Advertisment

ପୁଣି ମଣିପୁରରେ ହିଂସା, ଟାୟାର ଜାଳି ବିକ୍ଷୋଭ

ଥମିବାର ନାଁ ନେଉନି ମଣିପୁର ହିଂସା। ଆଜି ପୁଣି ଇମ୍ଫାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା।

Fresh Violence In Imphal

Fresh Violence In Imphal

Advertisment

ଥମିବାର ନାଁ ନେଉନି ମଣିପୁର ହିଂସା। ଆଜି ପୁଣି ଇମ୍ଫାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା। ଘାରୀ ଅଞ୍ଚଳରେ ଏକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ରାସ୍ତାରେ ଟାୟାର୍ ଜାଳି ବିକ୍ଷୋବ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି। ମଣିପୁର ପୋଲିସ, ସେନା ଏବଂ ରାପିଡ୍ ଆକ୍ସନ୍ ବାଟାଲିୟନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ବିରୋଧକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ପତାକା ପ୍ରଦର୍ଶନ କରାଯାଇଥିଲା।

Advertisment

ମଣିପୁର ଇମ୍ଫାଲ ଉପତ୍ୟକାରେ ପର୍ବତ ଅଞ୍ଚଳ ଦଖଲକୁ ନେଇ ମେତେଇ ଏବଂ କୁକିମାନଙ୍କ ମଧ୍ୟରେ ଗତ ମେ 3ରୁ ବିରୋଧ ପ୍ରଦର୍ଶନ କରାଯାଉଛି। ହିଂସାରେ ଏପର୍ଯ୍ୟନ୍ତ 160 ରୁ ଅଧିକ ଜୀବନ ଗଲାଣି। କେବଳ ଜୀବନ ଯାଇନି, ରାଜ୍ୟର ବିଭିନ୍ନ ସ୍ଥାନରୁ ଅଗ୍ନିକାଣ୍ଡ, ଲୁଟ୍, ହିଂସା ଏବଂ ମହିଳାଙ୍କୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଛି। ବିକ୍ଷୋଭ ଧିରେ ଧିରେ ଶାନ୍ତ ପଡୁଥିବା ସମୟରେ ସଂସଦ ଅଧିବେଶନର ପୂର୍ବଦିନ ଜୁଲାଇ-19 ରେ ଏକ ଭିଡିଓ ଭାଇରାଲ୍ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଏକ ଭିଡିଓରେ ଦୁଇ କୁକି ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ନିଆଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୂର୍ବରୁ 4 ଜଣଙ୍କୁ ଗିରଫ କରାଯାଇ ଥିବାବେଳେ ଆଜି ଆଉ ଜଣେ ଗିରଫ ହୋଇଛି। ସେପଟେ ମଣିପୁରରେ ଏପରି ଗୋଟିଏ ନୁହେଁ ଏକାଧିକ ମାମଲା ରୁଜୁ ହୋଇଛି। ମହିଳାଙ୍କୁ ନର୍କ ଯନ୍ତ୍ରଣା ଦିଆଯାଇ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। 

Advertisment
Violence In Imphal Manipur Violence Manipur News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe