Advertisment

ଗଛରେ ପିଟି ହୋଇ ଜଳିଗଲା କାର୍‌, ୪ ଜଣ ଜୀବନ୍ତ ଦଗ୍ଧ

ଆଜି ସକାଳେ କାର୍‌ଟି ହରଦା ଜିଲ୍ଲାର ନୌସର ଗାଁ ଅତିକ୍ରମ କରୁଥିଲା। ଉକ୍ତ ସମୟରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଖୁବ୍‌ ଜୋରରେ ପିଟି ହୋଇଥିଲା। ଏହା ପରେ ସାଙ୍ଗେ ସାଙ୍ଗେ କାର୍‌ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଛି।

author-image
Niharika Rout
Car

Car

ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଗଛରେ ପିଟି ହୋଇ ଆଖି ପିଛୁଳାକେ ଜଳି ଯାଇଛି। ଫଳରେ କାର୍‌ରେ ଥିବା ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ତେବେ ମୃତକଙ୍କ ପରିଚୟ ମିଳି ପାରିନି।

Advertisment

ଆଜି ସକାଳେ କାର୍‌ଟି ହରଦା ଜିଲ୍ଲାର ନୌସର ଗାଁ ଅତିକ୍ରମ କରୁଥିଲା। ଉକ୍ତ ସମୟରେ ଡ୍ରାଇଭରଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଖୁବ୍‌ ଜୋରରେ ପିଟି ହୋଇଥିଲା। ଏହା ପରେ ସାଙ୍ଗେ ସାଙ୍ଗେ କାର୍‌ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଛି।

ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ, ପ୍ରତ୍ୟକ୍ଷଦର୍ଶୀ ବହୁ ଚେଷ୍ଟା କରିବି କାର୍‌ରୁ କାହାକୁ ଉଦ୍ଧାର କରି ପାରି ନ ଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ କାର୍‌ରୁ ୪ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ମୃତଦେହକୁ ଉଦ୍ଧାର କରିଥିଲେ। 

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତକଙ୍କ ପରିଚୟ ଖୋଜିବାକୁ ଛାନଭିନ କରୁଛି।

Accident Madhya Pradesh Road Accident