୍ରେମଲତା କଂଗ୍ରେସରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ସାଂସଦ ଥିବା ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂହ ମଧ୍ୟ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ।
ସେ କଂଗ୍ରେସରେ ଯୋଗ ଦେବା ପରେ ବିରେନ୍ଦ୍ର ସିଂହ କହିଛନ୍ତି, ଏଥିରା ଇଣ୍ଡି ଆଲାଏନ୍ସ ଜିତିବ। ଦେଶରେ କଂଗ୍ରେସର ଭବିଷ୍ୟତ ପୁଣିଥରେ ଉଜ୍ୱଳ ହେବାକୁ ଯାଉଛି। ୪୦୦ ପାର୍ ନାରା କେବଳ ଏକ ଜୁମ୍ଲା ବା ଢ଼େଗ। ପବନର ବେଗ କେତେ ସ୍ପିଡ୍ରେ କେଉଁ ଆଡେ ଯାଉଛି ତାହା ସମୟ କହିବ।
#WATCH | Former BJP leaders Chaudhry Birender Singh and his wife Premlata Singh join the Congress Party, in Delhi
Their son and former BJP leader Brijendra Singh had joined the Congress Party recently. pic.twitter.com/cV0EGeOtoW
— ANI (@ANI) April 9, 2024
ଏଥିସହ ଆୟକର ବିଭାଗ ତରଫରୁ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ପ୍ରସଙ୍ଗରେ ସେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଏହି ମାମଲା ପୁରୁଣା, ଯଦି କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବାର ଥିଲା ତେବେ ବହୁ ଆଗରୁ କରାଯାଇପାରିଥାନ୍ତା। ହେଲେ ଏବେ ନିର୍ବାଚନ ଥିବା ବେଳେ ଆୟକର ବିଭାଗ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏଭଳି କରିଛି।
ବିରେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀ ପ୍ରେମଲତା କଂଗ୍ରେସରେ ଯୋଗ ଦେବା ପରେ ହରିଆଣା ବିଜେପିରେ ହଇଚଇ ସୃଷ୍ଟି ହୋଇଛି। ହରିଆଣା ବିଜେପିର ୪ରୁ ୫ ବିଧାୟକ ଚୌଧୁରୀ ବିଜେନ୍ଦ୍ର ସିଂହଙ୍କ ସମ୍ପର୍କରେ ଅଛନ୍ତି। ସେମାନେ ମଧ୍ୟ ଦଳ ଛାଡି କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ବିରେନ୍ଦ୍ର ସିଂହଙ୍କ କଂଗ୍ରେସରେ ଯୋଗ ଦେବା ବିଜେପି ପାଇଁ ଅଡୁଆ ବଢ଼ାଇ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
