Advertisment

କୋଲକାତା ହରର୍‌: ୧୫୦ ମିଲିଗ୍ରାମ ସେମେନ ମିଳିବା ଓ ହାଡ଼ ଭାଙ୍ଗିବା ଖବରକୁ ମିଛ କହିଲା ପୁଲିସ୍‌

ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସୋଶାଲ ମିଡିଆରେ ଭିନ୍ନଭିନ୍ନ ଦାବି କରାଯାଉଛି। କିଛି ଗଣମାଧ୍ୟମ ମଧ୍ୟ ଅଧିକାରୀଙ୍କ ସୂତ୍ରରୁ ପୀଡ଼ିତାଙ୍କ ଶରୀରରୁ ୧୫୦ ମିଲିଗ୍ରାମ ସେମେନ ମିଳିଥିବାରୁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ରିପୋର୍ଟ ପ୍ରକାଶ କରୁଛନ୍ତି।

ଅଦ୍ୟତନ ହୋଇଛି
Doctor

Doctor

Advertisment

କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ବିଭିନ୍ନ ସ୍ଥାନରେ ମହିଳାମାନେ ବିକ୍ଷୋଭ କରୁଥିବା ବେଳେ ଡାକ୍ତରମାନେ ମଧ୍ୟ ଷ୍ଟ୍ରାଇକକୁ ଓହ୍ଲାଇଛନ୍ତି। ଏହି ଭୟଙ୍କର ଘଟଣା କେବଳ ଲୋକଙ୍କୁ ଦୋହଲାଇ ଦେଇନାହିଁ, ବରଂ ସେମାନଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି।

Advertisment

ଏସବୁ ଭିତରେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସୋଶାଲ ମିଡିଆରେ ଭିନ୍ନଭିନ୍ନ ଦାବି କରାଯାଉଛି। କିଛି ଗଣମାଧ୍ୟମ ମଧ୍ୟ ଅଧିକାରୀଙ୍କ ସୂତ୍ରରୁ ପୀଡ଼ିତାଙ୍କ ଶରୀରରୁ ୧୫୦ ମିଲିଗ୍ରାମ ସେମେନ ମିଳିଥିବାରୁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ରିପୋର୍ଟ ପ୍ରକାଶ କରୁଛନ୍ତି।

ଦୁଷ୍କର୍ମକାରୀ ଏତେ ମାତ୍ରାରେ ପୀଡ଼ିତାଙ୍କୁ ନିର୍ଯାତନା ଦେଇଥିଲା ଯେ ତାଙ୍କ ଶରୀରର ବିଭିନ୍ନ ହାଡ଼ ଭାଙ୍ଗି ଯାଇଥିବା ମଧ୍ୟ ଦାବି କରାଯାଉଛି। ହେଲେ ଏହାକୁ ପୁଲିସ ଖଣ୍ଡନ କରିଛି।

Advertisment

୧- ହାଡ଼ ଭାଙ୍ଗି ଯାଇଥିବା ଦାବି: ଶବବ୍ୟବଚ୍ଛେଦ ମାଜିଷ୍ଟ୍ରେଟଙ୍କ ଆଗରେ କରାଯାଇଥିଲା। ଏହାର ଭିଡିଓ ଗ୍ରାଫି ମଧ୍ୟ କରାଯାଇଛି। ରିପୋର୍ଟରେ କୌଣସି ପ୍ରକାରର ହାଡ଼ ଭାଙ୍ଗିଥିବା କଥା ଉଲ୍ଲେଖ କରାଯାଇ ନାହିଁ। ବିଭିନ୍ନ ସୋଶାଲ ମିଡିଆରେ ଦାବି କରାଯାଇଥିଲା ଯେ ପୀଡ଼ିତାଙ୍କ ମୁହଁ ଓ ବେକ ସମେତ ବିଭିନ୍ନ ସ୍ଥାନରେ ହାଡ଼ ଭାଙ୍ଗି ଯାଇଛି। ହେଲେ ପୁଲିସ ଏହାକୁ ଖଣ୍ଡନ କରିଛି।

୨- ଅପ୍ରାକୃତିକ ମୃତ୍ୟୁ: କଲିକତା ହାଇକୋର୍ଟ କହିଛନ୍ତି ଯେ ଅପ୍ରାକୃତିକ ମାମଲା ରୁଜୁ ହୋଇଥିବାରୁ ସନ୍ଦେହ ସୃଷ୍ଟି ହେଉଛି ଓ ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୋଗ କରି ନଥିବାରୁ ବର୍ଷିଥିଲେ। ନିୟମ କହୁଛି ଯେ ଅଭିଯୋଗକାରୀଙ୍କ ଅନୁପସ୍ଥିତିରେ ପୁଲିସ ଯେକୌଣସି ଘଟଣାରେ ଅପ୍ରାକୃତିକ ମାମଲା ରୁଜୁ କରିବ। ପରବର୍ତ୍ତୀ ଅବସ୍ଥାରେ ତଦନ୍ତ ବେଳେ କିମ୍ବା ଶବ ବ୍ୟବଚ୍ଛେଦ ଆଧାରରେ ଏହାକୁ ହତ୍ୟା ମାମଲାକୁ ପରିବର୍ତ୍ତନ କରାଯିବ। ଅପ୍ରାକୃତିକ ମୃତ୍ୟୁ ମଧ୍ୟରେ ଆତ୍ମହତ୍ୟା, ହତ୍ୟା ଓ ଦୁର୍ଘଟଣା ଆଦି ରହିଛି।

