Advertisment

ସ୍ୱାମୀ ନା ଜହ୍ଲାଦ? ପ୍ରତି ରାତିରେ ପତ୍ନୀଙ୍କୁ ନିଶା ଦେଇ ପରପୁରୁଷଙ୍କ ପାଖରେ ଛାଡ଼ୁଥିଲା

ପୁଲିସ କହିଛି ଯେ ଏପରି ବର୍ବରକାଣ୍ଡ ୨୦୧୧ରୁ ୨୦୨୦ ଯାଏ ଚାଲିଥିଲା। ଅନେକ ଲୋକ ମହିଳାଙ୍କୁ ଏକରୁ ଅନେକ ଥର ଦୁଷ୍କର୍ମ କରିଛନ୍ତି। ପୀଡ଼ିତାଙ୍କୁ ଡୋମିନିକ ୫୦ ବର୍ଷ ତଳେ ବିବାହ କରିଥିଲା। ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି।

author-image
Hemant Lenka
France

France

ସାମ୍ନାକୁ ଆସିଛି ଅତ୍ୟନ୍ତ ଲୋମହର୍ଷଣକାରୀ ଘଟଣା। ସ୍ୱାମୀ ସାଜିଛି ଜହ୍ଲାଦ। ପ୍ରତିଦିନ ରାତିରେ ପତ୍ନୀଙ୍କୁ ନିଶା ବଟିକା ଦେଇ ପରପୁରୁଷଙ୍କ ପାଖରେ ଛାଡ଼ୁଥିଲା ସ୍ୱାମୀ। ଆଉ ସେସବୁକୁ ସ୍ୱାମୀ ଜଣକ କ୍ୟାମେରାରେ କଏଦ କରୁଥିଲା। ଦିନ କିମ୍ବା ମାସେ କିମ୍ବା ବର୍ଷେ ନୁହେଁ, ବରଂ ୧୦ ବର୍ଷ ଧରି ଜହ୍ଲାଦ ସ୍ୱାମୀ ଜଣକ ପତ୍ନୀଙ୍କୁ ପରପୁରୁଷଙ୍କ ଦ୍ୱାରା ଦୁଷ୍କର୍ମ କରାଇବା ଭଳି ଜଘନ୍ୟକାଣ୍ଡ ଘଟାଇ ଚାଲିଥିଲା।

Advertisment

୧୦ ବର୍ଷ ମଧ୍ୟରେ ନିଶାସକ୍ତ ଅବସ୍ଥାରେ ମହିଳା ଜଣଙ୍କୁ ୯୨ ଥର ଦୁଷ୍କର୍ମ କରାଯାଇଛି। ପୁଲିସ୍‌ ଏହାର ତଦନ୍ତ କରି ୫୧ ଜଣଙ୍କୁ ଗିରଫ କରିଛି। ଦୁଷ୍କର୍ମ ଦଫାରେ ଗିରଫ ହୋଇଥିବା ଲୋକଙ୍କ ବୟସ ୨୬ରୁ ୭୩ ମଧ୍ୟରେ। ଗିରଫ ଲୋକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ, ଜଣେ ଟ୍ରକ ଡ୍ରାଇଭର, ମ୍ୟୁନସିପାଲ କାଉନସିଲର, ବ୍ୟାଙ୍କ କର୍ମଚାରୀ, ଜେଲର ଗାର୍ଡ, ଜଣେ ନର୍ସ ଓ ଜଣେ ସାମ୍ବାଦିକ ରହିଛନ୍ତି।

ପତ୍ନୀଙ୍କ ସହ ଏପରି କାଣ୍ଡ ଘଟାଇଥିବା ଫରାସୀ ନାଗରିକ ଜଣକ ହେଲା ଡୋମିନିକ ପି। ସେ ତା ପତ୍ନୀଙ୍କ ଖାଦ୍ୟରେ ଆଣ୍ଟି ଆଞ୍ଜାଇଟୀ ଡ୍ରଗ ଲୋରାଜେପାମକୁ ମିଶାଉଥିଲା। ଏହାପରେ ନିଜର କୁକର୍ମ ଆରମ୍ଭ କରୁଥିଲା।

Advertisment

ପତ୍ନୀଙ୍କୁ ନିଶା ଦେବା ପରେ ସେ ତଥାକଥିତ ଅତିଥିମାନଙ୍କୁ ମାଜାନରେ ଥିବା ତା’ ଘରକୁ ଡାକୁ ଥିଲା। ଏହାପରେ ପରପୁରୁଷମାନେ ନିଶାରେ ଶୋଇଥିବା ମହିଳାଙ୍କ ସହ ସେକ୍ସ କରୁଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଡୋମିନିକ ପୂରା ଘଟଣାକୁ ରେକର୍ଡ କରିବା ସହ ଆବ୍ୟୁଜଡ୍‌ ନାମକ ଫାଇନାଲରେ ଏହାକୁ ସଂରକ୍ଷିତ କରି ରଖିଥିଲା। ଏବେ ପୁଲିସ୍‌ ହାତରେ ଉକ୍ତ ୟୁଏସ୍‌ବି ଡ୍ରାଇଭର ରହିଛି।

