Advertisment

ବାହାଘର ଶୋଭାଯାତ୍ରା ବେଳେ ଉପରୁ ଟଙ୍କା ବର୍ଷା

ଗୁଜରାଟର ମେହସାନା ଜିଲ୍ଲା କେକରୀ ତହସିଲ ଅନ୍ତର୍ଗତ ଆଗୋଲ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Cash Showers

Cash Showers

Advertisment

ବାହାଘର ଶୋଭାଯାତ୍ରା ବେଳେ ଉପରୁ ଟଙ୍କା ବର୍ଷା। ଗୁଜରାଟର ମେହସାନା ଜିଲ୍ଲା କେକରୀ ତହସିଲ ଅନ୍ତର୍ଗତ ଆଗୋଲ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାକାର ଜଣେ ପୂର୍ବତନ ସରପଞ୍ଚ ତାଙ୍କ ପୁତୁରା ବାହାଘର ବେଳେ ବିପୁଳ ଟଙ୍କା ବର୍ଷା କରିଥିବା ଜଣାପଡ଼ିଛି। ବିବାହ ଉତ୍ସବ ଶୋଭାଯାତ୍ରା ଯାଉଥିବା ବେଳେ ତାଙ୍କ ଘର ଛାତ ଉପରୁ ଏହି ଟଙ୍କା ଉଡ଼ାଯାଇଥିଲା। ଏପଟେ ଏ ଟଙ୍କା ସଂଗ୍ରହ କରିବାକୁ ତଳେ ଉପସ୍ଥିତ ଗାଁ ଲୋକେ ପ୍ରତିଯୋଗିତା ଲାଗି ଯାଇଥିଲା। ଗୁଜରାଟରେ ସାଧାରଣତଃ ବିବାହ ବେଳେ ବରଯାତ୍ରୀ ଟଙ୍କା ଉଡାଇବାର ପ୍ରଥା ରହିଛି। ତେବେ କେକ୍ରୀର ପୂର୍ବତନ ସରପଞ୍ଚ ନିଜର ଆଧିପତ୍ୟ ଦେଖାଇବ ଲାଗି ପ୍ରାୟ ୫୦ ଲକ୍ଷ ଟଙ୍କା ଉଡ଼ାଇ ଥିବା କୁହାଯାଉଛି। ଏ ଘଟଣା ପ୍ରାୟ ଦୁଇ ଦିନ ତଳର ହୋଇଥିଲେ ବି ଟଙ୍କା

Advertisment

ବର୍ଷାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ କେବଳ ପୂର୍ବତନ ସରପଞ୍ଚ ନୁହଁନ୍ତି, ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଟଙ୍କା ଫୋପଡ଼ା ଦୃଶ୍ୟ ଉପଭୋଗ କରୁଥିବା ନଜର ଆସିଛି। ଭିଡିଓରେ, ବିଲଡିଂ ତଳେ ଠିଆ ହୋଇଥିବା ଲୋକମାନେ ସେମାନଙ୍କ ଉପରେ ପଡ଼ୁଥିବା ନୋଟଗୁଡ଼ିକୁ ଧରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ଗତ ଜାନପୁଆରୀ ମାସରେ ବାଙ୍ଗାଲୋର ବ୍ୟସ୍ତବହୁଳ କେଆର ମାର୍କେଟ ଅଂଚଳରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫ୍ଲାଏ ଓଭର ଉପରୁ ଟଙ୍କା ବର୍ଷା କରିଥିଲେ ଜଣେ ଯୁବକ । ରାସ୍ତାରେ ଉଡିଥିଲା ପୁଳା ପୁଳା ଟଙ୍କା । ଫ୍ଲାଏ ଓଭର ଉପରେ ଗାଡିରେ ଆସି ଜଣେ ଯୁବକ ହାତରେ ଧରିଥିବା ଟଙ୍କାମୁଣିରୁ ପୁଳା ପୁଳା ଟଙ୍କା ବାହାର କରି ତଳକୁ ଫୋପାଡିଥିଲେ । ଆଉ ଫ୍ଲାଏ ଓଭର ଉପରୁ ନୋଟ ବର୍ଷା ହେଉଥିବା ଦେଖି ଟଙ୍କା ଗୋଟାଇବାକୁ ଲୋକଙ୍କ ଭିଡ ଜମିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଉଡୁଥିବା ନୋଟକୁ ଧରିବା ପାଇଁ ଲୋକଙ୍କ ମଧ୍ୟରେ ଠେଲା-ପେଲା ଆରମ୍ଭ ହୋଇଯାଇଥିଲା । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe