Advertisment

ଜଷ୍ଟିସ୍ ଏଏମ ଖାନୱିଲକର ଦେଶର ନୂଆ ଲୋକପାଳ

ଜଷ୍ଟିସ ଖାନୱିଲକର ୨୦୨୨ ମସିହା ଜୁଲାଇ ୨୯ ତାରିଖରେ ନିଜ ପଦରୁ ଅବସର ନେଇଥିଲେ। ତାଙ୍କ ଦ୍ୱାରା ଗଠିତ ପୀଠ PMLA ଅଧିନିୟମରେ ସଂଶୋଧନ କରିଥିଲେ।

ଅଦ୍ୟତନ ହୋଇଛି
Justice AM Khanwilkar

Justice AM Khanwilkar

Advertisment

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ ଖାନୱିଲକର ହେବେ ଦେଶର ନୂଆ ଲୋକପାଳ । ତାଙ୍କ ନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ବିପକ୍ଷ ନେତା ଅଧିକ ରଞ୍ଜନ ଚୌଧୁରୀ ମୋହର ମାରି ସାରିଛନ୍ତି। ଗତକାଲି ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠବରେ ନୂତନ ଲୋକପାଳଙ୍କୁ ନିଯୁକ୍ତି ମିଳିଛି। 

Advertisment

ଗତ ବର୍ଷ ମେ’ରୁ ଏହି ପଦ ଖାଲି ପଡ଼ିଥିବା ବେଳେ ଏବେ ଏଏମ ଖାନୱିଲକର ଏବେଠୁ ଉକ୍ତ ପଦ ସମ୍ଭାଳିବେ।  ଏହା ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟ ବିଚାରପତି ପ୍ରଦୀପ କୁମାର ମହାନ୍ତି ଏହି ପଦରେ ନିଯୁକ୍ତ ହୋଇଥିଲେ। ସେ ୨୦୧୯ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଲୋକପାଳ ପଦ ସମ୍ଭାଳିଥିଲେ।

ଜଷ୍ଟିସ ଖାନୱିଲକର ୨୦୨୨ ମସିହା ଜୁଲାଇ ୨୯ ତାରିଖରେ ନିଜ ପଦରୁ ଅବସର ନେଇଥିଲେ। ତାଙ୍କ ଦ୍ୱାରା ଗଠିତ ପୀଠ The Prevention of Money Laundering Act( PMLA) ଅଧିନିୟମରେ ସଂଶୋଧନ କରିଥିଲେ। ଇଡି ପକ୍ଷରୁ ଜାରି ହେଉଥିବା ସମନ, ତଲାସୀ, ସିଜ୍‌, ରେଡ୍‌କୁ ଏହି ପୀଠ ଠିକ୍‌ ବୋଲି ଦର୍ଶାଇଥିଲେ।

Advertisment

ଜଷ୍ଟିସ ଖାନୱିଲକରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୦୦୨ ମସିହାରେ ଗୁଜରାଟ ଦଙ୍ଗାରେ ପିଏମ୍‌ ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଫସାଇବାକୁ ମନଗଢ଼ା ପ୍ରମାଣ କୋର୍ଟରେ ଦାଖଲ କରାଯାଇଥିବା ଅଭିଯୋଗ ଉଠିଥିଲା। ଆବେଦନକାରୀ ତିସ୍ତା ସୀତଲୱାଡ ଏପରି କାଣ୍ଡ ଘଟାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।

ନୂଆ ସଂସଦ ଭବନ ନିର୍ମାଣକୁ ବିରୋଧ କରି କିଛି ସାମାଜିକ କର୍ମୀ ଓ ପରିବେଶବିତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଜଷ୍ଟିସ ଖାନୱିଲକରଙ୍କ ଦ୍ୱାରା ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଫଳରେ ଜଷ୍ଟିସ ଖାନୱିଲକରଙ୍କ ରାୟ ପରେ ନୂଆ ସଂସଦ ଭବନ ନିର୍ମାଣ ପାଇଁ ରାସ୍ତା ପରିଷ୍କାର ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe