Advertisment

ଆଉ ନାହାନ୍ତି ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ଶାନ୍ତି ଭୂଷଣ

ଶାନ୍ତି ଭୂଷଣ ହେଉଛନ୍ତି ବର୍ତ୍ତମାନ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବାପା।

author-image
Hemant Lenka
Shanti Bhushan

Shanti Bhushan

ଆଉ ନାହାନ୍ତି ଦେଶର ଜଣାଶୁଣା ଓକିଲ ତଥା ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣ। ଆଜି ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା।

Advertisment

ଶାନ୍ତି ଭୂଷଣ ହେଉଛନ୍ତି ବର୍ତ୍ତମାନ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବାପା। ଶାନ୍ତି ଭୂଷଣ ମଧ୍ୟ ତାଙ୍କ ସମୟରେ ଅନେକ ହାଇପ୍ରୋଫାଇଲ ମାମଲା ଲଢ଼ିଥିଲେ। ଆହ୍ଲାବାଦ ହାଇକୋର୍ଟରେ ସେ ରାଜ ନାରାଇନ୍‌ଙ୍କ ପାଇଁ ମାମଲା ଲଢ଼ି ଚର୍ଚ୍ଚାକୁ ଆସିଥିଲେ। ରାଜ ନାରାଇନ୍‌ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନ ବିଜୟକୁ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାକୁ ଶାନ୍ତି ଭୂଷଣ ଲଢ଼ିଥିଲା।

ରାମ ମନୋହର ଲୋହିଆଙ୍କ ଏସଏସ୍‌ପିର ନେତା ଥିଲେ ରାଜ ନାରାଇନ୍। ସେ ରାଏବରେଲୀ ଲୋକସଭା ଆସନରୁ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ଲଢ଼ିଥିଲେ। ତେବେ ଇନ୍ଦିରା ଗାନ୍ଧି ଜିତିବାରୁ ଏହାକୁ ରାଜ ନରାଇନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାକୁ ଶାନ୍ତି ଭୂଷଣ ହିଁ ପରିଚାଳନା କରିଥିଲେ। ସେତେବେଳେ ଏହି ମାମଲାକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଥିଲା। ଇନ୍ଦିରା ଗାନ୍ଧିଙ୍କ ଶାସନ ଗାଦି ମଧ୍ୟ ଟଳମଳ ହୋଇଥିଲା। 

Advertisment

ମୋରାଜୀ ଦେଶାଇ ସରକାରରେ ଶାନ୍ତି ଭୂଷଣ ୧୯୭୭ରୁ ୧୯୭୯ ଯାଏ ଦେଶର ଆଇନ ମନ୍ତ୍ରଣାଳୟ ସମ୍ଭାଳିଥିଲେ। ଏହାବାଦ ସେ ଅନେକ ସରକାରୀ ପଦପଦବୀରେ ରହି କାମ କରିଥିଲେ। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Supreme Court