Advertisment

ରାହୁଲଙ୍କୁ ଲଲିତ ମୋଦିଙ୍କ ଧମକ, ଇଂଲଣ୍ଡର କୋର୍ଟରେ କରିବେ କେସ୍

ରାହୁଲ ଗାନ୍ଧୀଙ୍କୁ ଧମକ ଦେଇଛନ୍ତି ଆଇପିଏଲ୍ ପୂର୍ବତନ ମୁଖ୍ୟ।

author-image
Madhupriya Mistry
ଅଦ୍ୟତନ ହୋଇଛି
Lalit Modi and Rahul Gandhi

Lalit Modi and Rahul Gandhi

କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଆଇପିଏଲ୍‌ର ପୂର୍ବତନ ମୁଖ୍ୟ ଲଳିତ ମୋଦି। ସେ ରାହୁଲଙ୍କ ବିରୋଧରେ କୋର୍ଟକୁ ଯିବେ ବୋଲି କହିଲେ। ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରି ଇଂଲଣ୍ଡର ଅଦାଲତାରେ ମକଦ୍ଦମା କରିବେ ବୋଲି ଟ୍ୱିଟ୍ କରି ଧମକ ଦେଇଛନ୍ତି ଆଇପିଏଲ୍‌ର ପୂର୍ବତନ ମୁଖ୍ୟ।  

Advertisment

୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ଲଲିତ ମୋଦି ଏବଂ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଟାର୍ଗେଟ୍ କରି, ସମସ୍ତ ଚୋରମାନଙ୍କ ନାଁ ମୋଦି କିଭଳି ହୋଇପାରେ...? ବୋଲି ମନ୍ତବ୍ୟ ଦେଇଥିଲେ। 

ଏବେ ରାହୁଲଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରି ଲଳିତ ମୋଦି ଟ୍ୱିଟ୍ କରି କହିଛନ୍ତି, ମୁଁ ବିଚାର ବ୍ୟବସ୍ଥାର ପଳାତକ ବୋଲି ସାଧାରଣ ଜନତା ଓ ଗାନ୍ଧୀଙ୍କ ସହଯୋଗୀମାନେ ବାରମ୍ବାର କହୁଛନ୍ତି। କେଉଁ ଦୃଷ୍ଟିରୁ ମୁଁ ପଳାତକ? ମୁଁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇନାହିଁ।

Advertisment

ଲଳିତ ମୋଦ ଦାବି କରିଛନ୍ତି ଯେ, ସେ ବିଶ୍ୱରେ ଆୟୋଜନ କରିଥିବା ବୃହତ୍ତମ କ୍ରୀଡ଼ା କାର‌୍ୟ୍ୟକ୍ରମ ପ୍ରାୟ ୧୦ ବିଲିୟନ୍ ଡଲାର୍ ଆୟ କରିଛି। ଗାନ୍ଧୀ ପରିବାରଠାରୁ ତାଙ୍କ ପରିବାର ଭାରତ ପାଇଁ ବହୁତ କିଛି ଅଧିକ କରିଛି। ଅଭିଯୋଗକୁ ସତ୍ୟ ପ୍ରମାଣିତ କରିବା ଲାଗି ରାହୁଲ୍‌ଙ୍କୁ ଚାଲେଞ୍ଜ କରି ସେ କହିଛନ୍ତି, ଅଦାଲତରେ ରାହୁଲଙ୍କୁ ଅପଦସ୍ଥ କରିବାକୁ ସେ ଅପେକ୍ଷା କରିଛନ୍ତି।

ଅନେକ କଂଗ୍ରେସ ନେତାଙ୍କ ବିଦେଶରେ ସମ୍ପତ୍ତି ଥିବା ଲଳିତ ମୋଦି ଅଭିଯୋଗ କରିଛନ୍ତି। ଏ ସବୁର ଠିକଣା ଓ ଫଟୋ ଯୋଗାଇ ଦେଇପାରିବେ ବୋଲି ଦାବି କରିଛନ୍ତି ପୂର୍ବତନ ଆଇପିଏଲ୍ ମୁଖ୍ୟ। ଏଥିସହ କଠୋର ମାନହାନୀ ଆଇନ ପ୍ରଣୟନ ହେବା ମାତ୍ରେ ସେ ଭାରତକୁ ଫେରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଆଇପିଏଲ୍‌ରେ ଆର୍ଥିକ ହେର୍‌ଫେର୍ ଅଭିଯୋଗରେ ସମ୍ମୁଖୀନ ହେବା ପରେ ୨୦୧୦ରୁ ଲଣ୍ଡନରେ ଅଛନ୍ତି ଲଳିତ ମୋଦି।

Rahul Gandhi Lalit Modi