Advertisment

ବିଜେପିକୁ ଝଟ୍‌କା, ୧୦ ବର୍ଷ ପରେ କଂଗ୍ରେସକୁ ଫେରିଲେ ବିରେନ୍ଦ୍ର ସିଂହ

ବିରେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀ ସୋମବାର ବିଜେପିରୁ ଇସ୍ତଫା ଦେଇଥିଲେ।

Birender Singh

Birender Singh

Advertisment

ହରିଆଣାରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଲାଗିଛି ଜୋରଦାର ଝଟ୍‌କା। କଂଗ୍ରେସରୁ ବିଜେପିରେ ମିଶିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହଙ୍କ ହୋଇଛି ଘର ବାହୁଡା। ମଙ୍ଗଳବାର ସେ ନିଜ ପତ୍ନୀ ପ୍ରେମଲତାଙ୍କ ସହ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି। ବିରେନ୍ଦ୍ର ସିଂହ ୧୦ ବର୍ଷ ପରେ ପୁଣି ଥରେ କଂଗ୍ରେସକୁ ଫେରିଛନ୍ତି।

Advertisment

ହରିଆଣାର ବରିଷ୍ଠ ଜାଟ ନେତା ତଥା ୨୦୧୬-୧୯ ପର୍ଯ୍ୟନ୍ତ ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ବିରେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀ ସୋମବାର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଦଳ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପାଖକୁ ପଠାଇଥିଲେ। ଏହାପରେ ମଙ୍ଗଳବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଭୟ ବିରେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀ ପ୍ରେମଲତା କଂଗ୍ରେସରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ସାଂସଦ ଥିବା ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂହ ମଧ୍ୟ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ।

ସେ କଂଗ୍ରେସରେ ଯୋଗ ଦେବା ପରେ ବିରେନ୍ଦ୍ର ସିଂହ କହିଛନ୍ତି, ଏଥିରା ଇଣ୍ଡି ଆଲାଏନ୍ସ ଜିତିବ। ଦେଶରେ କଂଗ୍ରେସର ଭବିଷ୍ୟତ ପୁଣିଥରେ ଉଜ୍ୱଳ ହେବାକୁ ଯାଉଛି। ୪୦୦ ପାର୍‌ ନାରା କେବଳ ଏକ ଜୁମ୍‌ଲା ବା ଢ଼େଗ। ପବନର ବେଗ କେତେ ସ୍ପିଡ୍‌ରେ କେଉଁ ଆଡେ ଯାଉଛି ତାହା ସମୟ କହିବ।

Advertisment

ଏଥିସହ ଆୟକର ବିଭାଗ ତରଫରୁ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ପ୍ରସଙ୍ଗରେ ସେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଏହି ମାମଲା ପୁରୁଣା, ଯଦି କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବାର ଥିଲା ତେବେ ବହୁ ଆଗରୁ କରାଯାଇପାରିଥାନ୍ତା। ହେଲେ ଏବେ ନିର୍ବାଚନ ଥିବା ବେଳେ ଆୟକର ବିଭାଗ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏଭଳି କରିଛି।

ବିରେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀ ପ୍ରେମଲତା କଂଗ୍ରେସରେ ଯୋଗ ଦେବା ପରେ ହରିଆଣା ବିଜେପିରେ ହଇଚଇ ସୃଷ୍ଟି ହୋଇଛି। ହରିଆଣା ବିଜେପିର ୪ରୁ ୫ ବିଧାୟକ ଚୌଧୁରୀ ବିଜେନ୍ଦ୍ର ସିଂହଙ୍କ ସମ୍ପର୍କରେ ଅଛନ୍ତି। ସେମାନେ ମଧ୍ୟ ଦଳ ଛାଡି କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ବିରେନ୍ଦ୍ର ସିଂହଙ୍କ କଂଗ୍ରେସରେ ଯୋଗ ଦେବା ବିଜେପି ପାଇଁ ଅଡୁଆ ବଢ଼ାଇ ଦେଇଛି। 

Bjp Congress Haryana News Former BJP Leaders Chaudhry Birender Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe