Advertisment

Murder: ବାହାଘର ୪ ମାସ ପରେ ୩ ପର ପୁରୁଷଙ୍କ ସହ ପତ୍ନୀଙ୍କୁ ଗୋଟିଏ ବେଡରେ ଦେଖିଲେ ସ୍ୱାମୀ, ଆଉ ତା’ ପରେ...

୩ ଜଣ ପର ପୁରୁଷଙ୍କ ସହ ପତ୍ନୀଙ୍କୁ ସେ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଏଭଳି କାଣ୍ଡ ଘଟାଇଛନ୍ତି। ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଗୋଟିଏ କମ୍ବଳରେ ଗୁଡ଼ାଇ ଦେଇଥିଲେ ଓ ଦିନକ ପରେ ନିଜେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି।

sachin

ଗିରଫ ହୋଇଥିବା ସଚିନ

Advertisment

ବାହାଘରର ୪ ମାସ ପରେ ନିଜର ପତ୍ନୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରିଛନ୍ତି ଜଣେ ଯୁବକ। ୩ ଜଣ ପର ପୁରୁଷଙ୍କ ସହ ପତ୍ନୀଙ୍କୁ ସେ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଏଭଳି କାଣ୍ଡ ଘଟାଇଛନ୍ତି। ପତ୍ନୀଙ୍କୁ ହତ୍ୟା(Murder) କରିବା ପରେ ମୃତଦେହକୁ ଗୋଟିଏ କମ୍ବଳରେ ଗୁଡ଼ାଇ ଦେଇଥିଲେ ଓ ଦିନକ ପରେ ନିଜେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଉତ୍ତର ପ୍ରଦେଶର କାନପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି। 

Advertisment

ଅଭିଯୁକ୍ତ ସଚିନ ସିଂହ ପତ୍ନୀ ଶ୍ୱେତାଙ୍କ ସହ କିଛି ମାସ ହେବ ଗୋଟିଏ ଭଡ଼ା ଘରେ ରହୁଥିଲେ। ସେମାନେ ପରିବାର ଲୋକଙ୍କ ବିରୋଧରେ ଯାଇ ବିବାହ କରିଥିଲେ। ବିବାହ ପୂର୍ବରୁ ସଚିନ ଓ ଶ୍ୱେତାଙ୍କ ମଧ୍ୟରେ ଦୀର୍ଘ ବର୍ଷର ପ୍ରେମ ସମ୍ପର୍କ ମଧ୍ୟ ରହିଥିଲା। ତଥାପି ପରିବାର ଲୋକ ବାହାଘର ପାଇଁ ରାଜି ନ ହେବାରୁ ସେମାନେ ଘର ଛାଡ଼ି ଦେଇଥିଲେ। ଏହାପରେ କୋର୍ଟରେ ବିବାହ କରି ଭଡ଼ା ଘରେ ୪ ମାସ ହେଲା ରହୁଥିଲେ। 

ସଚିନ ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ, କିଛି ଦିନ ହେବ ସେ ପତ୍ନୀଙ୍କ ଆଚରଣକୁ ନେଇ ସନ୍ଦେହ କରୁଥିଲେ। ସଚିନ କାମ ପାଇଁ ବାହାରକୁ ଚାଲି ଯିବା ପରେ ଶ୍ୱେତା ଭଡ଼ା ଘର ପାଖରେ ରହୁଥିବା ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ସହ ମିଳାମିଶା କରୁଥିଲେ। ମହାରାଜପୁର ସ୍ଥିତ ଗୋଟିଏ ଇଞ୍ଜିନିୟରିଂ କଲେଜର ସେମାନେ ପଢ଼ୁଥିଲେ ଓ ଏହାର ପାଖରେ ଘର ଭଡ଼ା ନେଇ ରହୁଥିଲେ। 

Advertisment

ଦୁଇ ଦିନ ତଳେ ସଚିନ ଗାଁ ଯାଉଥିବା କହି ଘରକୁ ବାହାରିଥିଲେ ଓ ଫେରିଲା ବେଳକୁ ରାତି ହୋଇ ଯିବ ବୋଲି ପତ୍ନୀ ଶ୍ୱେତାଙ୍କୁ ଜଣାଇଥିଲେ। ଶୁକ୍ରବାର ରାତିରେ ପୂର୍ବରୁ ସୂଚନା ନ ଦେଇ ସଚିନ ହଠାତ ଘରେ ପହଞ୍ଚିଲା ବେଳକୁ ଶ୍ୱେତା ୩ ଇଞ୍ଜନିୟରିଂ ଛାତ୍ରଙ୍କ ସହ ବେଡରେ ଶୋଇଛନ୍ତି। ସେମାନେ ଆପତ୍ତିଜନକ ଅବସ୍ଥାରେ ଥିବା ବେଳେ ସଚିନ ସବୁ କିଛିର ଭିଡିଓ ରେକର୍ଡ କରିଥିଲେ।

ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ୩ ଛାତ୍ରଙ୍କୁ ଶ୍ୱେତା ଉସକାଇବା ସହ ସ୍ୱାମୀଙ୍କୁ ପିଟିବାକୁ କହିଥିଲେ। ମାରପିଟର ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ସମସ୍ତଙ୍କୁ ଥାନାକୁ ନେଇ ଯାଇଥିଲା। 

ଥାନାରେ ସଚିନ ପୁଲିସ୍‌କୁ କହିଥିଲେ ଯେ ସେ ମାମଲାକୁ ଆଗକୁ ବଢ଼ାଇବାକୁ ଚାହୁଁନାହାନ୍ତି ଓ ସବୁ କିଛିର ଆପୋଷ ସମାଧାନ କରାଯାଉ। ତେଣୁ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିଲେ। ଘରେ ପହଞ୍ଚିବା ପରେ ପତ୍ନୀ ଶ୍ୱେତା ଥାନାରେ ଅଟକ ଥିବା ୩ ଛାତ୍ରଙ୍କୁ ଖଲାସ କରିବାକୁ ସଚିନଙ୍କ ଉପରେ ଚାପ ପକାଇଥିଲେ। ଯଦି ସେ କୌଣସି ପଦକ୍ଷେପ ନ ନେବେ, ତା’ହେଲେ ଶ୍ୱେତା ତାଙ୍କୁ ଛାଡ଼ି ଦୁଇ ଛାତ୍ରଙ୍କ ସହ ରହିବେ ବୋଲି ଧମକ ଦେଇଥିଲେ। 

ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ସଚିନ ପତ୍ନୀ ଶ୍ୱେତାଙ୍କ ତଣ୍ଟି ଚିପି ଦେଇଥିଲେ। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହକୁ ସେ ଗୋଟିଏ କମ୍ବଳରେ ଘୋଡ଼ାଇ ଦେବା ସହ ଭଡ଼ା ଘରେ ଏହାକୁ ରଖି ଚାଲି ଯାଇଥିଲେ। ତା’ ପରଦିନ ସଚିନ ସ୍ଥାନୀୟ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। 

ପୁଲିସ୍‌ ଅଧିକାରୀମାନେ ଖବର ପାଇ ତୁରନ୍ତ ସଚିନଙ୍କୁ ଧରି ତାଙ୍କ ଭଡ଼ା ଘରେ ପହଞ୍ଚିଥିଲେ। ସେଠାରେ ଥିବା ଶ୍ୱେତାଙ୍କ ମୃତଦେହକୁ ପୁଲିସ୍‌ ଜବତ କରିଥିଲା। ସଚିନଙ୍କୁ ପୁଲିସ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe