Advertisment

୮୫ ବିମାନକୁ ବୋମା ଧମକ, ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ହେଲା ଯାଞ୍ଚ

ଧମକ ପରେ ଭୁବନେଶ୍ୱର ଓ ଝାରସୁଗୁଡ଼ରେ ଆତଙ୍କ ଦେଖିବାକୁ ମିଳିଛି। ଓଡ଼ିଶାର ଏହି ଦୁଇ ଏୟାରପୋର୍ଟରେ ଥିବା ଦୁଇ ବିମାନକୁ ବୋମା ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

Flight

Flight

Advertisment

ପୁଣିଥରେ ବିଭିନ୍ନ ବିମାନକୁ ମିଳିଛି ବୋମା ଧମକ। ଏକାଥରେ ଆଜି ୮୫ଟି ବିମାନରେ ବୋମା ଥିବା କଥା ଧମକ ଦିଆଯାଇଛି। ଇଣ୍ଡିଗୋ, ଏୟାର ଇଣ୍ଡିଆ, ଭିସ୍ତାରା ଓ ଏୟାର ଆକାଶର ପ୍ରାୟ ୮୫ଟି ବିମାନକୁ ଦୁର୍ବୃତ୍ତମାନେ ବୋମା ବିସ୍ଫୋରଣର ଧମକ ଦେଇଛି। ଏହି ଧମକ ପରେ ଭୁବନେଶ୍ୱର ଓ ଝାରସୁଗୁଡ଼ରେ ଆତଙ୍କ ଦେଖିବାକୁ ମିଳିଛି। ଓଡ଼ିଶାର ଏହି ଦୁଇ ଏୟାରପୋର୍ଟରେ ଥିବା ଦୁଇ ବିମାନକୁ ବୋମା ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। 

Advertisment

ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ ବିମାନରେ ବୋମା ଥିବା ନେଇ ଏକ ଧମକ ମିଳିଥିଲା। ଟ୍ୱିଟର(ବର୍ତ୍ତମାନ ଏକ୍ସ) ଜରିଆରେ ବୋମା ବିସ୍ଫୋରଣର ଧମକ ଦିଆଯାଇଥିଲା। ଏୟାରପୋର୍ଟରେ ରହିଥିବା ଏୟାର ଆକାଶ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏସ୍‌ଓପି ଅନୁସାରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ କୌଣସି ଠାରେ ବୋମା ନଥିବା ଜଣାପଡ଼ିଛି। ବିମାନକୁ ଯାଞ୍ଚ କରି ଉଡ଼ାଣ ପାଇଁ କ୍ଲିୟରାନ୍ସ ଦିଆଯାଇଛି ବୋଲି ସେ କହିଛନ୍ତି। 

ସେହିପରି ବୋମା ଧମକ ପରେ ଝାରସୁଗୁଡ଼ା ବିମାନ ବନ୍ଦରରେ ମଧ୍ୟ ଖାନତଲାସି ହୋଇଛି। ଏଠାରେ ରହିଥିବା ବେଙ୍ଗାଲୁରୁ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିଲା। ବିମାନଟି ଝାରସୁଗୁଡ଼ାରେ ଓହ୍ଲାଇବା ପରେ ଡଗ୍‌ ସ୍କ୍ୱାଡ୍‌ ଦ୍ୱାରା ଯାଞ୍ଚ ହୋଇଥିଲା। ହେଲେ ବୋମା ମିଳିନାହିଁ।

Advertisment

ଓଡ଼ିଶାର ବ୍ୟତୀତ ଆଉ କିଛି ଏୟାରପୋର୍ଟରେ ମଧ୍ୟ ବୋମା ଗୁଜବ ପରେ ଯାଞ୍ଚ କରାଯାଇଛି। ଏହାକୁ ମିଶାଇ ଗତ ୧୦ ଦିନ ମଧ୍ୟରେ ୨୫୦ରୁ ଅଧିକ ବିମାନକୁ ଏପରି ବୋମା ଧମକ ମିଳି ସାରିଲାଣି। 

ମିଳିଥିବା ସୂଚନା ଅନୁସାରେ, ଆଜି ଏୟାର ଆକାଶର ୨୫ଟି, ଏୟାର ଇଣ୍ଡିଆର ୨୯, ଇଣ୍ଡିଗୋର ୨୦ ଓ ଭିସ୍ତାରର ୨୦ଟି ବିମାନକୁ ବୋମା ଧମକ ମିଳିଥିଲା। ଏହା ପୂର୍ବରୁ ଆଉ ୧୭୦ଟି ବିମାନକୁ ସମାନ ଧରଣର ବୋମା ଧମକ ମିଳିଥିଲା।

ସବୁଥର ଭଳି ଏଥର ମଧ୍ୟ ଏହା କେବଳ ଏକ ଗୁଜବ ଥିବା ପ୍ରମାଣିତ ହୋଇଛି। ସୋଶାଲ ମିଡିଆରେ ମିଳୁଥିବା ଏପରି ଧମକ ଯୋଗୁ ଶତାଧିକ ଯାତ୍ରୀ ପ୍ରଭାବିତ ହେଉଛନ୍ତି। ସରକାର ଏପରି ଧମକପୂର୍ଣ୍ଣ ମିଛ କଲକୁ ଧର୍ତ୍ତବ୍ୟ ଅପରାଧ ଶ୍ରେଣୀରେ ସାମିଲ କରିବାକୁ ଯୋଜନା କରୁଛନ୍ତି।

Bhubaneswar Indigo Airlines Air India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe