Advertisment

ପରଲୋକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ ଏମ କ୍ରିଷ୍ଣା

ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଆଧୁନିକ ବେଙ୍ଗାଲୁରୁର ନିର୍ମାତା କୁହାଯାଉଥିବା ଏସ ଏମ କ୍ରିଷ୍ଣା କର୍ଣ୍ଣାଟକ ତଥା ଜାତୀୟ ରାଜନୀତିରେ ମଧ୍ୟ ବେଶ୍ ଚର୍ଚ୍ଚିତ ଚେହେରା ଥିଲେ।

ଅଦ୍ୟତନ ହୋଇଛି
SM Krishna

SM Krishna

Advertisment

ଆଉ ନାହାନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଏସ୍‌ ଏମ୍‌ କ୍ରିଷ୍ଣା। ବରିଷ୍ଠ ରାଜନେତା ତଥା ବର୍ଷିଆନ ନେତାଙ୍କର ଗତକାଲି ମଧ୍ୟରାତ୍ରରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।

Advertisment

ଆଧୁନିକ ବେଙ୍ଗାଲୁରୁର ନିର୍ମାତା କୁହାଯାଉଥିବା ଏସ ଏମ କ୍ରିଷ୍ଣା କର୍ଣ୍ଣାଟକ ତଥା ଜାତୀୟ ରାଜନୀତିରେ ମଧ୍ୟ ବେଶ୍ ଚର୍ଚ୍ଚିତ ଚେହେରା ଥିଲେ। ୨୦୦୯ରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଏସ ଏମ କ୍ରିଷ୍ଣା।

୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ରାଜ୍ୟପାଳ ମଧ୍ୟ ଥିଲେ। ୨୦୨୩ରେ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ଏସ୍ ଏମ୍ କ୍ରିଷ୍ଣା। ବର୍ତ୍ତମାନ ସେ ବିଜେପି ସହ ଜଡିତ ଥିଲେ।

Advertisment

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ଓ କଂଗ୍ରେସର ଅନେକ ନେତା ଏସଏମ କୃଷ୍ଣଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି।

Ex-Karnataka Chief Minister SM Krishna Dies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe