Advertisment

ଛତିଶଗଡ଼ ସୀମାନ୍ତରେ ନକ୍ସଲ-ପୁଲିସ ମୁହାଁମୁହିଁ: ୪ ନକ୍ସଲ ନିପାତ

ଆଜି ସକାଳେ ପୁଲିସ ବିଜାପୁର ଜିଲ୍ଲାରେ କମ୍ବିଂ ଅପରେସନ କରୁଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିଲା।

Representative Image

Representative Image

Advertisment

ଛତିଶଗଡ଼ ସୀମାନ୍ତରେ କମ୍ବିଂ ଅପରେସନ ବେଳେ ନକ୍ସଲ-ପୁଲିସ ମୁହାଁମୁହିଁ। ପୁଲିସ ଗୁଳିରେ ୪ ନକ୍ସଲ ନିପାତ ହୋଇଛନ୍ତି। ଆଜି ସକାଳେ ପୁଲିସ ବିଜାପୁର ଜିଲ୍ଲାରେ କମ୍ବିଂ ଅପରେସନ କରୁଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। 

Advertisment

ସୂଚନା ମୁତାବକ, ଗଙ୍ଗାଲୁର ପୁଲିସ ଅଧୀନରେ କୋବ୍ରା ବାଟାଲିଅନ ଏବଂ CRPF ମିଳିତ ଭାବେ କୋରଚେଲି ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବ ଦେଇଥିଲେ, ଯେଉଁଥିରେ ୪ ଜଣ ନକ୍ସଲ ନିପାତ ହୋଇଛନ୍ତି।

ଏଥିସହ ଏକାଧିକ ନକ୍ସଲ ଆହତ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଏନେଇ ବିଜାପୁର ଏସପି ଜିତେନ୍ଦ୍ର କୁମାର ଯାଦବ ନିଶ୍ଚିତ କରିଛନ୍ତି। ନକ୍ସଲ ନିପାତ ହେବା ସହ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିବା ସେ କହିଛନ୍ତି।

Advertisment

ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ବିଜାପୁର ଜିଲ୍ଲାରେ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ। ନିକଟରେ ଏହି ଅଞ୍ଚଳରେ ହୋଇଥିବା ଅପରେସନରେ ୬ ଜଣ ନକ୍ସଲ ନିପାତ ହୋଇଥିଲେ। ଆଜି ପୁଣି ଏନକାଉଣ୍ଟର କରାଯାଇଛି।  

Chhattisgarh Gunfight Police Naxals Gunfight Security Force
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe