ମାଗଣା ଯୋଜନା ନେଇ ବିଜେପି-କଂଗ୍ରେସ ଲଢ଼େଇ, ସତର୍କ କରାଇଲେ ପ୍ରଧାନମନ୍ତ୍ରୀ ମୋଦି

ବିଜେପି ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ତୀର୍ଥ ଯାତ୍ରା, ମହିଳାଙ୍କୁ ମାସିକ ୧ ହଜାର ଟଙ୍କାର ଭତ୍ତା ଓ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଛି। କଂଗ୍ରେସ ମଧ୍ୟ ସେମିତି କିଛି ଘୋଷଣା କରିଛି। ଦୁଇ ଦଳ ମାଗଣା ଯୋଜନା ଘୋଷଣା କରୁଥିବା ବେଳେ ଏହାକୁ ନେଇ ବାକଯୁଦ୍ଧ ଜାରି ରହିଛି।

ପ୍ରଧାନମନ୍ତ୍ରୀ ମୋଦି

  • Published: Sunday, 02 July 2023
  • , Updated: 02 July 2023, 09:35 AM IST

ତଥାକଥିତ ମାଗଣା ଯୋଜନାକୁ ନେଇ ଲୋକଙ୍କୁ ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବିରୋଧୀଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ମଧ୍ୟପ୍ରଦେଶରେ ଗୋଟିଏ ନୂଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଉଦଘାଟନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଘୋଷଣା କରୁଥିବା ମାଗଣା ଯୋଜନାକୁ ଟାର୍ଗେଟ କରିଛନ୍ତି।

ମାଗଣା ପାଣି, ବିଜୁଳି ଓ ତୀର୍ଥ ଯାତ୍ରା ଯୋଜନା ଘୋଷଣା କରି କଂଗ୍ରେସ କର୍ଣ୍ଣାଟକାରେ ବିଜେପିକୁ କ୍ଷମତାଚ୍ୟୁତ କରିଥିଲା। ଆଗକୁ ମଧ୍ୟ ପ୍ରଦେଶ ନିର୍ବାଚନ ଥିବା ବେଳେ କଂଗ୍ରେସ ଏଠାରେ କର୍ଣ୍ଣାଟକା ମଡେଲ ଉପସ୍ଥାପନ କରିବାକୁ ଯୋଜନା କରିଛି। ମଧ୍ୟପ୍ରଦେଶରେ ଏବେ ବିଜେପି ଓ କଂଗ୍ରେସ ମାଗଣା ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି।

ବିଜେପି ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ତୀର୍ଥ ଯାତ୍ରା, ମହିଳାଙ୍କୁ ମାସିକ ୧ ହଜାର ଟଙ୍କାର ଭତ୍ତା ଓ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଛି। କଂଗ୍ରେସ ମଧ୍ୟ ସେମିତି କିଛି ଘୋଷଣା କରିଛି। ଦୁଇ ଦଳ ମାଗଣା ଯୋଜନା ଘୋଷଣା କରୁଥିବା ବେଳେ ଏହାକୁ ନେଇ ବାକଯୁଦ୍ଧ ଜାରି ରହିଛି।

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ମାଗଣା ଯୋଜନାକୁ ନେଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଶନିବାର ମୋଦି ଶାହଡୋଲରେ ଜାତୀୟ ସିକେଲ ସେଲ ଆନେମିଆ ବିଲୋପନ ମିଶନ ୨୦୪୭ ଲଞ୍ଚ କରିଥିଲେ। ୪ ମାସ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୋଦି ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।

ଏହି ସମୟରେ ସେ କଂଗ୍ରେସ ଓ ଅନ୍ୟ ତଥାକଥିତ ପରିବାବାଦରେ ବିଶ୍ୱାସ ରଖୁଥିବା ଦଳଗୁଡ଼ିକୁ ଟାର୍ଗେଟ କରିଛନ୍ତି। ଏମାନେ କେବଳ ମିଥ୍ୟା ଗ୍ୟାରେଣ୍ଟୀ ଦେଇ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଥିବା ମୋଦି କହିଛନ୍ତି।

ପରିବାରବାଦରେ ବିଶ୍ୱାସ ରଖୁଥିବା ଦଳଗୁଡ଼ିକ କେବଳ ସେମାନଙ୍କ ପରିବାର ଲୋକଙ୍କ ସ୍ୱାର୍ଥ କଥା ଚିନ୍ତା କରୁଥିବା ଅଭିଯୋଗ କରି ମୋଦି କହିଛନ୍ତି, “ଆପଣମାନେ କଂଗ୍ରେସ ସମେତ ପରିବାରବାଦୀ ପାର୍ଟି ଗୁଡ଼ିକ ଦେଉଥିବା ମିଥ୍ୟା ଗ୍ୟାରେଣ୍ଟି ପ୍ରତି ସତର୍କ ରୁହନ୍ତୁ। ଏହି ଲୋକମାନେ ଗ୍ୟାରେଣ୍ଟୀ ସ୍କିମ ଆଣୁଥିବା ବେଳେ ସେମାନଙ୍କ ପାଖରେ ନିଜର ରାଜନୀତିକ ଗ୍ୟାରେଣ୍ଟ ନାହିଁ।

ବିରୋଧୀଙ୍କ ମିଛ ଗ୍ୟାରେଣ୍ଟୀର ଅର୍ଥ କେଉଁଠି ନା କେଉଁଠି କିଛି ଗୋଟିଏ ତ୍ରୁଟି ରହିଛି। ସେମାନଙ୍କର ମାଗଣା ବିଜୁଳି, ତୀର୍ଥ ଯାତ୍ରା, ପେନସନ, ଶସ୍ତାରେ ପେଟ୍ରୋଲ ଓ ଚାକିରି ଭଳି ପ୍ରତି ପ୍ରତିଶ୍ରୁତି କେବଳ ନକାରାତ୍ମକ ପ୍ରଭାବ ପକାଇବ। ଯେତେବେଳେ ସେମାନେ ମାଗଣା ବିଜୁଳି କଥା କହୁଛନ୍ତି ସେତେବେଳେ ବିଜୁଳି ଦାମକୁ ଅଧିକ ମହଙ୍ଗା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେମାନେ ମାଗଣା ଯାତ୍ରା କଥା କହି ରାଜ୍ୟର ପରିବହନ ସେବାକୁ ଧ୍ୱଂସ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପେନସନ ବୃଦ୍ଧି କରିବାର ଗ୍ୟାରେଣ୍ଟୀ ଦେବାର ଅର୍ଥ ରାଜ୍ୟରେ ଲୋକଙ୍କୁ ସମୟରେ ଦରମା ମଧ୍ୟ ମିଳିବ ନାହିଁ। ଶସ୍ତାରେ ପେଟ୍ରୋଲ ଦେବାକୁ କହି ସେମାନେ ଟିକସ ବୃଦ୍ଧି କରିବେ।”

ମୋଦି ଏହି ସମୟରେ ନିଜର ସରକାର ମାଗଣାରେ ୮୦ କୋଟି ଲୋକଙ୍କୁ ରାସନ, ୫୦ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାର ଲାଭ, ୧୦ କୋଟି ମହିଳାଙ୍କୁ ଧୂଆଁ ମୁକ୍ତ ରୋଷେଇ ପାଇଁ ଗ୍ୟାସ ଯୋଗାଇ ଦେଇଥିବା କଥା କହିଛନ୍ତି।

Related story