Advertisment

ମଣିପୁରରେ ପୁଣି ହିଂସା, ୪ ନାଗରିକ ନିଖୋଜ

ବୋମା ବିସ୍ଫୋରଣ ହେବା ସହ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ।

author-image
Madhupriya Mistry
ଅଦ୍ୟତନ ହୋଇଛି
Manipur Violence

Manipur Violence

ପୁଣି ଅଶାନ୍ତ ହେଲା ମଣିପୁର। ଫୁଟିଲା ବୋମା। ଆଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କଲେ। ବିଷ୍ଣୁପୁର ଜିଲ୍ଲାର ହାଓତକ ଗାଁରେ ଗୁଳିମାଡ ହେବା ସହ ବୋମା ବିସ୍ଫୋରଣ ହୋଇଛି। ବିଷ୍ମୁପୁର ଜିଲ୍ଲାର କୁମ୍ଭି ଓ ଥୋବାଲ ଜିଲ୍ଲାର ଓାଙ୍ଗୁ ମଧ୍ୟରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି। 

Advertisment

ସୂଚନା ମୁତାବକ, କିଛି ଆତଙ୍କବାଦୀମାନେ ଏହି ଗୁଳିମାଡ଼ କରିଛନ୍ତି। ତେବେ ଏଥିରେ ଏଯାଏଁ କେହି ମୃତାହତ ହୋଇନାହାନ୍ତି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଆତଙ୍କବାଦୀଙ୍କ ଗୁଳିମାଡ଼ର ପାଲଟା ଜବାବରେ ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଛି।

ସେପଟେ ବୋମା ବିସ୍ଫୋରଣ ଓ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଭୟଭୀତ ହୋଇ ବିଷ୍ଣୁପୁର ଜିଲ୍ଲାର ହାଓଟାକ୍ ଗ୍ରାମରୁ ୧୦୦ରୁ ଅଧିକ ମହିଳା, ଶିଶୁ ଓ ବୟସ୍କ ଲୋକ ଗାଁ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିବା ଅଧିକାରୀମାନେ କହିଛନ୍ତି।

Advertisment

ଅନ୍ୟପଟେ ମଣିପୁରର ବିଷ୍ଣୁପୁର ଏବଂ ଚୁରଚାନ୍ଦପୁର ଜିଲ୍ଲାର ପାହାଡ ଅଞ୍ଚଳରେ କାଠ ସଂଗ୍ରହ କରିବାକୁ ଯାଇଥିବା କୁମ୍ବି ବିଧାନସଭା ନିର୍ବାଚନମଣ୍ଡଳୀରୁ ଚାରିଜଣ ବ୍ୟକ୍ତି ବୁଧବାର ନିଖୋଜ ହୋଇଯାଇଛନ୍ତି। ପୁଲିସ ଏନେଇ ସୂଚନା ଦେଇଛି। ନିଖୋଜ ହୋଇଥିବା ଯୁବକମାନେ ଦାରା ସିଂହ, ଇବୋମା ସିଂହ, ରୋମେନ ସିଂହ ଏବଂ ଆନନ୍ଦ ସିଂହ ବୋଲି ଚିହ୍ନଟ କରାଯାଇଥିବା ପୁଲିସ କହିଛି। ଆତଙ୍କବାଦୀମାନେ ଏମାନଙ୍କୁ ବନ୍ଦୀ କରିନେଇଥିବା ପୁଲିସ ସନ୍ଦେହ କରୁଛି।

ଏହା ପୂର୍ବରୁ ଜାନୁୟାରି ୧ତାରିଖରେ ଅଜଣା ଓ ସ୍ଥାନୀୟ ଥୌବାଲ୍‌ ଲିଲୋଙ୍ଗ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଗଣ୍ଡୋଗଳ ଦେଖିବାକୁ ମିଳିଥିଲା । ପୁଲିସ୍‌ କହିବା ଅନୁଯାୟୀ ସେହି ମାଡ଼ଗୋଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା।

ଗତବର୍ଷ ମେ' ମାସରେ କୁକି ଓ ମେତେଇ ସଂପ୍ରଦାୟ ଲୋକଙ୍କ ଭିତରେ ହୋଇଥିବା ଘଟଣାରେ ୧୮୦ଜଣଙ୍କ ମୃତ୍ୟୁ ହେବାର ଗତ କିଛି ମାସ ଭିତରେ କ୍ରମାଗତ ହିଂସାକାଣ୍ଡ ଘଟିଚାଲିଛି। ରାଜ୍ୟର ପାହାଡିଆ ଜିଲ୍ଲାଗୁଡିକରେ ଆଦିବାସୀ ଏକତା ପଦଯାତ୍ରା ଆରମ୍ଭ କରାଯିବା ପରେ ଏସଟି ମାନ୍ୟତା ଦାବିରେ ମେତେଇ ସମ୍ପ୍ରଦାୟଙ୍କୁ ବିରୋଧ ନେଇ ଏହି ସଂଘର୍ଷ ଆରମ୍ଭ ହୋଇଥିଲା।

Manipur Violence 4 Man Missing