Advertisment

ମଣିପୁରରେ ପୁଣି ହିଂସା: ଅବିଶ୍ରାନ୍ତ ଗୁଳିମାଡ଼ରେ ୨ ଯବାନ ଆହତ

କିଛି ବନ୍ଧୁକଧାରୀ ଆଜି ଇମ୍ଫାଲର ଏନ ବୋଲଜାଙ୍ଗରେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୨ ଜଣ ଯବାନ ଆହତ ହୋଇଥିବା ବେଳେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Manipur

Manipur

Advertisment

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ପୂର୍ବରୁ ଆଜି ମଣିପୁରରେ ପୁଣି ହିଂସା ଦେଖିବାକୁ ମିଳିଛି।

Advertisment

କିଛି ବନ୍ଧୁକଧାରୀ ଆଜି ଇମ୍ଫାଲର ଏନ ବୋଲଜାଙ୍ଗରେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୨ ଜଣ ଯବାନ ଆହତ ହୋଇଥିବା ବେଳେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ଆର୍ମି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ଏନ ବୋଲଜାଙ୍ଗରେ ଆଜି ଅସ୍ତ୍ରଧାରୀ ଦୁର୍ବୃତ୍ତମାନେ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏହାର ଜବାବ ବେଶ ସତର୍କତାର ସହ ଦିଆଯାଇଥିଲା। ଏହି ସମୟରେ ଦୁଇ ଜଣ ଯବାନ ଆହତ ହୋଇଥିଲେ।

Advertisment

ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଘଟଣା ପରେ ହୋଇଥିବା ସର୍ଚ୍ଚ ଅପରେସନ ବେଳେ ଗୋଟିଏ ଇନସାସ ଲାଇଟ ମେସିନ ଗନ୍‌ ଜବତ କରାଯାଇଛି। ଅତିରିକ୍ତ ଯବାନଙ୍କୁ ମୁତୟନ କରାଯିବା ସହ ଅପରେସନକୁ ଜୋରଦାର କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ଜୁନ ୧୮-୧୯ ରାତିରେ କାଣ୍ଟୋ ସାବାଲରୁ ଚିଙ୍ଗମାଙ୍ଗ ଗାଁ ଯାଏ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ଆର୍ମି ଯବାନ ଆହତ ହୋଇଥିଲେ। ଉକ୍ତ ଯବାନଙ୍କ ଦେହରେ ଗୁଳିମାଡ଼ ହୋଇଥିଲା। ତାଙ୍କୁ ଲେଇମାଖୋଙ୍ଗ ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ମଣିପୁରରେ ଏବେ ବି ପୋଡ଼ାଜଳା ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରାଜ୍ୟରେ ଇଣ୍ଟରନେଟ ସେବାର ବ୍ୟାନ ଅବଧିକୁ ଜୁନ ୨୫ ଯାଏ ବୃଦ୍ଧି କରାଯାଇଛି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe