Advertisment

ନିର୍ବାଚନ ଜିତିଥିବାରୁ ବିଜେପି ସାଂସଦଙ୍କ କାର୍ଯ୍ୟକ୍ରମରେ ମାଗଣାରେ ବଣ୍ଟା ହେଲା ମଦ

ମାଗଣା ଓ ସର୍ବସମ୍ମୁଖରେ ଏପରି ମଦ ବାଣ୍ଟିବା ଘଟଣା ସମ୍ନାକୁ ଆସିବା ପରେ ସୁଧାକରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Liquor

Liquor

Advertisment

କାରେଟ ପରେ କାରେଟ ମଦ ବୋତଲ। ଲମ୍ବା ଧାଡ଼ିରେ ନିଜ ପାଳିକୁ ଅପେକ୍ଷା କରିଛନ୍ତି ଲୋକ। ପୁଲିସ୍‌ ମଧ୍ୟ ସୁରକ୍ଷା ଦେବାକୁ ଉପସ୍ଥିତ। ଧାଡ଼ିରେ ଆସି ଲୋକମାନେ ମଧ୍ୟ ମାଗଣାରେ ନେଉଛନ୍ତି ଗୋଟିଏ ପରେ ଗୋଟିଏ ବୋତଲ। ନିର୍ବାଚନରେ ଜିତିତଥିବାରୁ ବିଜେପି ସାଂସଦଙ୍କ ପାଇଁ ଆୟୋଜିତ ଧନ୍ୟବାଦ ସଭାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

କର୍ଣ୍ଣାଟକାର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ ସୁଧାକର ଲୋକସଭା ନିର୍ବାଚନ ଜିତିଥିବାରୁ ତାଙ୍କ କାର୍ଯ୍ୟକ୍ରମରେ ଲୋକଙ୍କୁ ମାଗଣାରେ ବଣ୍ଟା ଯାଇଛି ମଦ। ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଗୋଟିଏ ପରେ ଗୋଟିଏ ବୋତଲ ବୋହି ନେଇଛନ୍ତି। ମାଗଣା ମଦ ପାଇଁ କାଳେ ଲୋକମାନେ ଭିଡ଼ ଜମାଇ ବିଶୃଙ୍ଖଳା ସୃଷ୍ଟି କରିବେ, ସେଥିପାଇଁ ପୁଲିସ୍‌ ମଧ୍ୟ ମୁତୟନ କରାଯାଇଥିଲା।

ତେବେ ମାଗଣା ଓ ସର୍ବସମ୍ମୁଖରେ ଏପରି ମଦ ବାଣ୍ଟିବା ଘଟଣା ସମ୍ନାକୁ ଆସିବା ପରେ ସୁଧାକରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Advertisment

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ସୁଧାକର ଚିକ୍କାବାଲ୍ଲାପୁରରୁ ବିଜୟୀ ହୋଇଥିଲେ। ଏଥିପାଇଁ ସାଂସଦଙ୍କ ସମର୍ଥକମାନେ ଲୋକଙ୍କୁ ଧନ୍ୟବାଦ ଦେବା ପାଇଁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ସୁଧାକର ଏଠାରେ କଂଗ୍ରେସର ରକ୍ଷା ରମୈୟାଙ୍କୁ ୧.୬ ଲକ୍ଷରୁ ଅଧିକ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ବିଶାଳ ବିଜୟ ପାଇଁ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏଠାରେ ଲୋକଙ୍କୁ ପ୍ରଥମେ କଥାରେ ଧନ୍ୟବାଦ ଦିଆଯାଇଥିଲା। ଏହାପରେ ଉପସ୍ଥିତ ଥିବା ଲୋକଙ୍କୁ ମାଗଣାରେ ମଦ ବାଣ୍ଟି ବିଜୟ ପାଇଁ ପୁଣିଥରେ ଧନ୍ୟବାଦ ଦିଆଯାଇଛି।

ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର କହିଛନ୍ତି, “ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଶ୍ଚିତ ଭାବେ ଏହା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ। ମୁଁ ସ୍ଥାନୀୟ ନେତାଙ୍କ ପ୍ରତିକ୍ରିୟା ଚାହୁଁନି। ମୁଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସ୍ପଷ୍ଟୀକରଣ ମାଗୁଛି।” ସେ ମାଗଣା ମଦ ବାଣ୍ଟିବା ବିଜେପିର ସଂସ୍କୃତି ବୋଲି କହିଛନ୍ତି।

ରାଜ୍ୟ ଅବକାରୀ ନୀତି ଆଧାରରେ କ’ଣ ରାଜ୍ୟ ସରକାର ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ପ୍ରଶ୍ନରେ ଶିବକୁମାର କହିଛନ୍ତି, “ଏହା ପରବର୍ତ୍ତୀ ପଦକ୍ଷେ। ପ୍ରଥମେ ତାଙ୍କ ଦଳ ଉତ୍ତର ଦେଉ।”

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କାର୍ଯ୍ୟକ୍ରମ ସ୍ଥଳରେ ମାଗଣା ମଦ ନେବାକୁ ଲୋକମାନେ ପ୍ରବଳ ଭିଡ଼ ଜମାଇଛନ୍ତି। ସେମାନଙ୍କୁ ପୁଲିସ ନିୟନ୍ତ୍ରଣ କରୁଛି ଓ ଧାଡ଼ିରେ ରହି ମଦ ନେବାକୁ ଛାଡ଼ୁଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା, କାର୍ଯ୍ୟକ୍ରମ ପୂର୍ବରୁ ପୁଲିସ୍‌ ମୁତୟନ ପାଇଁ ନିଜେ ସୁଧାକର ଚିଠି ଲେଖିଥିଲେ। କାର୍ଯ୍ୟକ୍ରମ ପରେ ଖାଦ୍ୟ ଓ ମଦ ମାଗଣାରେ ବଣ୍ଟା ଯିବ ବୋଲି ଏଥିରେ ଉଲ୍ଲେଖ ରହିଥିଲା। ତଥାପି ଏପରି କାର୍ଯ୍ୟକ୍ରମକୁ କେମିତି ଅନୁମତି ମିଳିଲା ଓ ପୁଲିସ୍‌ ମୁତୟନ କରାଗଲା, ତା’ହା ହିଁ ବଡ଼ ପ୍ରଶ୍ନ।

Karnataka Liquor Campaign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe