Advertisment

ବିଜେପିରେ ମିଶିବେ! ୬ ବିଧାୟକଙ୍କୁ ନେଇ ଦିଲ୍ଲୀ ଗଲେ ଚମ୍ପାଇ ସୋରେନ୍‌

ଖୁବଶୀଘ୍ର ସେ ଜେଏମ୍‌ଏମ୍‌ରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସମ୍ଭାବନା ରହିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Champai Soren

Champai Soren

ଝଡଖଣ୍ଡ ରାଜନୀତିରେ ହଲଚଲ। ଲାଗିପାରେ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ବିଦ୍ରୋହ ମୁଡ୍‌ରେ ଜେଏମ୍‌ଏମ୍‌ ନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌। ଏଭଳି କିଛି ଚର୍ଚ୍ଚା ଭିତରେ ଆଜି ୬ ବିଧାୟକଙ୍କୁ ନେଇ ଦିଲ୍ଲୀ ଯାଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ। କୁହାଯାଉଛି ଯେ, ସେ ଏଠାରେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବେ। ଏଥିସହ ଖୁବଶୀଘ୍ର ସେ ଜେଏମ୍‌ଏମ୍‌ରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସମ୍ଭାବନା ରହିଛି।

Advertisment

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଚମ୍ପାଇ ସୋରେନ୍‌ କୋଲକାତାରୁ ଦିଲ୍ଲୀ ଆସୁଛନ୍ତି। ତାଙ୍କ ସହ ଜେଏମ୍‌ଏମ୍‌ର ୬ ଜଣ ବିଧାୟକ ମଧ୍ୟ ଅଛନ୍ତି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତୃତ୍ୱ ଏହି ସମସ୍ତ ବିଧାୟକଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ନୁହଁନ୍ତି। ଏହି ୬ ଜଣ ବିଧାୟକ ମଧ୍ୟ ଚମ୍ପାଇ ସୋରେନ୍‌ଙ୍କ ସହ ବିଜେପିରେ ମିଶି ପାରନ୍ତି ବୋଲି କୁହାଯାଇଛି। ଚମ୍ପାଇ ସୋରେନ୍‌ ଲଗାତର କେନ୍ଦ୍ର କୃଷି ମନ୍ତ୍ରୀ ଚମ୍ପାଇ ସୋରେନ୍‌ଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଚମ୍ପାଇ ସୋରେନ ଗତକାଲି ରାତିରେ କୋଲକାତାର ଏକ ହୋଟେଲରେ ଥିଲେ। ଏଠାରେ ସେ ବିଜେପି ନେତା ସୁଭେନ୍ଦୁ ଆଧିକାରୀଙ୍କୁ ମଧ୍ୟ ଭେଟିଥିଲେ। ଆଜି ସକାଳୁ ସେ ବିମାନ ଯୋଗେ ଦିଲ୍ଲୀ ଯାଇଛନ୍ତି। 

Advertisment

ଚମ୍ପାଇ ସୋରେନ୍‌ଙ୍କ ସହ ଦିଲ୍ଲୀ ଆସୁଥିବା ୬ ବିଧାୟକଙ୍କ ମଧ୍ୟରେ ଦଶରଥ ଗଗରାଇ, ରାମଦାସ ସୋରେନ୍‌, ଚାମ୍ରା ଲିଣ୍ଡା, ଲୋବିନ ହେମ୍‌ବ୍ରୋମ, ସମୀର ମହାନ୍ତି ସାମିଲ ଅଛନ୍ତି। ଯଦି ଚମ୍ପାଇ ସୋରେନ୍‌ ଏହି ୬ ବିଧାୟକଙ୍କ ସହ ଦଳ ବଦଳାଇ ଦିଅନ୍ତି ତେବେ ଚଳିତ ବର୍ଷ ଶେଷ ଆଡକୁ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହେମନ୍ତ ସୋରେନ୍‌ଙ୍କ ପାଇଁ ବଡ଼ ଝଟ୍‌କା ପ୍ରମାଣିତ ହୋଇପାରେ।

Bjp Jharkhand Politics Champai Soren