Advertisment

ମାଓବାଦୀ ଲିଙ୍କ ମାମଲା: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଦୋଷମୁକ୍ତ

ମାଓବାଦୀ ଲିଙ୍କ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କ ସମେତ ୫ ଜଣ ନିର୍ଦ୍ଦୋଷରେ ଖଲାସ।

GN Saibaba

GN Saibaba

Advertisment

ମାଓବାଦୀ ଲିଙ୍କ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କ ସମେତ ୫ ଜଣ ଦୋଷମୁକ୍ତ। ଆଜି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏହି ମାମଲା ଉପରେ ବିଚାର କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି।

Advertisment

ଗଢ଼ଚିରୋଲି କୋର୍ଟ ୨୦୧୭ରେ ସାଇବାବା ଏବଂ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେବେଠାରୁ ସମସ୍ତେ ଜେଲରେ ଅଛନ୍ତି। ଏହି ୬ ଜଣଙ୍କ ମଧ୍ୟରୁ ପାଣ୍ଡୁ ନରୋଟେଙ୍କର ମୃତ୍ୟୁ ହୋଇସାରିଛି। 

ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହି ମାମଲାରେ ଅନ୍ୟ ୫ ଜଣ ମଧ୍ୟ ଦଣ୍ଡିତ ହୋଇଥିଲେ। ଗଢ଼ଚିରୋଲି କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏମାନେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏ ଉପରେ ବିଚାର କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। 

Advertisment

ପ୍ରକାଶ ଥାଉ କି, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ହେମ ମିଶ୍ରାଙ୍କ ଗିରଫ ପରେ ସାଇବାବାଙ୍କ ନାଁରେ ମାମଲା ଆସିଥିଲା। ହେମ ଅନୁସନ୍ଧାନକାରୀ ସଂସ୍ଥା ଆଗରେ ଦାବି କରି କହିଥିଲେ ଯେ, ସେ ଛତିଶଗଡର ଆବୁଜମାଦ୍ ଜଙ୍ଗଲରେ ଲୁଚି ରହିଥିବା ନକ୍ସଲ ଏବଂ ପ୍ରଫେସର ସାଇବାବାଙ୍କ ମଧ୍ୟରେ ମାଧ୍ୟମ ଭାବରେ କାର୍ଯ୍ୟ କରୁଛନ୍ତି। 

ଏହି ମାମଲାରେ ତାଙ୍କୁ ମେ ୨୦୧୪ରେ ଗିରଫ କରାଯାଇଥିଲା। କିନ୍ତୁ ସେ କୌଣସି ମାଓବାଦୀ କିମ୍ବା ସଂଗଠନର ଲିଙ୍କରେ ନଥିବା ଦାବି କରି ଆସୁଥିଲେ। 

ସାଇବାବା କିଏ?
ଆନ୍ଧ୍ରପ୍ରଦେଶର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଜିଏନ ସାଇବାବା ୯୦ ପ୍ରତିଶତ ଶାରୀରିକ ଅକ୍ଷମ। ୨୦୦୩ରେ ଦିଲ୍ଲୀ ଆସିବା ପୂର୍ବରୁ ତାଙ୍କ ପାଖରେ ହ୍ୱିଲ ଚେୟାର କିଣିବାକୁ ମଧ୍ୟ ଟଙ୍କା ନଥିଲା। ଗିରଫ ପୂର୍ବରୁ ସାଇବାବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମ ଲାଲ ଆନନ୍ଦ କଲେଜରେ ଇଂରାଜୀ ପ୍ରଫେସର ଥିଲେ। ତାଙ୍କର ପ୍ରେମ ବିବାହ ହୋଇଥିଲା। ସେ ତାଙ୍କ ପତ୍ନୀ ବସନ୍ତଙ୍କୁ ଏକ କୋଚିଂ କ୍ଲାସରେ ଭେଟିଥିଲେ।

ଅଲ ଇଣ୍ଡିଆ ପିପୁଲ୍ସ ରେଜିଷ୍ଟାନ୍ସ ଫୋରମ୍ (AIPRF)ର ଜଣେ କାର୍ଯ୍ୟକର୍ତ୍ତା ଥିଲେ। ସେ ୨ ଲକ୍ଷ କିଲୋମିଟରରୁ ଅଧିକ ଯାତ୍ରା କରି କାଶ୍ମୀର ଏବଂ ଉତ୍ତର ପୂର୍ବରେ ମୁକ୍ତି ଆନ୍ଦୋଳନକୁ ସମର୍ଥନ କରି ଦଳିତ ତଥା ଆଦିବାସୀ ଅଧିକାର ପାଇଁ ପ୍ରଚାର କରିଥିଲେ। 

GN Saibaba Acquitted Professor GN Saibaba Delhi University Maoist Link
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe