Advertisment

ଷ୍ଟାରଡଷ୍ଟର ପ୍ରତିଷ୍ଠାତା ହୀରା ଆଉ ନାହାନ୍ତି

୧୯୩୮ ମସିହାରେ କରାଚିରେ ଜନ୍ମ ହୋଇଥିବା ନାରୀ ହୀରାଙ୍କ ପରିବାର ବିଭାଜନ ପରେ ଭାରତ ଚାଲି ଆସିଥିଲେ।

Nari Hira

Nari Hira

Advertisment

ଫିଲ୍ମ ପ୍ରଯୋଜକ, ମାଗନା ପବ୍ଲିଶିଂର ମାଲିକ ତଥା ଷ୍ଟାରଡଷ୍ଟ ପତ୍ରିକାର ପ୍ରତିଷ୍ଠାତା ନାରୀ ହୀରା ଆଉ ନାହାନ୍ତି। ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇରେ ରହୁଥିବା ହୀରା ଭାରତୀୟ ମିଡିଆ ଇଣ୍ଟଷ୍ଟ୍ରୀର ଜଣେ ଚର୍ଚ୍ଚିତ ଚେହେରା। ଷ୍ଟାରଡଷ୍ଟ, ସାଭୀ, ଶୋ’ ଟାଇମ, ସୋସାଇଟୀ ଓ ହେଲ୍ଥ ଭଳି ଲୋକପ୍ରିୟ ପତ୍ରିକା ତାଙ୍କ ଦ୍ୱାରା ହିଁ ପ୍ରତିଷ୍ଠା ହୋଇଥିଲା।

Advertisment

ନାରୀ ହୀରାଙ୍କ ପରିବାର ଲୋକ ଗୋଟିଏ ବିବୃତିରେ କହିଛନ୍ତି, “ପ୍ରିଣ୍ଟ ମିଡିଆର ଜଣେ ଅଗ୍ରଦୂତ, ଜଣେ ଫ୍ୟାମିଲ ମ୍ୟାନ ଓ ଜଣେ ଅତୁଳନୀୟ ବାପାଙ୍କ ଦେହାନ୍ତ ଖବର ଆମେ ଅତ୍ୟନ୍ତ ଦୁଃଖର ସହ ସମସ୍ତଙ୍କୁ ଅବଗତ କରାଉଛୁ।”

ଜଣେ ବରିଷ୍ଠ ସାମ୍ବାଦିକ ଓ ମିଡିଆ ମୋଗଲ ଭାବେ ଭାରତୀୟ ସାମ୍ବାଦିକ ଜଗତ ପ୍ରତି ହୀରାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଦେହାନ୍ତ ସହ ପ୍ରିଣ୍ଟ ମିଡିଆ ଜଗତରେ ଗୋଟିଏ ଯୁଗର ଶେଷ ହୋଇଛି। ୧୯୩୮ ମସିହାରେ କରାଚିରେ ଜନ୍ମ ହୋଇଥିବା ନାରୀ ହୀରାଙ୍କ ପରିବାର ବିଭାଜନ ପରେ ଭାରତ ଚାଲି ଆସିଥିଲେ।

Advertisment

ପ୍ରଥମେ ସେ ବିଜ୍ଞାପନ ଦୁନିଆରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। କିନ୍ତୁ ପରେ ସେ ପ୍ରକାଶନ ଜଗତରେ ପ୍ରବେଶ କରି ମାଗନା ପ୍ରକାଶନ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଓ ସବୁଠାରୁ ବଡ଼ ସଫଳତା ୧୯୭୧ରେ ଆରମ୍ଭ ହୋଇଥିବା 'ଷ୍ଟାରଡଷ୍ଟ' ପତ୍ରିକା।

ସେଲିବ୍ରିଟିମାନଙ୍କ ସହ ଜଡ଼ିତ ଅନେକ ଚମକାଇ ଦେବା ଭଳି ଖବର ଷ୍ଟାରଡଷ୍ଟ ପତ୍ରିକାରେ ପ୍ରକାଶ ପାଇଥିଲା। ଏହି କାରଣରୁ ଷ୍ଟାରଡଷ୍ଟ ପତ୍ରିକା ଅନେକ ଥର ଆଇନ ଯୁଦ୍ଧରେ ମଧ୍ୟ ଫସିଥିଲା। ଏହି ପତ୍ରିକା ନାଁରେ ଅମିତାଭ ବଚ୍ଚନ ଓ ଶାହରୁଖ ଖାନଙ୍କ ସମେତ ଅନେକ ବଡ଼ବଡ଼ ସେଲିବ୍ରିଟି ମାନହାନୀ ମାମଲା ମଧ୍ୟ କରିଥିଲେ। ଏହି ପତ୍ରିକା ଏହାର ଗପସପ ବିଷୟବସ୍ତୁ ପାଇଁ ଅନେକ ଥର ଜନସାଧାରଣଙ୍କ ସମାଲୋଚନାର ଶିକାର ହୋଇଥିଲା।

ନାରୀ ହୀରା ମଧ୍ୟ ଚଳଚ୍ଚିତ୍ର ଶିଳ୍ପର ଜଣେ ଜଣାଶୁଣା ଚେହେରା। ୧୯୮୦ରେ ସେ ହିବା ବ୍ୟାନରେ ଫିଲ୍ମ ତିଆରି କରିବା ଆରମ୍ଭ କରିଥିଲେ। ଏହି ବ୍ୟାନରରେ ସେ ୧୨ରୁ ଅଧିକ ସିନେମା ନିର୍ମାଣ କରିଥିଲେ। ସେ ଆଦିତ୍ୟ ପାଞ୍ଚୋଲି ଓ ଉର୍ମିଲା ମାଟୋଣ୍ଡକରଙ୍କ ପରି ତାରକାଙ୍କୁ ଲଞ୍ଚ କରାଇଛନ୍ତି। 

ପ୍ରକାଶନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାରୀ ହୀରାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା |

Mumbai Nari Hira
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe