Advertisment

ପ୍ରବୀଣ କୁମାରଙ୍କ କାର୍‌କୁ ପିଟିଲା ଟ୍ରକ୍‌, ଭିତରେ ଥିଲେ ବାପପୁଅ

ଡାହଣହାତୀ ସୁଇଂ ଦ୍ରୁତ ବୋଲର୍‌ ପ୍ରବୀଣ କୁମାର ଗତ ରାତିରେ ନିଜ ପୁଅ ସହ କାର୍‌ରେ ଯାଉଥିବା ବେଳେ ଏକ ଟ୍ରକ୍‌ ତାଙ୍କ ଗାଡ଼ିକୁ ପିଟିଥିଲା। ଏହି ଦୁର୍ଘଟଣାରେ ଉଭୟ ବାପପୁଅ ସାମାନ୍ୟ ଆହତ ଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Praveen kumar

Praveen kumar

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଗଲେ ଭାରତୀୟ କ୍ରିକେଟର ପୂର୍ବତନ କ୍ରିକେଟର ପ୍ରବୀଣ କୁମାର। ଡାହଣହାତୀ ସୁଇଂ ଦ୍ରୁତ ବୋଲର୍‌ ପ୍ରବୀଣ କୁମାର ଗତ ରାତିରେ ନିଜ ପୁଅ ସହ କାର୍‌ରେ ଯାଉଥିବା ବେଳେ ଏକ ଟ୍ରକ୍‌ ତାଙ୍କ ଗାଡ଼ିକୁ ପିଟିଥିଲା। ଏହି ଦୁର୍ଘଟଣାରେ ଉଭୟ ବାପପୁଅ ସାମାନ୍ୟ ଆହତ ଥିବା ଜଣାଯାଇଛି।

Advertisment

ଉତ୍ତର ପ୍ରଦେଶର ଏହି ବୋଲର୍ ଏବେ ନୂଆଦିଲ୍ଲୀରେ ନିଜ ପରିବାର ସହ ରହୁଛନ୍ତି। ଗତକାଲି ରାତିରେ ପ୍ରବୀଣ କୁମାର ନିଜ ପୁଅ ସହ ଲ୍ୟାଣ୍ଡ ରୋଭରରେ ପାଣ୍ଡବ ନଗରରୁ ମେରଠ ଅଭିମୁଖେ ଯାଉଥିଲେ। ଉଭୟ ବାପପୁଅ ଜାତୀୟ ରାଜପଥରେ ଯାଉଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ତାଙ୍କ କାର୍‌କୁ  ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପ୍ରବୀଣ କୁମାରଙ୍କ କାର୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି।

ସ୍ଥାନୀୟ ଲୋକେ ତୁରନ୍ତ କାର୍‌ରୁ ଉଭୟ ବାପପୁଅଙ୍କୁ ଉଦ୍ଧାର କରିଥିବା ବେଳେ ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଅଟକାଇ ତାହାର ଡ୍ରାଇଭରଙ୍କୁ ଅଟକ ରଖିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରିଥିବା ବେଳେ ଗାଡ଼ିକୁ ଜବତ କରିଥିବା ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ପ୍ରବୀଣ କୁମାର ଜଣେ ଷ୍ଟାର କ୍ରିକେଟର ହୋଇଥିବା ବେଳେ ସେ ୨୦୦୮ ମସିହାରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଡେବ୍ୟୁ କରିଥିଲେ। ପ୍ରବୀଣ କୁମାର ନିଜ କ୍ୟାରିଅରରେ ୬ଟି ଟେଷ୍ଟ ମ୍ୟାଚରେ ୨୭ ୱିକେଟ, ୬୮ ୱାନଡେ ମ୍ୟାଚରେ ୭୭ ୱିକେଟ ଓ ୧୦ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚରେ ୮ ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ। କିନ୍ତୁ ଖରାପ ଫର୍ମ ଯୋଗୁ ପ୍ରବୀଣଙ୍କୁ ଦୀର୍ଘ ବର୍ଷ ହେଲା ଟିମ୍‌ ଇଣ୍ଡିଆର ଜାତୀୟ ଦଳରେ ସ୍ଥାନ ମିଳୁ ନଥିଲା। ଏହାପରେ ୨୦୧୮ ମସିହାରେ ସେ କ୍ରିକେଟରୁ ଅବସର ନେଇଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ଭାରତୀୟ କ୍ରିକେଟର ଋଷଭ ପନ୍ତ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଦୀର୍ଘ ଦିନ ହେଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଫଳରେ ସେ ପୁଣି ଥରେ ପଡ଼ିଆକୁ ଓହ୍ଲାଇ ପାରିବେ ନା ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Accident Delhi