Advertisment

୧୦୦୦ ଟଙ୍କା ଲାଞ୍ଚ ପାଇଁ ପୂର୍ବତନ ପୁଲିସ୍‌ ବାବୁଙ୍କୁ ୩ ବର୍ଷ ଜେଲ୍‌

ରାଜକୋଟରେ ଥିବା ସ୍ୱତନ୍ତ୍ର କୋର୍ଟ ଜୟସୁଖ ଭାରାଦଙ୍କୁ ୧୦୦୦ ଟଙ୍କା ଲାଞ୍ଚ ନେବା ଘଟଣା ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

author-image
Hemant Lenka
Jail

Jail

ଦୀର୍ଘ ୧୯ ବର୍ଷର ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜଣେ ପୂର୍ବତନ ପୁଲିସ୍‌ ବାବୁ। ଗୁଜରାଟର ରାଜକୋଟ ଅନ୍ତର୍ଗତ ଜିଲ୍ଲା ପଚାୟତ ସର୍କଲ ଇନସପେକ୍ଟର ଭାବେ କାର୍ଯ୍ୟ କରି ବାବୁ ଜଣଙ୍କ ଅବସର ନେଇଥିଲେ। ଏବେ ସେ ୭୦ ବର୍ଷ ବୟସରେ ପାଦ ଦେଲେଣି। କିନ୍ତୁ ୧୯ ବର୍ଷ ତଳେ ତାଙ୍କ ନାଁରେ ରୁଜୁ ହୋଇଥିବା ଲାଞ୍ଚ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Advertisment

ରାଜକୋଟରେ ଥିବା ସ୍ୱତନ୍ତ୍ର କୋର୍ଟ ଜୟସୁଖ ଭାରାଦଙ୍କୁ ୧୦୦୦ ଟଙ୍କା ଲାଞ୍ଚ ନେବା ଘଟଣା ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କ ଉପରେ ୮ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଇନସପେକ୍ଟର ଥିବା ବେଳେ ଜୟସୁଖ ଅଭିଯୋଗକାରୀ ଅର୍ଜନ ଖିମାନିୟାଙ୍କ ଠାରୁ ଲାଞ୍ଚ ନେଇଥିଲେ। ୨୦୦୪ ମସିହାରେ ବାଜଦି ଗାଁରେ ଗୋଟିଏ ଜମିକୁ ଅଣଚାଷ ଜମି ଭାବେ ବଦଳାଇବା ପ୍ରସଙ୍ଗରେ ଜୟସୁଖଙ୍କୁ ସକାରାତ୍ମକ ବୟାନ ଅର୍ଜନଙ୍କ ସମ୍ପର୍କରେ ଦେବାର ଥିଲା। ଏଥିପାଇଁ ସେ ହଜାର ଟଙ୍କା ଲାଞ୍ଚ ନେଇଥିଲେ।

ଅର୍ଜନଙ୍କ ଅଭିଯୋଗ ପରେ ଦୁର୍ନୀତି ନିରୋଧ ଶାଖା(ଏସିବି) ଜୟସୁଖଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ସେ ଲାଞ୍ଚ ନେବା ବେଳେ ହିଁ ଧରାପଡ଼ିଥିଲେ। ଶୁଣାଣି ବେଳେ ଜୟସୁଖଙ୍କ ଓକିଲ ଯୁକ୍ତି କରିଥିଲେ ଯେ “ଅଭିଯୋଗକାରୀ ଜିଲ୍ଲା ପଞ୍ଚାୟତର ଜଣେ କର୍ମଚାରୀଙ୍କ ଠାରୁ ଟଙ୍କା ଧାର ନେଇଥିଲେ। ଏହି ଟଙ୍କାକୁ ସେ ଉକ୍ତ କର୍ମଚାରୀଙ୍କୁ ଫେରାଇ ଦେବା ପାଇଁ ଜୟସୁଖଙ୍କୁ ଦେଉଥିଲେ।”

Advertisment

କିନ୍ତୁ ଏହାକୁ ଜିଲ୍ଲା ଓକିଲ ଏସକେ ଭୋରା କାଉଣ୍ଟର କରିଥିଲେ। ସେ କହିଥିଲେ ଯେ “ଧରା ପଡ଼ିବା ପରେ ୧୨ ପୃଷ୍ଠାର ଗୋଟିଏ ଇନକ୍ୟୁଏଷ୍ଟ ବା ତଥ୍ୟ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଥିରେ ଅଭିଯୁକ୍ତ କିମ୍ବା ଅଭିଯୋଗକାରୀ ମିଳିଥିବା ଟଙ୍କା ଆଉ ଜଣେ କର୍ମଚାରୀଙ୍କ ପାଇଁ ଥିଲା ବୋଲି କହି ନଥିଲେ।

ଏକଥାକୁ ଚାର୍ଜଶିଟ ଦାଖଲ କରିବା ସମୟରେ ମଧ୍ୟ ଜୟସୁଖ କହି ନଥିଲେ। ଅଭିଯୁକ୍ତ କାହା ପାଇଁ ଟଙ୍କା ନେଉଥିଲେ, ତାଙ୍କୁ ମଧ୍ୟ ହାଜର କରାଇ ପାରି ନାହାନ୍ତି। ତେଣୁ ଦଣ୍ଡରୁ ବର୍ତ୍ତିବା ପାଇଁ ସେ ମନଗଢ଼ା କାହାଣୀ କହୁଛନ୍ତି।” ଏହାପରେ କୋର୍ଟ ତାଙ୍କ ବିରୋଧରେ ଦଣ୍ଡ ଶୁଣାଇଛନ୍ତି।

Police Jail