Advertisment

Naxal: ଏନ୍‌କାଉଣ୍ଟରରେ ୧୪ ନକ୍ସଲ ନିହତ

ସୁକମା ଓ ବିଜାପୁରରେ କ୍ୟାଡର ନକ୍ସଲଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ଭାବେ ଗୁଇନ୍ଦା ସୂଚନା ମିଳିବା ପରେ ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ଏଥିରେ ସାମିଲ ହୋଇଥିଲେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRG)ର ଯବାନମାନେ।

police
Advertisment

ଛତିଶଗଡ଼ର ବସ୍ତର ଅଞ୍ଚଳରେ ଶନିବାର ଦୁଇଟି ପୃଥକ ଏନ୍‌କାଉଣ୍ଟରରେ ୧୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସୁକମା ଜିଲ୍ଲାରେ ହୋଇଥିବା ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିଜାପୁର ଜିଲ୍ଲାରେ ୨ ଜଣ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଏକାଧିକ ଏକେ-୪୭ ରାଇଫଲ, ଇନ୍‌ସାସ୍‌ ରାଇଫଲ ଓ ସେଲ୍‌ଫ-ଲୋଡିଂ ରାଇଫଲ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷାକର୍ମୀ।

Advertisment

ସୁକମା ଓ ବିଜାପୁରରେ କ୍ୟାଡର ନକ୍ସଲଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ଭାବେ ଗୁଇନ୍ଦା ସୂଚନା ମିଳିବା ପରେ ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ଏଥିରେ ସାମିଲ ହୋଇଥିଲେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRG)ର ଯବାନମାନେ।

ଆଜି ଭୋର ପ୍ରାୟ ୫ଟା ବେଳେ ବିଜାପୁର ଜିଲ୍ଲାର ବାସାଗୁଡ଼ା ଥାନା ଗଗନପଲ୍ଲୀ ଗାଁ ପାଖ ଜଙ୍ଗଲରେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ ଡିଆରଜି ଯବାନ। ଉଭୟ ପକ୍ଷ ମଧ୍ୟରେ ସେଠାରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହକୁ ଜବତ କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଏସ୍‌ଏଲଆର ଓ ଗୋଟିଏ ୧୨-ବୋର୍ ରାଇଫଲ ଜବତ କରାଯାଇଛି। ଆଖପାଖ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି। 

Advertisment

ସେହିପରି ସକାଳ ପ୍ରାୟ ୮ଟା ବେଳେ ସୁକମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ପାଲୋଡି ଓ ପୋଟାକପଲ୍ଲୀ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ଡିଆରଜି ଟିମ୍‌ ସହିତ ନକ୍ସଲଙ୍କ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସେଠାରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହଗୁଡ଼ିକ ଜବତ କରାଯାଇଛି। ଘଟଣାସ୍ଥଳରୁ ଏକେ ୪୭, ଇନ୍‌ସାସ୍ ରାଇଫଲ ସମେତ ଅନେକ ଅଟୋମେଟିକ୍ ୱିପନ୍‌ ଜବତ କରାଯାଇଛି। ଏହି ଏନ୍‌କାଉଣ୍ଟରରେ ନକ୍ସଲଙ୍କ କୋଣ୍ଟା ଏରିଆ କମିଟି ମୂଳପୋଛ ହୋଇଯାଇଛି ବୋଲି ଛତିଶଗଡ଼ ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ବର୍ଷ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨୮୫ ଜଣ ନକ୍ସଲ ନିହତ ହୋଇଥିଲେ। 

ଅନ୍ୟପକ୍ଷରେ ନକ୍ସଲଙ୍କ ସ୍ପେଶାଲ ଜୋନାଲ କମିଟିର ମୋଷ୍ଟ ୱାଣ୍ଟେଡ ସଦସ୍ୟ ଦେବ ବାର୍ଷେ ଆଜି ୨୦ ଜଣ ସମର୍ଥକଙ୍କ ସହିତ ହାଇଦ୍ରାବାଦରେ ଆତ୍ମସମର୍ପଣ କରିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe