Advertisment

ମହାରାଷ୍ଟ୍ରର ଆଉ ଏକ ହସ୍ପିଟାଲରେ 24 ଘଣ୍ଟାରେ 25 ରୋଗୀ ମୃତ

ବିଭିନ୍ନ କାରଣରୁ ରୋଗୀଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଏନସିପି ସାଂସଦ ସୁପ୍ରିୟା ସୁଲେ।

ଅଦ୍ୟତନ ହୋଇଛି
Mayo Hospital

Mayo Hospital

Advertisment

ଏକ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିଲାଣି ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣା। ଦୁଇ ଦିନ ତଳେ ନାନ୍ଦେଡର ଏକ ସରକାରୀ ହସ୍ପିଟାଲରେ 31 ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ନାଗପୁରର ସରକାରୀ ପରିଚାଳିତ ମାୟୋ ହସ୍ପିଟାଲରେ 25 ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ମାତ୍ର 24 ଘଣ୍ଟା ମଧ୍ୟରେ ଏଠାରେ 25 ରୋଗୀ ଆଖିବୁଜିବା ଚିନ୍ତାର କାରଣ ପାଲଟିଛି। ବିଭିନ୍ନ କାରଣରୁ ଏମାନଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଉଛି।

ସେପଟେ ରୋଗୀ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ। ସେ କହିଛନ୍ତି, "ଏଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛନ୍ତି କିନ୍ତୁ ସରକାର ଶୋଇଛନ୍ତି। ଥାନେ, ନନ୍ଦେଡ ଏବଂ ଛତ୍ରପତି ସମ୍ୱଜିନଗର ପରେ ଏବେ ନାଗପୁର ହସ୍ପିଟାଲରେ 25 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ହେଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରୁଛନ୍ତି।"

Advertisment

ଏସବୁ ଡାକ୍ତରଖାନା ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବାକୁ ସେମାନଙ୍କ ପାଖରେ ସମୟ ନାହିଁ ବୋଲି ସୁଲେ କଟାକ୍ଷ କରିଛନ୍ତି। ସେ ଆହୁରି କହିଛନ୍ତି, "ଏହି ନେତାମାନଙ୍କ ପାଇଁ ମହାରାଷ୍ଟ୍ରର ଲୋକଙ୍କ ଜୀବନର ମୂଲ୍ୟ କିଛି ନାହିଁ।" ସେପଟେ, ଶଙ୍କରରାଓ ଚୌହ୍ୱାନ ହସ୍ପିଟାଲରେ ରୋଗୀ ମୃତ୍ୟୁ ସଂଖ୍ୟା 35କୁ ବୃଦ୍ଧି ପାଇଥିବା ବେଳେ ଘାଟି ହସ୍ପିଟାଲ(ଛତ୍ରପତି ସମ୍ୱଜିନଗର)ରେ 10-18 ଜଣଙ୍କ ମୃତ୍ୟୁ ଘଟିଛି। 

Nagpur Mayo Hospital Patient Dead News Maharashtra Patient Dead News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe