Advertisment

ଜେଡିୟୁ ଛାଡ଼ି ଥିବା ଆରସିପି ସିଂହ ବିଜେପିରେ ମିଶିଲେ

ଆଜି ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଶ୍ରୀ ସିଂହ ପଦ୍ମ ଧରିଛନ୍ତି। ବିଜେପିରେ ମିଶିବା ପରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିବା ସହ ତାଙ୍କୁ ପଲ୍‌ଟି ମାର ବା ଦଳ ବଦଳ କରୁଥିବା ଲୋକ ବୋଲି କହିଛନ୍ତି।

author-image
Hemant Lenka
RCP Singh

RCP Singh

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜେଡିୟୁ ଛାଡ଼ିଥିବା ରାମଚନ୍ଦ୍ର ପ୍ରସାଦ ବା ଆରସିପି ସିଂହ ଆଜି ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବାକୁ ଜେଡିୟୁ ତାଙ୍କୁ ନୋଟିସ କରିଥିଲା। ଏହାପରେ ହିଁ ସେ ଜେଡିୟୁ ଛାଡ଼ିଥିଲେ।

Advertisment

ଆଜି ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଶ୍ରୀ ସିଂହ ପଦ୍ମ ଧରିଛନ୍ତି। ବିଜେପିରେ ମିଶିବା ପରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିବା ସହ ତାଙ୍କୁ ପଲ୍‌ଟି ମାର ବା ଦଳ ବଦଳ କରୁଥିବା ଲୋକ ବୋଲି କହିଛନ୍ତି।

ସେ କହିଛନ୍ତି, “ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ନୁହନ୍ତି। ନୀତୀଶ କୁମାର ଜଣେ ପଲଟି ମାର। ସେ ଆଗକୁ ମଧ୍ୟ ପଲ୍‌ଟି ମାର ହୋଇ ରହିବେ। ସେ ବିହାରର କଲ୍ୟାଣ କରିବାକୁ ଜନାଦେଶ ପାଇଥିଲେ। କିନ୍ତୁ ସେ ଏବେ କ’ଣ କରୁଛନ୍ତି? ସେ ଗୋଟିଏ ଦିନ ଓଡ଼ିଶାରେ ଥିବା ବେଳେ ଆଉ ଗୋଟିଏ ଦିନ ଝାରଖଣ୍ଡରେ ରହୁଛନ୍ତି।

Advertisment

ଆଜି ସେ ମହାରାଷ୍ଟ୍ରରେ ଅଛନ୍ତି। ସେ ଏବେ ବିରୋଧୀ ଏକତା କଥା କହୁଛନ୍ତି। ହେଲେ ମୁଖ୍ୟ ପ୍ରଶ୍ନ ହେଲା ଆପଣଙ୍କ ନେତା କିଏ? କେମିତି ନେତାଙ୍କ ବିନା ଆପଣ ବିରୋଧୀ ଏକତା କଥା ଚିନ୍ତା କରୁଛନ୍ତି?”

୨୦୧୩ରୁ ୨୦୨୨ ମଧ୍ୟରେ ଶ୍ରୀ ସିଂହଙ୍କ ପରିବାର ଲୋକଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି, ତା’ର ଜବାବ ରଖିବାକୁ ଜେଡିୟୁ ତାଙ୍କୁ ନୋଟିସ କରିଥିଲା। ଏହି ନୋଟିସ ପରେ ସେ ଜେଡିୟୁ ଛାଡ଼ି ଦେଇଥିଲେ। ଇସ୍ତଫା ପରେ ସେ କହିଥିଲେ ଯେ “ନୀତୀଶ କୁମାର ତାଙ୍କ ସାତ ଜନ୍ମରେ ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଜେଡିୟୁ ଗୋଟିଏ ବୁଡ଼ୁ ଥିବା ଜାହାଜ।”

ଜେଡିୟୁ ତାଙ୍କୂ ରାଜ୍ୟସଭାକୁ ୩ଥର ପଠାଇଥିଲା। ରାଜ୍ୟସଭା ସାଂସଦ ଥିବା ବେଳେ ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ହେଲେ ଗତବର୍ଷ ଜେଡିୟୁ ତାଙ୍କ ରାଜ୍ୟସଭାରେ କାର୍ଯ୍ୟ ଅବଧିକୁ ବୃଦ୍ଧି କରି ନଥିଲା। ଫଳରେ ଜୁଲାଇ ୬ରେ ସେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Bjp Nitish Kumar JDU