ପୁଲିସ କହିଛି ଯେ ଏପରି ବର୍ବରକାଣ୍ଡ ୨୦୧୧ରୁ ୨୦୨୦ ଯାଏ ଚାଲିଥିଲା। ଅନେକ ଲୋକ ମହିଳାଙ୍କୁ ଏକରୁ ଅନେକ ଥର ଦୁଷ୍କର୍ମ କରିଛନ୍ତି। ପୀଡ଼ିତାଙ୍କୁ ଡୋମିନିକ ୫୦ ବର୍ଷ ତଳେ ବିବାହ କରିଥିଲା। ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି।

ଗୋଟିଏ ଇଣ୍ଟରନେଟ ଫୋରମ ଦ୍ୱାରା ଡୋମିନିକ ଅଭିଯୁକ୍ତମାନଙ୍କ ସଂସ୍ପର୍ଶରେ ଆସିଥିଲା। ଏହି ଗ୍ରୁପ୍‌ରେ ଥିବା ଲୋକମାନେ ନିଶାସକ୍ତ ଅବସ୍ଥାରେ ମହିଳାଙ୍କୁ ଦୁଷ୍କର୍ମ କରିବା ସମ୍ପର୍କରେ କଥା ହୋଇଥିଲେ। କଥାବାର୍ତ୍ତା ଭିତରେ ଡୋମିନିକ ନିଜ ପତ୍ନୀଙ୍କୁ ନିଶା ଦେଇ ପରପୁରୁଷଙ୍କ ଦ୍ୱାରା ଦୁଷ୍କର୍ମ କରାଇଥିଲା ବୋଲି ପୁଲିସ୍‌ କହିଛି।

ତଦନ୍ତକାରୀ ଅଧିକାରୀଙ୍କ କହିବା କଥା ଯେ ଡୋମିନିକ ନିଶାଦ୍ରବ୍ୟ ଓ ଫର୍ଫ୍ୟୁମକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରିଥିଲା। ଏହି ବାସ୍ନାରେ ପତ୍ନୀଙ୍କ ଚେତା ଫେରିବାର ସମ୍ଭାବନା ଥିବାରୁ ସେ ତଥାକଥିତ ଅତିଥିଙ୍କୁ ଏହାର ବ୍ୟବହାର ନ କରିବାକୁ କହୁଥିଲା। ଏଥିସହ ସେ ଅତିଥିମାନଙ୍କୁ ପତ୍ନୀଙ୍କ ପାଖକୁ ଛାଡ଼ିବା ପୂର୍ବରୁ ପ୍ରଥମେ ଗରମ ପାଣିରେ ହାତ ଧୋଇବାକୁ କହୁଥିଲା। ହଠାତ୍‌ ତାପମାତ୍ରା ଯେମିତି ନ ବଦଳିବ, ସେଥିପାଇଁ ସେ ସେମିତି କରୁଥିଲା।

ରୋଷେଇ ଘରେ ଡ୍ରେସ ଖୋଲିବା ସହ ନିକଟସ୍ଥ ସ୍କୁଲ ପାଖରେ ଗାଡ଼ି ରଖି ଚାଲି ଚାଲି ଘର ଭିତରକୁ ଆସିବାକୁ କହୁଥିଲା। ୧୦ ବର୍ଷ ଧରି ଏପରି କାଣ୍ଡ ସେ ଚଳାଇଥିବା ବେଳେ ୨୦୨୦ରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

୨୦୨୦ରେ ମହିଳାଙ୍କ ଚେଞ୍ଜିଂ ରୁମରେ କ୍ୟାମେରା ଲଗାଇବା ଅଭିଯୋଗରେ ପୁଲିସ ଡୋମିନିକ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଦୁଷ୍କର୍ମ ଭିଡିଓ ଗୁଡ଼ିକ ଦେଖି ଚକିତ ହୋଇଥିଲା। ଏହି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ପତ୍ନୀ ଜଣଙ୍କ ଅବଶାଦ ମଧ୍ୟକୁ ଚାଲିଯିବା ସହ ଛାଡ଼ପତ୍ର ପାଇଁ ମଧ୍ୟ ଆବେଦନ କରିଥିଲେ।

France Stop Rape