Advertisment

ପୁଣି ଅଶାନ୍ତ ହୋଇଛି ମଣିପୁର, ବୋମା ମାଡ଼ରେ ଥରୁଛି ବିଭିନ୍ନ ଅଞ୍ଚଳ

ଆଜି ଇମ୍ପାଲରେ ହିଂସାକାଣ୍ଡର ଘଟି ୨ ଜଣ ସାଧାରଣ ଲୋକ ଆହତ ହୋଇଥିବା ଖବର ମିଳିଛି।

ଅଦ୍ୟତନ ହୋଇଛି
Fresh violence in Manipur

Fresh violence in Manipur

Advertisment

ପୁଣି ଅଶାନ୍ତ ହେଉଛି ମଣିପୁର। ବୋମା ମାଡ଼ରେ ଥରୁଛି ବିଭିନ୍ନ ଅଞ୍ଚଳ। ଗତକାଲି ରାତିରେ ବିଷ୍ଣୁପୁର ଏବଂ ଚୁରାଚନ୍ଦପୁର ଅଞ୍ଚଳରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ସଂଘବଦ୍ଧ ହୋଇ କିଛି ଉଗ୍ରବାଦୀ ଗାଁର ଭିନ୍ନ ଭିନ୍ନ୍ ସ୍ଥାନମାନଙ୍କରେ ହମଲା କରିଥିଲେ। ବୋମା ପକାଇବା ସହ ଗୁଳିଗୋଳ ବର୍ଷଣ କରିଥିବା ମଧ୍ୟ କିଛି ସ୍ଥାନରୁ ଅଭିଯୋଗ ଆସିଥିଲା। ଏହାକୁ ନେଇ ସୁରକ୍ଷାକର୍ମୀ ଏବଂ ଉଗ୍ରବାଦୀ ଗୋଷ୍ଠି ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆଜି ଇମ୍ପାଲରେ ହିଂସାକାଣ୍ଡର ଘଟି ୨ ଜଣ ସାଧାରଣ ଲୋକ ଆହତ ହୋଇଥିବା ଖବର ମିଳିଛି।

Advertisment

ଥୋଙ୍ଗଜୁ ଅଞ୍ଚଳରେ ବିଜେପି ପାର୍ଟି ଅଫିସ ଉପରେ କିଛି ଉଗ୍ରବାଦୀ ଆକ୍ରମଣ କରିଥିଲେ। ଅଫିସ ଭିତରେ ପଶି ଭଙ୍ଗାରୁଜା କରିଥିବାବେଳେ ପୋଡାପୋଡି ମଧ୍ୟ କରିବାକୁ ଉଦ୍ୟମ କରିଥିଲେ। ଗତ ଗୁରୁବାର ମଧ୍ୟ ବିଳମ୍ବିତ ରାତିରେ ଇମ୍ଫାଲରେ ପ୍ରାୟ ହଜାରେରୁ ଅଧିକ ଉତ୍ତ୍ୟକ୍ତ ଲୋକେ ଆସି କେନ୍ଦ୍ରମନ୍ତ୍ରୀ ଆର୍.କେ. ରଞ୍ଜନ ସିଂହଙ୍କ ଘର ପୋଡ଼ି ଦେଇଥିଲେ। ଏହି ଘଟଣାରେ ପ୍ରାୟ ୧୨୦୦ ଉଗ୍ରବାଦୀଙ୍କ ସମ୍ପୃକ୍ତି ରହିଛି। ସେପଟେ ପଶ୍ଚିମ ଇମ୍ପାଲର ଇରିଂବାମ୍‌ ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟ୍ ଉଦ୍ୟମ ହୋଇଛି। ଯାହା ଫେଲ ମାରିଛି।

ଶୃଙ୍ଖଳା ରକ୍ଷା ନିମନ୍ତେ ଏଠାରେ ଆସାମ ରାଇଫେଲ୍‌ ଓ ମଣିପୁର ରାପିଡ୍‌ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। ସୂଚନା ଥାଉକି ଏଠାରେ ଦୁଇ ଆଦିବାସୀ ସମୁଦାୟଙ୍କ ଭିତରେ ବିବାଦ ସୃଷ୍ଟି ପରେ ହିଂସାକାଣ୍ଡ ଥମିବାର ନାଁ ନେଉନି। ଯାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

Advertisment
Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe