Advertisment

ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂହଙ୍କ ସମେତ ପୁଅ, ଡ୍ରାଇଭର ଗୁରୁତର; ଗ୍ରୀନ୍‌ କରିଡରରେ ଗଲେ ଦିଲ୍ଲୀ

ରାଜସ୍ଥାନର ଅଲୱରରେ ଗତକାଲି ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଯଶବନ୍ତ ସିଂହଙ୍କ ବୋହୂ ଚିତ୍ରା ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

author-image
Niharika Rout
EX-MP-manvendra-singh with son

EX-MP-manvendra-singh with son

ରାଜସ୍ଥାନର ଅଲୱରରେ ଗତକାଲି ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଯଶବନ୍ତ ସିଂହଙ୍କ ବୋହୂ ଚିତ୍ରା ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ସ୍ୱର୍ଗତ ଯଶବନ୍ତ ସିଂହଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ସାଂସଦ ମାନବେନ୍ଦ୍ର ସିଂହ, ତାଙ୍କ ପୁଅ ଓ କାର୍‌ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି।

Advertisment

ଅଲୱର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଗତକାଲି ଏହି ୩ ଜଣଙ୍କୁ ଗୁରଗ୍ରାମ ପଠାଇ ଦିଆଯାଇଛି। ଅଲୱରଠୁ ୧୫୦ କିମି ଦୂର ଗୁରୁଗ୍ରାମସ୍ଥିତ ପାରସ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରିବା ନିମନ୍ତେ ଗ୍ରୀନ୍‌ କରିଡର କରାଯାଇଥିଲା।

ମାନବେନ୍ଦ୍ରଙ୍କ ଛାତିରେ ପ୍ରବଳ ମାଡ଼ ହୋଇଥିବା ବେଳେ ତାଙ୍କ ହାତ ଭାଙ୍ଗି ଯାଇଛି। ସେହିପରି ତାଙ୍କ ପୁଅଙ୍କର ବି ହାତ ଭାଙ୍ଗିଯାଇଥିବା ବେଳେ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଉଭୟ ବାପପୁଅଙ୍କୁ ଚିତ୍ରା ସିଂହଙ୍କ ମୃତ୍ୟୁ ସମ୍ପର୍କୀତ ସୂଚନା ଦିଆଯାଇ ନ ଥିବା ଜଣାଯାଇଛି। ଅପରପକ୍ଷେ, ଚିତ୍ରାଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସରେ ଜୋଧପୁର ପଠାଇ ଦିଆଯାଇଛି। ଏହି ଦୁର୍ଘଟଣା ଖବର ପାଇ କଂଗ୍ରେସ ଓ ବିଜେପିର ବହୁ ବରିଷ୍ଠ ନେତା ହସ୍ପିଟାଲରେ ପହଞ୍ଚି ଉଭୟ ବାପପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

Advertisment

ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ଏକ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ମାନବେନ୍ଦ୍ର ପରିବାର ସହ କାର୍‌ ଯୋଗେ ଜୋଧପୁର ଯାଉଥିଲେ। ଏହା ମଧ୍ୟର ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସ୍‌ୱେରେ ଯାଉଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଗାଡ଼ି ଚଳାଉଥିବା ମାନବେନ୍ଦ୍ରଙ୍କ ଆଖି ଲାଗି ଯାଇଥିବାରୁ ନିୟନ୍ତ୍ରଣ ହରାଇ ଏପରି ଦୁର୍ଘଟଣା ଘଟିଛି । ଆଉ କିଛି ଲୋକଙ୍କ କହିବାନୁଯାୟୀ, ଅନ୍ୟ ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ମାନବେନ୍ଦ୍ର ନିଜ କାର୍‌ ଉପରୁ ଭାରସାମ୍ୟ ହରାଇବା ପରେ ତାହା ରାସ୍ତା ପାର୍ଶ୍ୱରେ ଥିବା ସୁରକ୍ଷା ବାଡ଼ରେ ଜୋରରେ ପିଟି ହୋଇଥିଲା। ତେବେ ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

Accident Road Accident Manvendra Singh