Advertisment

ପୂର୍ବତନ ବିଜେପି ସାଂସଦଙ୍କ ଗମ୍ଭୀର ଆରୋପ- ମୋ’ପୁଅକୁ ଛୁଇଁଲେନି ଡାକ୍ତର, ଚାଲିଗଲା ଜୀବନ

‘ଠିକ୍‌ ସମୟରେ ମୋ’ ପୁଅକୁ ଚିକିତ୍ସା ମିଳିଲା ନାହିଁ। ଡାକ୍ତର ମୋ’ ପୁଅକୁ ଛୁଇଁଲେ ବି ନାହିଁ। ତେଣୁ ଅକାଳରେ ଚାଲିଗଲା ମୋ’ ପୁଅ । ’

Former BJP MP

Former BJP MP

Advertisment

‘ଠିକ୍‌ ସମୟରେ ମୋ’ ପୁଅକୁ ଚିକିତ୍ସା ମିଳିଲା ନାହିଁ। ଡାକ୍ତର ମୋ’ ପୁଅକୁ ଛୁଇଁଲେ ବି ନାହିଁ। ତେଣୁ ଅକାଳରେ ଚାଲିଗଲା ମୋ’ ପୁଅ । ’ ଏପରି କହି ଉତ୍ତରପ୍ରଦେଶର ପିଜିଆଇ ମେଡିକାଲ ପରିସରରେ ମୁଣ୍ଡ ପିଟି କାନ୍ଦୁଥିଲେ ଜଣେ ପୂର୍ବତନ ସାଂସଦ। ଏହି ସାଂସଦଜଣକ ଭୈରା ପ୍ରସାଦ ମିଶ୍ରା ବୋଲି ଜଣାଯାଇଛି। ମେଡିକାଲ ଡାଇରେକ୍ଟରଙ୍କ ନିର୍ଦ୍ଦେଶାନୁସାରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisment

ଉତ୍ତରପ୍ରଦେଶର ଚିତ୍ରକୁଟ ବାସିନ୍ଦା ଭୈରା ପ୍ରସାଦ ମିଶ୍ରା ବାନ୍ଦା ୨୦୧୪ ମସିହାରେ ବିଜେପି ଟିକେଟରେ ଜିତି ଲୋକସଭା ଯାଇଥିଲେ। ତାଙ୍କ ପୁଅ ପ୍ରକାଶ ମିଶ୍ରା କିଛି ଦିନ ହେବ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ପିଜିଆଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା।

ମାତ୍ର ଅବସ୍ଥା ଅଧିକ ଖରାପ ହେବାରୁ ପୂର୍ବତନ ସାଂସଦ ନିଜ ପୁଅଙ୍କୁ ଧରି ରାତିରେ ମେଡିକାଲର ଏମରଜେନ୍ସିରେ ପହଞ୍ଚିଥିଲେ। ସେଠାରେ କାର୍ଯ୍ୟରତ ଥିବା ଡାକ୍ତର କିନ୍ତୁ ତାଙ୍କୁ ଆଡମିଟ କରାଇ ଦେଇ ନ ଥିବା ପୂର୍ବତନ ସାଂସଦ ଅଭିଯୋଗ କରିଛନ୍ତି। ଏପରିକି ବହୁ ଗୁହାରି ସତ୍ତ୍ୱେ ସେ ମୋ’ ପୁଅକୁ ଚିକିତ୍ସା କରିବା ଦୂରର କଥା ଛୁଇଁଲେ ବି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଫଳରେ ଚିକିତ୍ସା ନ ପାଇ ଘଣ୍ଟାଏ ମଧ୍ୟରେ ମୋ’ ପୁଅ ଚାଲିଗଲା ବୋଲି ସେ କହିଛନ୍ତି।

Advertisment

ଏଥିରେ ଉତ୍ତ୍ୟକ୍ତ ହୋଇ ପୂର୍ବତନ ସାଂସଦ ଭୈରା ପ୍ରସାଦ ମିଶ୍ରା ମେଡିକାଲ ଭିତରେ ହିଁ ଧାରଣାରେ ବସି ପଡ଼ିଲେ। ଖବର ପାଇ ପିଜିଆଇ ମେଡିକାଲ ଡାଇରେକ୍ଟର ଘଟଣାସ୍ଥଳରେ ପହଞ୍ଚି ଭୈରା ପ୍ରସାଦଙ୍କୁ ବୁଝାଶୁଝା କରି ମୃତଦେହ ସହ ଘରକୁ ପଠାଇଥିଲେ। ଏଥିସହ ଘଟଣାର ତଦନ୍ତ କରାଯିବ ବୋଲି ବି ପ୍ରତିଶ୍ରୁତି ଦେଇଥିଲେ।

ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରାଯାଇଥିବା ବେଳେ ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଡିକାଲର ଡାଇରେକ୍ଟର କହିଛନ୍ତି।

Bjp Uttar Pradesh Medical Negligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe