Advertisment

ଭାରତର ନିମନ୍ତ୍ରଣକୁ ଗ୍ରହଣ କଲେ ଫ୍ରାନ୍ସ ରାଷ୍ଟ୍ରପତି, ସାଧାରଣତନ୍ତ୍ର ଦିବସରେ ହେବେ ଅତିଥି

ପୂର୍ବରୁ ଭାରତ ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ।

author-image
Jitendra Garnayak
Narendra Modi

Narendra Modi

୨୦୨୪ ଜାନୁଆରୀ ୨୬ରେ ଅର୍ଥାତ୍ ଦେଶର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନ। ଭାରତ ପକ୍ଷରୁ ତାଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଥିଲା। ଆଉ ଏହି ନିମନ୍ତ୍ରଣକୁ ସେ ଗ୍ରହଣ କରିଛନ୍ତି ଏବଂ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି।

Advertisment

ସେ ତାଙ୍କ ‘X’ରେ ଲେଖିଛନ୍ତି, ମୋ ବନ୍ଧୁ ନରେନ୍ଦ୍ର ମୋଦି ଆପଣଙ୍କ ନିମନ୍ତ୍ରଣ ପାଇଁ ଧନ୍ୟବାଦ। ଭାରତ, ଆପଣଙ୍କ ସାଧାରଣତନ୍ତ୍ର ଦିବସରେ ମୁଁ ଆପଣଙ୍କ ସହିତ ଉପସ୍ଥିତ ରହି ଏହାକୁ ପାଳନ କରିବି।

ଏହା ପୂର୍ବରୁ ଭାରତ ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁ ବାଇଡେନ ଭାରତର ଅନୁରୋଧକୁ ରକ୍ଷା କରି ପାରି ନଥିଲେ। ତେଣୁ ମାକରନଙ୍କୁ ଭାରତ ସରକାର ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ।

Advertisment
Republic Day Emmanuel Macron