Advertisment

ଭାରତରେ ସେମି କଣ୍ଡକ୍ଟର ଚିପ୍ ତିଆରି ଉଦ୍ୟୋଗ ସ୍ଥାପନ ଚୁକ୍ତିରୁ ଓହରିଗଲା ତାଇୱାନ୍‌ର ଫୋକ୍ସକନ୍

ବେଦାନ୍ତ ସହ ମିଶି ଭାରତରେ ୧୯.୫ ବିଲିୟମ ଡଲାର ବା ୧.୫ ଲକ୍ଷ କୋଟି ଟଙ୍କା ବିନିଯୋଗରେ ସେମି କଣ୍ଡକ୍ଟର ଚିପ୍ ତିଆରି ଉଦ୍ୟୋଗ ସ୍ଥାପନ ନିଷ୍ପତ୍ତିରୁ ଓହରି ଯାଇଛି ତାଇୱାନ୍‌ର ଫୋକ୍ସକନ୍ କମ୍ପାନୀ।

ଅଦ୍ୟତନ ହୋଇଛି
The Vedanta-Foxconn venture

The Vedanta-Foxconn venture

Advertisment

ବେଦାନ୍ତ ସହ ମିଶି ଭାରତରେ ୧୯.୫ ବିଲିୟମ ଡଲାର ବା ୧.୫ ଲକ୍ଷ କୋଟି ଟଙ୍କା ବିନିଯୋଗରେ ସେମି କଣ୍ଡକ୍ଟର ଚିପ୍ ତିଆରି ଉଦ୍ୟୋଗ ସ୍ଥାପନ ନିଷ୍ପତ୍ତିରୁ ଓହରି ଯାଇଛି ତାଇୱାନ୍‌ର ଫୋକ୍ସକନ୍ କମ୍ପାନୀ। ସୋମବାର ଫୋକ୍ସକନ ଏହି ନିଷ୍ପତ୍ତି ନେଇଥିବା ଜଣାଇଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ଚିପ୍‌ ମେକିଂ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ କରିଥିବା ଉଦ୍ୟମ ବାଟବଣା ହେବା ନେଇ ଅଲୋଚନା ଦେଖାଦେଇଛି। ଫୋକ୍ସକନ୍‌ କମ୍ପାନୀ ଭାରତର ବେଦାନ୍ତ ମେଟାଲ-ଟୁ-ଆଏଲ କୋଙ୍ଗଲୋମେରାଟେ ସହ ମିଶି ଉଦ୍ୟୋଗ ପ୍ରତିଷ୍ଠା କରିବାର ଥିଲା।

Advertisment

ବିଶ୍ୱର ସର୍ବବୃହତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ଫୋକ୍ସକନ ଓ ବେଦାନ୍ତ ଗତ ବର୍ଷ ଏହି ସେମିକଣ୍ଡକ୍ଟର ଓ ଡିସ୍‌ପ୍ଲେ ଉଦ୍ୟଗ ଗୁଜୁରାଟରେ ସ୍ଥାପନ କରିବାକୁ ଚୁକ୍ତି କରିଥିଲେ।

ବେଦାନ୍ତ ସହ ମିଶି ଆଗକୁ ଏହି ପ୍ରକଳ୍ପ କାମରେ ନଆଗେଇବାକୁ ନିଷ୍ପତ୍ତି ନେଇ ଚୁକ୍ତିରୁ ଓହରି ଯାଇଥିବା ଫୋକ୍ସକୋନ ଉପଲବ୍ଧି କରିଥିବା ଜଣାଇଛି। ଏହି କମ୍ପାନୀ କହିଛି, ଭାରତର ମେକଇନ୍‌ ଇଣ୍ଡିଆ ଲକ୍ଷ୍ୟ ପ୍ରତି ତାହାର ସମର୍ଥନ ରହିଛି। ଏବେ ଆଗକୁ ଭାରତ ତାହାର ସ୍ଥାନୀୟ ଉଦ୍ୟୋଗପତିଙ୍କ ଜରିଆରେ ଏହି ଲକ୍ଷ୍ୟ ପୂରଣ କରିବ।

Advertisment

ତେବେ କେଉଁ କାରଣରୁ ଏହି ଡିଲ୍‌ରୁ ଫୋକ୍ସକନ୍ ଓହରିଲା ତାହା ସ୍ପଷ୍ଟ କରିନି।

ସେପଟେ ବେଦାନ୍ତ କହିଛି, ଏହି ଡିଲ୍‌ ଭାଙ୍ଗିବା ପରେ ଆଗକୁ ଅନ୍ୟ କମ୍ପାନୀଙ୍କ ସହ ମିଶି ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଉଛି। ଆଇଟି ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଏହି ଚୁକ୍ତି ଭାଙ୍ଗିଥିଲେ ହେଁ ଏହାର ପ୍ରଭାବ ସେମିକଣ୍ଡକ୍ଟର ଚିପ୍‌ ହବ୍‌ ପ୍ରତିଷ୍ଠା କରିବା ଲକ୍ଷ୍ୟରେ କୌଣସି ପ୍ରଭାବ ପକାଇବ ନାହିଁ।

ସୂଚନା ଥାଉକି, ଅହମଦାବାଦ୍‌ର ୧ ହଜାର ଏକର ଜମି ଉପରେ ଏହି ଉଦ୍ୟୋଗ ପ୍ରତିଷ୍ଠା ହେଉଛି। ଏହି ପ୍ରକଳ୍ପ ଜରିଆରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ଉଦ୍ୟୋଗ ପ୍ରତିଷ୍ଠାରେ ବେଦାନ୍ତ ୬୦ ପ୍ରତିଶତ ଓ ଫୋକ୍ସକୋନ୍ ୪୦ ପ୍ରତିଶତ ଅଂଶଧନ ବିନିଯୋଗ କରିବାର ଥିଲା। ଦୁଇବର୍ଷ ଭିତରେ ପ୍ଲାଣ୍ଟ ପ୍ରତିଷ୍ଠା କାମ ସାରି ଜିନିଷ ଉତ୍ପାଦନ ଆରମ୍ଭ କରିବାକୁ ସେମାନେ ଲକ୍ଷ୍ୟ ରଖିଥିଲେ। 

Gujarat Industrial Land Vedanta-Facor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe