Advertisment

ସର୍ଟ ସର୍କିଟ ଯୋଗୁ ପରିବାର ଛାରଖାର; ଜଳିଗଲେ ୪ ଭାଇଭଉଣୀ

ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁ ଘଟିଲା ହୃଦୟ ବିଦାରକ ଘଟଣା। ହୋଲି ପୂର୍ବରୁ ଛାରଖାର ହୋଇଗଲା ପୂରା ପରିବାର। ଏଥିଯୋଗୁ ପରିବାରର ୪ ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାମା’ ଗୁରୁତର ହୋଇଛନ୍ତି।

author-image
Pragnya Choudhury
undefined

Electric Shock

ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁ ଘଟିଲା ହୃଦୟ ବିଦାରକ ଘଟଣା। ହୋଲି ପୂର୍ବରୁ ଛାରଖାର ହୋଇଗଲା ପୂରା ପରିବାର। ଏଥିଯୋଗୁ ପରିବାରର ୪ ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାମା’ ଗୁରୁତର ହୋଇଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶରେ ଘଟିଛି।

Advertisment

ଉତ୍ତରପ୍ରଦେଶରେ ମୁଜଫରନଗରରେ ଏକ ଦିନ ମଜୁରିଆଙ୍କ ପରିବାର ଭଡ଼ାରେ ରହୁଥିଲେ। ସେଥିରେ ପତିପତ୍ନୀ ଓ ତାଙ୍କ ୪ ଛୁଆ ଥିଲେ। ଘଟଣା ଦିନ ମୋବାଇଲ ଚାର୍ଜିଂରେ ବସଥିବା ବେଳେ ହଠାତ୍‌ ସର୍ଟ ସର୍କିଟ ହୋଇ ସେଥିରୁ ନିଆଁ ବାହାରିଥିଲା। ଏହାପରେ ନିଆଁ ବେଡ ଉପରେ ପଡ଼ିଥିବା ଗଦି ଜଳି ଉଠିଥିଲା। ଏହାପରେ ଘରର ଅନ୍ୟ ଆସବାବପତ୍ର ବି ଜଳିବାକୁ ଲାଗିଲା।

ଏହାଦେଖି ପତିପତ୍ନୀ ନିଜ ଛୁଆଙ୍କୁ ଧରି ଘରୁ ବାହାରିବାକୁ ଚେଷ୍ଟା କରିଥିବା ବେଳେ ସମ୍ଭବ ହୋଇ ପାରି ନ ଥିଲା। ଫଳରେ ପରିବାରର ସମସ୍ତେ ନିଆଁରେ ଜଳିଯାଇଥିଲେ।

Advertisment

ଏହାଦେଖି ପଡ଼ୋଶୀ ତୁରନ୍ତ ପହଞ୍ଚି ବହୁ କଷ୍ଟରେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ବେଳେ ୪ ଛୁଆଙ୍କ ମୃତ୍ୟୁ ହୋଇ ଯାଇଛି। ପତିପତ୍ନୀ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ମୃତକମାନଙ୍କ ବୟସ ୧୦ରୁ ୫ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Uttar Pradesh