Advertisment

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ବିଜେପିରେ ମିଶିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ସେ ଜାନୁଆରୀରେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ।

author-image
Tapas Behera
Anil Antony

Anil Antony

କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ସେ ଜାନୁଆରୀରେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଭି ମୁରଲୀଧରନ୍ ଏବଂ ବିଜେପିର କେରଳ ୟୁନିଟ୍ ମୁଖ୍ୟ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଅନିଲ ଆଣ୍ଟୋନୀ ବିଜେପିରେ ସାମିଲ ହୋଇଥିଲେ। ବିସିସି ଡକ୍ୟୁମେଣ୍ଟାରୀକୁ ନେଇ ଏହା ଭାରତ ବିରୋଧୀ ବୋଲି ସେ କହିଥିଲେ।

Advertisment

୨୦୦୨ଗୁଜୁରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବିସି ଡକ୍ୟୁମେଣ୍ଟାରୀ ଉପରେ ବିବାଦ ପରେ ଅନିଲ ଆଣ୍ଟୋନୀ ଜାନୁଆରୀରେ କଂଗ୍ରେସ ଛାଡିଥିଲେ। ଅନିଲ ଆଣ୍ଟୋନୀଙ୍କ ପିତା ଏ.କେ ଆଣ୍ଟୋନୀ କଂଗ୍ରେସ ସରକାରରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିଲେ। ଏତଦ୍‌ ବ୍ୟତୀତ ସେ କେରଳର ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। ବଡ଼ ନେତାଙ୍କ ମଧ୍ୟରେ ଏ.କେ ଆଣ୍ଟୋନୀଙ୍କ ନାମ ଗଣାଯାଏ।

ସେତେବେଳେ ଅନିଲ ଆଣ୍ଟୋନୀ କହିଥିଲେ ଯେ, ବ୍ରିଟିଶ ପ୍ରସାରଣକାରୀ ବିବିସିର ଭାରତୀୟ ଅନୁଷ୍ଠାନକୁ ଅଗ୍ରାଧିକାର ଦେବା ଆମ ଦେଶର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ। ଏହା ଦେଶ ଲାଗି ବିପଦ ସୃଷ୍ଟି କରିବ। ଯେଉଁମାନେ ବିବିସି ତଥା ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ ଜ୍ୟାକ ଷ୍ଟ୍ରୋଙ୍କ ଚିନ୍ତାଧାରାକୁ ସମର୍ଥନ କରୁଛନ୍ତି ଏବଂ ଗ୍ରହଣ କରୁଛନ୍ତି ସେମାନେ ଭାରତୀୟ ଅନୁଷ୍ଠାନ ଉପରେ ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରୁଛନ୍ତି। କାରଣ ୨୦୦୩ ଇରାକ ଯୁଦ୍ଧ ପଛରେ ଜ୍ୟାକ ଷ୍ଟ୍ରୋଙ୍କ ହାତ ଥିଲା। ବିଜେପି ସହିତ ପ୍ରମୁଖ ମତଭେଦ ସତ୍ତ୍ୱେ ମୁଁ ଅନୁଭବ କରୁଛି ଯେ, ଏହା ଆମର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ।

Advertisment
India