Advertisment

ବାଇକ୍‌କୁ ଘୋଷାଡ଼ି ନେଲା କାର୍‌; ଚାଲିଗଲା ପରିବାରର ୪ ଜୀବନ

ଏକ କାର୍‌ ଏକ ବାଇକ୍‌କୁ ଘୋଷାଡ଼ି ନେବାରୁ ଘଟଣାସ୍ଥଳରେ ଏକ ପରିବାରର ୪ ଜଣଙ୍କ ମୃତ୍ୟ ଘଟିଛି। ଏହି ଦୁର୍ଘଟଣାରେ ଜଣେ ପିଲାଙ୍କ ଅବସ୍ଥା ଗୁରୁତର ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଝାଡ଼ଖଣ୍ଡର ଖଲାରୀ ଥାନା ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ଏକ ବାଇକ୍‌କୁ ଘୋଷାଡ଼ି ନେବାରୁ ଘଟଣାସ୍ଥଳରେ ଏକ ପରିବାରର ୪ ଜଣଙ୍କ ମୃତ୍ୟ ଘଟିଛି। ଏହି ଦୁର୍ଘଟଣାରେ ଜଣେ ପିଲାଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ପତିପତ୍ନୀ ଓ ସେମାନଙ୍କ ଦୁଇ ଛୁଆ ବୋଲି ଜଣାପଡ଼ିଛି। ସେମାନଙ୍କର ଆଉ ଏକ ପିଲାର ଅବସ୍ଥା ଗୁରୁତର ରହିଛି।

Advertisment

ପଙ୍କଜ ନାମକ ବ୍ୟକ୍ତି ଯବାନ ଭାବେ କାର୍ଯ୍ୟରତ ଥିଲେ। ସେ ନିଜ ପତ୍ନୀ ଓ ୩ ପିଲାଙ୍କ ସହ ଗତକାଲି ବାଇକ୍‌ରେ ଯାଉଥିଲେ। ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ହଠାତ ବାଇକ୍‌କୁ ପିଟିଥିଲା। ଏହାପରେ କାର୍‌ଟି ବାଇକ୍‌କୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ସମେତ ତାଙ୍କର ଏକ ଛୁଆର ମୃତ୍ୟୁ ଘଟିଥିଲା।

ଏହାପରେ ଗୁରୁତର ଥିବା ଯବାନ ଓ ତାଙ୍କର ଆଉ ଦୁଇ ପିଲାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଯବାନ ଓ ତାଙ୍କର ଏକ ପିଲା ଆଖି ବୁଜିଥିଲେ। ଅନ୍ୟ ଜଣେ ପିଲାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଞ୍ଚି ରେଫର କରି ଦିଆଯାଇଛି।

Advertisment

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ୍‌ ଅଧିକାରୀ ପହଞ୍ଚି ବହୁ ବୁଝାଶୁଝା ପରେ ରାସ୍ତାରୋକ ହଟିଥିବା ଜଣାଯାଇଛି।

Jharkhand Road Accident