ଯୁବତୀଙ୍କ ସହ ପ୍ରେମର ଛଳନା କରି ବିବାହର ପ୍ରତିଶ୍ରୁତି ଦେଲେ। ଏହାପରେ ବିବାହ ପାଇଁ ପୋଷାକ କିଣି ଦେବା ବାହାନାରେ ଘରୁ ଡାକିଲେ। ମାତ୍ର ମାର୍କେଟ ନେବା ପରିବର୍ତ୍ତେ ଏକ ଗ୍ୟାରେଜକୁ ନେଲେ। ସେଠାରେ ନିଜ ୪ ସାଥୀଙ୍କ ସହ ମିଶି ପ୍ରେମିକାଙ୍କ ଗଣବଳାତ୍କାର କଲେ ଯୁବକ।
ଏପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି। ପୁଲିସ୍ ଅଭିଯୁକ୍ତ ହିମାଂଶୁ, ତାଙ୍କ ୪ ସାଙ୍ଗ ଅନିଲ, ବାହିଦ, ସମୀର ଓ ସାହିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ହିମାଂଶୁ ପୀଡ଼ିତାଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ। ସାଥୀ ହୋଇ ବଞ୍ଚିବା, ମରିବା ସହ ଖୁବ୍ ଶୀଘ୍ର ବିବାହ କରିବାକୁ ବି ପ୍ରତିଶ୍ରୁତି ଦେଇଥିଲେ। କିଛି ଦିନ ପରେ ହିମାଂଶୁ ସମ୍ପୃକ୍ତା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିବାହ ପୋଷାକ କିଣିବାକୁ ଡାକିଥିଲେ।
ଏହାପରେ ମାର୍କେଟ ନେବା ବଦଳରେ ସେ ତାଙ୍କୁ ଏକ ଗ୍ୟାରେଜକୁ ନେଇଥିଲେ। ସେଠାରେ ତାଙ୍କ ୪ ସାଙ୍ଗ ଥିବା ବେଳେ ସେମାନଙ୍କ ସହ ମିଶି ହିମାଂଶୁ ବି ନିଜ ପ୍ରେମିକାଙ୍କୁ ବଳାତ୍କାର କରିଥିଲେ। ଏହାପରେ ଘଟଣାସ୍ଥଳରୁ ସମସ୍ତେ ଫେରାର ହୋଇ ଯାଇଥିଲେ।
ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍ ମାମଲାକୁ ଚାପି ଦେବାକୁ ଉଦ୍ୟମ କରିଥିଲା। ମାତ୍ର ଘଟଣା ପ୍ରଘଟ ହେବା ପରେ ପୁଲିସ୍ ବାଧ୍ୟ ହୋଇ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।