କୋଲକାତା ପୁଲିସ୍‌ ମୁଖ୍ୟ ବିନୀତ ଗୋଏଲ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ଗୋଟିଏ ସ୍ୱାଭାବିକ ପ୍ରକ୍ରିୟା। ହତ୍ୟା ଗୋଟିଏ ଅପ୍ରାକୃତିକ ମୃତ୍ୟୁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଅଭିଯୋଗକାରୀଙ୍କ ଅନୁପସ୍ଥିତିରେ ଅପ୍ରାକୃତି ମୃତ୍ୟୁ ମାମଲା କରାଯାଏ। ତେଣୁ ଆମେ ଅପ୍ରାକୃତିକ ମାମଲା ରୁଜୁ କରି ଘଟଣାକୁ ରଫାଦଫା କରିବାକୁ ଚାହୁଁଥିବା କହିବାର କାରଣ କିଛି ନାହିଁ।”

୩- ୧୫୦ ମିଲିଗ୍ରାମ ସେମେନ: ରିପୋର୍ଟ ପ୍ରକାଶ ପାଇଥିଲା ଯେ ପୀଡ଼ିତାଙ୍କ ଶରୀରରୁ ୧୫୦ ମିଲିଗ୍ରାମ ସେମେନ ମିଳିଛି। ଏହାର ଅର୍ଥ ତାଙ୍କୁ ସମ୍ଭବତଃ ଗଣଦୁଷ୍କର୍ମ କରାଯାଇଛି। ଏହି ସୂଚନାର ସୂତ୍ର ଥିଲା ଯେ ପରିବାର ଲୋକ କୁଆଡ଼େ ନିଜ ପିଟିସନରେ ଏପରି ଦାବି କରିଛନ୍ତି।

କିନ୍ତୁ ପୁଲିସ୍‌ ଏହାକୁ ମଧ୍ୟ ଖଣ୍ଡନ କରିଛି। ପୁଲିସ୍‌ କହିଛି ଯେ କିଛି ଲୋକ କହୁଛନ୍ତି ଯେ ୧୫୦ ମିଲିଗ୍ରାମ ସେମେନ ମିଳିଛି। ଏପରି ସୂଚନା ସେମାନେ କେଉଁଠୁ ପାଉଛନ୍ତି? ମିଡିଆରେ ମଧ୍ୟ ଏହା ପ୍ରଚାର କରାଯାଉଛି। ଏପରି ମିଥ୍ୟା ଖବର ପ୍ରକାଶ କରି ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଥିବା ପୁଲିସ୍‌ କହିଛି।

୪- ସନ୍ଦିଗ୍ଧ ଅଭିଯୁକ୍ତମାନଙ୍କ ନାଁ: କିଛି ସୋଶାଲ ମିଡିଆ ପୋଷ୍ଟରେ ପୀଡ଼ିତାଙ୍କ କିଛି ସହକର୍ମୀଙ୍କ ନାଁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଏପରି କି ପୀଡ଼ିତାଙ୍କ ପରିବାର ଲୋକ ସନ୍ଦିଗ୍ଧଙ୍କ ନାଁ ସିବିଆଇକୁ ଦେଇଛନ୍ତି। ତେବେ ପୁଲିସ୍‌ କହିଛି ଯେ କାହାର ବି ନାଁ କୌଣସି ଏଜେନ୍ସି ସାର୍ବଜନୀନ କରି ନାହାନ୍ତି। କେବଳ ଗିରଫ ସିଭିକ ସ୍ୱେଚ୍ଛାସେବୀ ସଞ୍ଜୟ ରୟର ନାଁ ଖୁଲାସା କରାଯାଇଛି।

୫- କ୍ଷମତାଶାଳୀ ରାଜନେତାଙ୍କ ପୁଅ ରହିଛନ୍ତି: ସୋଶାଲ ମିଡିଆରେ ଦାବି କରାଯାଇଛି ଯେ ପୀଡ଼ିତାଙ୍କ ଜୁନିୟର ସହକର୍ମୀ ହେଉଛନ୍ତି ଜଣେ କ୍ଷମତାଶାଳୀ ରାଜନେତାଙ୍କ ପୁଅ। କିନ୍ତୁ ବାସ୍ତବରେ ସେ ବାଙ୍କୁରାରେ ଜଣେ ଶିକ୍ଷକଙ୍କ ପୁଅ। ପୁଲିସ୍‌ କ୍ଷମତାଶାଳୀ ଲୋକଙ୍କୁ ସୁରକ୍ଷା ଦେବାକୁ ଚାହୁଁଥିବା ଏପରି ପୋଷ୍ଟ ମାଧ୍ୟମରେ ଲୋକଙ୍କ ମନରେ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଏହା ଠିକ ନୁହେଁ ବୋଲି ପୁଲିସ୍‌ କହିଛି। 

Doctor Kolkata Doctor Murder Case Kolkata Raped-Murdered Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe