Advertisment

ଚାରିଧାମ ଯାତ୍ରା ପୂର୍ବରୁ ବଦ୍ରିନାଥ ରାସ୍ତା ଫାଟି ଆଁ କଲା

ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଆରମ୍ଭ ନେଇ ତାରିଖ ଘୋଷଣା କରିବା ମାତ୍ରେ ବଦ୍ରିନାଥ ଜାତୀୟ ରାଜପଥରେ ଆଉ ୧୦ଟି ଫାଟ ସାମ୍ନାକୁ ଆସିଛି।

author-image
Hemant Lenka
Badrinath highway

Badrinath highway

ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଆରମ୍ଭ ନେଇ ତାରିଖ ଘୋଷଣା କରିବା ମାତ୍ରେ ବଦ୍ରିନାଥ ଜାତୀୟ ରାଜପଥରେ ଆଉ ୧୦ଟି ଫାଟ ସାମ୍ନାକୁ ଆସିଛି। ଯୋଶୀମଠ ନିକଟ ରାସ୍ତାରେ ଏହି ଫାଟ ଦେଖିବାକୁ ମିଳିଛି। ଫାଟ ସୃଷ୍ଟି ହୋଇଥିବା ରାଜପଥଟି ଧାର୍ମିକ ସହର ବଦ୍ରିନାଥକୁ ସଂଯୋଗ କରୁଥିବା ବେଳେ ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ଲୋକ ଆସନ୍ତି।

Advertisment

ଯାତ୍ରା ଆରମ୍ଭ ହେବା ପୂର୍ବରୁ ଯୋଶୀମଠ ଓ ମାରୱାରି ମଧ୍ୟରେ ଥିବା ୧୦ କିମି ସଡ଼କ ପଥରେ ବଡ଼ବଡ଼ ଫାଟ ଚିହ୍ନଟ ହୋଇଛି। ପୂର୍ବରୁ ଯୋଶୀମଠ ଦବୁଥିବାରୁ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏବେ ବଦ୍ରିନାଥ ରାସ୍ତା ଫାଟି ଆଁ କରିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଯୋଶୀମଠ ବଞ୍ଚାଅ ସଂଘର୍ଷ ସମିତିର ସଞ୍ଜୟ ଉନିୟାଲ କହିଛନ୍ତି, “ଯୋଶୀମଠ ନିକଟ ବଦ୍ରିନାଥକୁ ସଂଯୋଗ କରୁଥିବା ରାସ୍ତାରେ ୧୦ଟି ନୂଆ ଫାଟ ସୃଷ୍ଟି ହୋଇଛି। କିନ୍ତୁ ପ୍ରଶାସନ କହୁଛି ଯେ ପୁରୁଣା ଫାଟ ଏବେ ଅଧିକ ସ୍ପଷ୍ଟ ହୋଇଛି। ଏଥିସହ କିଛି ସ୍ଥାନରେ କେବଳ ଛୋଟ ଛୋଟ ଫାଟ ଦେଖାଦେଇଛି। ଏଠାରେ ଥିବା ଏସବିଆଇ ବ୍ରାଞ୍ଚ, ରେଳବାଇ ଗେଷ୍ଟ ହାଉସ, ଜୟପୀ କଲୋନୀ ଓ ମରୱାରି ବ୍ରିଜ୍‌ ନିକଟରେ ଫାଟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।”

Advertisment

ପୂର୍ବରୁ ମଧ୍ୟ ରାଜପଥରେ ଫାଟ ସୃଷ୍ଟି ହୋଇଥିଲା। ଏହାକୁ ବିଆରଓ ପକ୍ଷରୁ ସିମେଣ୍ଟ ଦେଇ ମରାମତି କରାଯାଇଥିଲା। ହେଲେ ଏବେ ପୁଣି ନୂଆ ଫାଟ ଦେଖିବାକୁ ମିଳିଛି। କେବଳ ରାସ୍ତା ନୁହେଁ, ଅରୁରାଇୟା ଠାରେ ମଧ୍ୟ କିଛି ଲୋକଙ୍କ ଘରେ ଫାଟ ଦେଖିବାକୁ ମିଳିଛି। ଏଥିପାଇଁ ସେମାନେ ଭୟରେ ଘର ଭାଙ୍ଗିବାରେ ଲାଗିଛନ୍ତି।

ବଦ୍ରିନାଥ ରାସ୍ତାରେ ଫାଟ ସୃଷ୍ଟି ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। କାରଣ ଏବେ ଫାଟ ସୃଷ୍ଟି ହୋଇଥିବା ବେଳେ ଆଗକୁ ଚାରିଧାମ ଯାତ୍ରା ଆରମ୍ଭ ହେବ। ଏହି ସମୟରେ ଲକ୍ଷାଧିକ ଗାଡ଼ି ଯିବା ଆସିବ କରିବ। ତେଣୁ ସ୍ଥିତି ଅତ୍ୟନ୍ତ ଖରାପ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ବଦ୍ରିନାଥ ଧର୍ମପୀଠର ପୋର୍ଟାଲ ଏପ୍ରିଲ ୨୭ ତାରିଖରେ ଖୋଲିବ। ତେବେ କେଦାରନାଥ ଯାତ୍ରା ଏପ୍ରିଲ ୨୫ରୁ ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଛନ୍ତି। ଗତବର୍ଷ ରେକର୍ଡ ୧୭.୬ ଲକ୍ଷ ଶ୍ରଦ୍ଧାଳୁ ବଦ୍ରିନାଥରେ ପହଞ୍ଚିଥିଲେ।

Uttarakhand Joshimath