Advertisment

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ହେମନ୍ତ ସୋରେନ୍‌

ହାଇକୋର୍ଟ ଜାମିନ୍‌ ଦେବାକୁ ମନା କରିବା ପରେ ସେ ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି।

Hemant Soren

Hemant Soren

Advertisment

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ଝାଡଖଣ୍ଡ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟଙ୍କ ରାୟକୁ ସେ ଚ୍ୟାଲେଞ୍ଜ କରିଛନ୍ତି।

Advertisment

ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହେମନ୍ତ ସୋରେନ୍‌ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ଏବେ ସେ ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି। ଗିରଫଦାରୀ ଅଯୌକ୍ତିକ ଏବଂ ଏହି ମାମଲାରେ ତାଙ୍କୁ ରିମାଣ୍ଡରେ ନେବା ବେଆଇନ ଏବଂ ଅନୁଚିତ ବୋଲି ତାଙ୍କ ପିଟିସନରେ ସୋରେନ ଦାବି କରିଛନ୍ତି।ନିର୍ବାଚନକୁ ଦୃଷ୍ଟିରେ ରଖି ବରିଷ୍ଠ ଓକିଲ କପିଲ ସିବଲ ସୋରେନଙ୍କ ଏହି ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି।

କପିଲ ସିବଲ ସିଜେଆଇଙ୍କୁ କହିଛନ୍ତି, ମେ' ୧୩ ତାରିଖରେ ନିର୍ବାଚନ ହେବ। ଏଭଳି ସ୍ଥିତିରେ ହେମନ୍ତ ସୋରେନ୍‌ଙ୍କ ଅଧିକାର ପ୍ରଭାବିତ ହେଉଛି। ନିର୍ବାଚନ ପାଇଁ ତାଙ୍କୁ ଜାମିନ ମିଳିବା ଉଚିତ। ତେଣୁ ଏହି ମାମଲରେ ଶୀଘ୍ର ଶୁଣାଣି କରାଯାଉ ବୋଲି ସେ ଦାବି କରିଛନ୍ତି।

Advertisment

କହିରଖୁ, ମେ ୩ରେ, ଝାଡଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କ ଲିଖିତ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଯେଉଁଥିରେ ସେ ଇଡି ଗିରଫକୁ ଚ୍ୟାଲେଞ୍ଜ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ଦେବାକୁ କୋର୍ଟ ମନା ମଧ୍ୟ କରିଦେଇଥିଲେ। ତେବେ ମେ' ୬ ତାରିଖରେ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ହେମନ୍ତଙ୍କୁ କୋର୍ଟ ଅନୁମତି ଦେଇଥିଲେ। 

ଜାନୁଆରୀ ମାସରେ ଜମି ସ୍କାମ ମାମଲାରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା। ବର୍ତ୍ତମାନ ନ୍ୟାୟିକ ହେପାଜତରେ ଥିବା ସୋରେନଙ୍କୁ ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ରଖାଯାଇଛି।

Supreme Court Hemant Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe