Advertisment

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କଲେ ମନମୋହନଙ୍କ ଶେଷ ଦର୍ଶନ, କାଲି ହେବ ଅନ୍ତିମ ସତ୍କାର

ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା। ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀର ଶକ୍ତି ସ୍ଥଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

author-image
Niharika Rout
PM Modi visits manmohan-singh

PM Modi visits manmohan-singh

ଗତକାଲି ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସତ୍କାର ଆସନ୍ତା କାଲି ହେବ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା। ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀର ଶକ୍ତି ସ୍ଥଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

Advertisment

ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡା, କଂଗ୍ରେସ ନେତା ସୋନିଆ ଗାନ୍ଧି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ମନମୋହନ ସିଂହଙ୍କ ବାସଭବନରେ ପହଞ୍ଚିଥିଲେ। ସେମାନେ ଏହି ଅମାୟିକ ତଥା ବିଦ୍ୱାନ ଜନପ୍ରିୟ ନେତାଙ୍କ ଅନ୍ତିମ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ମନମୋହନଙ୍କ ପରିବାରରେ ପତ୍ନୀ ଓ ୩ ଝିଅ ଅଛନ୍ତି। ତାଙ୍କର ଜଣେ ଝିଅ ଆମେରିକାରେ ରହୁଥିବା ବେଳେ ସେ ଆସନ୍ତାକାଲି ପହଞ୍ଚିଲେ ଅନ୍ତିମ ସତ୍କାର କରାଯିବ ବୋଲି ଜଣାଯାଇଛି।

Advertisment

ମନମୋହନଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ମନମୋହନଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ଭାରତର ରାଜନୀତି ଓ ଆର୍ଥିକ ସୁଧାର କ୍ଷେତ୍ରରେ ମନମୋହନ ସିଂହଙ୍କ ଯୋଗଦାନକୁ ସବୁବେଳେ ମନେ ରଖିବ ଦେଶ। ପ୍ରଖ୍ୟାତ ଅର୍ଥନୀତିଜ୍ଞ, ଭାରତବର୍ଷରେ ଜଗତୀକରଣ ଅର୍ଥନୀତିର ପ୍ରବର୍ତ୍ତକ ଥିଲେ ମନମୋହନ ସିଂହ। ସେ ଅତି ସରଳ, ଅମାୟିକ ଓ ଅତ୍ୟନ୍ତ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ। ୩୩ ବର୍ଷ ଧରି ରାଜ୍ୟସଭାର ସଦସ୍ୟ ରହିଥିଲେ। ଗତବର୍ଷ ଏପ୍ରିଲରେ ରାଜ୍ୟସଭା ସାଂସଦ ଭାବରେ ଅବସର ନେଇଥିଲେ ମନମୋହନ ସିଂହ। ତାଙ୍କୁ ୧୯୮୭ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା। 

Delhi Manmohan Singh