Naxal
ଝାରଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜୋନାଲ୍ କମାଣ୍ଡର, ଜଣେ ସବ୍-ଜୋନାଲ୍ କମାଣ୍ଡର ଓ ଜଣେ ଏରିଆ କମାଣ୍ଡର ଥିବା ଜଣାପଡ଼ିଛି। ସେହିପରି ଜଣେ ଏରିଆ କମାଣ୍ଡରଙ୍କ ସମେତ ଦୁଇ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଏନକାଉଣ୍ଟର ସ୍ଥଳରୁ ରାଇଫଲ୍ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହା ଝାଡ଼ଖଣ୍ଡ ପୁଲିସ୍ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।
ପଶ୍ଚିମ ସିଂହଭୂମ ଏସ୍ପି ଆଶୁତୋଷ ଶେଖର କହିଛନ୍ତି ଯେ ଏବେବି ଘଟଣାସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଦୁଇ ଦିନ ତଳେ (ଶନିବାର) ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ୮ ନକ୍ସଲ ନିହତ ହୋଇଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିଲା। ନିହତ ହୋଇଥିବା ୮ ନକ୍ସଲଙ୍କ ମଧ୍ୟରୁ ୬ ଜଣ ବରିଷ୍ଠ କ୍ୟାଡର ନକ୍ସଲ ଥିଲେ ଓ ସେମାନଙ୍କ ମୁଣ୍ଡରେ ମିଳିତ ଭାବେ ୪୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହା ପୂର୍ବରୁ ଜୁନ୍ ୫ ତାରିଖରେ ନାରାୟଣପୁରରେ ହୋଇଥିବା ଏନ୍କାଉଣ୍ଟରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଗତ ମେ’ ୨୩ ତାରିଖରେ ନାରାୟଣପୁର-ବିଜାପୁର ସୀମାନେ ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ନକ୍ସଲ ନିହତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Naxal_1717774056.jpg)