Advertisment

ଇଡି ଚାର୍ଜସିଟ୍‌ରେ ଟିଭି ଓ ଫ୍ରିଜ୍‌ ବିଲ୍‌, ବଢ଼ିଲା ହେମନ୍ତ ସୋରେନ୍‌ଙ୍କ ଅଡୁଆ

ହେମନ୍ତ ସୋରେନ୍‌ ୩୧ କୋଟି ଟଙ୍କାର ଅଧିକ ମୂଲ୍ୟର ୮.୮୬ ଏକର ଜମିକୁ ବେଆଇନ୍‌ ରୂପେ କିଣିଥିବା ଇଡି ଅଭିଯୋଗ କରିଛି। ଏହାକୁ ନେଇ ଗତ ମାସରେ ଇଡି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଓ ୪ ଜଣଙ୍କ ବିରୋଧରେ ଏକ ଚାର୍ଜସିଟ୍‌ ଦାଖଲ କରିଥିଲା।

author-image
Madhupriya Mistry
Hemant Soren

Hemant Soren

ଥମୁନୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଅଡୁଆ। ଜମି ଦୁର୍ନୀତି ମାମଲା ସହ ଟଙ୍କା ହେରଫେର ଅଭିଯୋଗରେ ବନ୍ଧା ହୋଇଥିବା ହେମନ୍ତ ସୋରେନ୍‌ଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିଛି ସେଥିରେ ଟିଭି ଓ ଫ୍ରିଜ୍‌ର ବିଲ୍‌ ମଧ୍ୟ ସାମିଲ ଅଛି। କୋର୍ଟର ଏହାର ରିସିଟ୍‌ ସହ ଏହାକୁ ଜମି ଦୁର୍ନୀତି ମାମଲା ସହ ଇଡି ଯୋଡିଛି।

Advertisment

ହେମନ୍ତ ସୋରେନ୍‌ ୩୧ କୋଟି ଟଙ୍କାର ଅଧିକ ମୂଲ୍ୟର ୮.୮୬ ଏକର ଜମିକୁ ବେଆଇନ୍‌ ରୂପେ କିଣିଥିବା ଇଡି ଅଭିଯୋଗ କରିଛି। ଏହାକୁ ନେଇ ଗତ ମାସରେ ଇଡି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଓ ୪ ଜଣଙ୍କ ବିରୋଧରେ ଏକ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ଚାର୍ଜସିଟ୍‌ରେ ଇଡି ପ୍ରମାଣ ସ୍ୱରୂପ ସ୍ମାର୍ଟ ଟିଭି ଓ ଫ୍ରିଜର ବିଲ୍‌ ସାମିଲ କରିଥିବା ସୂଚନା ମିଳିଛି। ଏହି ଦୁଇଟି ବିଲ୍‌କୁ ଯାଞ୍ଚ ବେଳେ ରାଞ୍ଚି ସ୍ଥିତ ଦୁଇ ଜଣ ଡିଲର୍‌ଙ୍କ ଠାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଥିଲା। ଏପ୍ରିଲ ୪ ତାରିଖରେ ରାଞ୍ଚି କୋର୍ଟର ବିଚାରପତି ଜଷ୍ଟିସ ରାଜୀବ ରଞ୍ଜନଙ୍କ ସ୍ୱତନ୍ତ୍ର ଅଦାଲତ ଏହି ଚାର୍ଜସିଟ୍‌ର ବିଚାର କରିଥିଲେ।

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜାନୁଆରୀ ୩୧ ତାରିଖରେ ଇଡି ହେମନ୍ତ ସୋରେନ୍‌ଙ୍କୁ ଗିରଫ କରିଥିଲା। ଜମି କିଣାବିକା ଦୁର୍ନୀତି ସହ ଜଡିତ ମନି ଲଣ୍ଡିରିଂ ମାମଲାରେ ଗିରଫ ହୋଇ ହେମନ୍ତ ସୋରେନ୍‌ ଏବେ ରାଞ୍ଚିର ହୋଟାଓ୍ୱାର ସ୍ଥିତ ବିର୍ଶାମୁଣ୍ଡା ଜେଲରେ ଅଛନ୍ତି। ଇଡି ଅନୁଯାୟୀ ଏହି ଦୁଇଟି ଗ୍ୟାଜେଟ୍‌ ସନ୍ତୋଷ ମୁଣ୍ଡାଙ୍କ ପରିବାର ସଦସ୍ୟ ନାଁରେ କିଣାଯାଇଛି। ଯିଏକି, ଏଜେନ୍ସିକୁ କହିଥିଲେ ଯେ ସେ ଉକ୍ତ ଜମିରେ (୮.୮୬ ଏକର) ହେମନ୍ତ ସୋରେନଙ୍କ ସମ୍ପତ୍ତିର ତଦାରଖକାରୀ ଭାବରେ ୧୪ ବର୍ଷ ଧରି ରହୁଛନ୍ତି।

Advertisment

ବେଆଇନ୍‌ରେ କିଣା ଯାଇଥିବା ଜମି ସହ ହେମନ୍ତ ସୋରେନ୍‌ଙ୍କ କୌଣସି ସମ୍ପର୍କ ନଥିବା ଦାବିକୁ ଖଣ୍ଡନ କରିବାକୁ ଯାଇ ଇଡି ସନ୍ତୋଷ ମୁଣ୍ଡାଙ୍କ ବୟାନକୁ ମଧ୍ୟ ପ୍ରମାଣସ୍ୱରୂପ ନିଜ ଚାର୍ଜସିଟ୍‌ରେ ସାମିଲ କରିଛି। ଇଡି ଅଭିଯୋଗ କରିଛି ଯେ, ଏହି ଜମି ଉପରେ ଜେଏମ୍‌ଏମ୍‌ ନେତାଙ୍କ କବ୍‌ଜା ଯେପରି ବୟାଜ ରହିବ ସେଥିପାଇଁ ରାଜ୍ୟ ସରକାର ହେମନ୍ତ ସୋରେନଙ୍କ ଗିରଫଦାରୀର ଦୁଇ ଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୨୯ରେ ରାଜକୁମାର ପହନାଙ୍କୁ ଏହି ଜମି ଦେଇ ଦେଇଥିଲେ। ମୂଳ ମାଲିକଙ୍କ ଦ୍ୱାରା ଉକ୍ତ ଜମିକୁ କିଛି ବ୍ୟକ୍ତିଙ୍କୁ ବିକ୍ରି କରାଯାଇଥିଲା। କିନ୍ତୁ ହେମନ୍ତ ସୋରେନ୍‌ ସେହି କେତ୍ରାଙ୍କୁ ବହଷ୍କାର କରି ୧୦୧୦-୧୧ରେ ଉକ୍ତ ଜମିକୁ ନିଜ ଅକ୍ତିଆରକୁ ଆଣିଥିବା ଇଡି ଦାବି କରିଛି।

Money Laundering Jharkhand Hemant Soren ED Charge Sheet