Advertisment

ପ୍ରେମିକାଙ୍କୁ ମାର୍କେଟ ଡାକି ଗ୍ୟାରେଜ ନେଲେ; ୪ ସାଙ୍ଗଙ୍କ ସହ ମିଶି ଗଣଦୁଷ୍କର୍ମ କଲେ

ଯୁବତୀଙ୍କ ସହ ପ୍ରେମର ଛଳନା କରି ବିବାହର ପ୍ରତିଶ୍ରୁତି ଦେଲେ। ଏହାପରେ ବିବାହ ପାଇଁ ପୋଷାକ କିଣି ଦେବା ବାହାନାରେ ଘରୁ ଡାକିଲେ। ମାତ୍ର ମାର୍କେଟ ନେବା ପରିବର୍ତ୍ତେ ଏକ ଗ୍ୟାରେଜକୁ ନେଲେ।

Gang Rape

Gang Rape

Advertisment

ଯୁବତୀଙ୍କ ସହ ପ୍ରେମର ଛଳନା କରି ବିବାହର ପ୍ରତିଶ୍ରୁତି ଦେଲେ। ଏହାପରେ ବିବାହ ପାଇଁ ପୋଷାକ କିଣି ଦେବା ବାହାନାରେ ଘରୁ ଡାକିଲେ। ମାତ୍ର ମାର୍କେଟ ନେବା ପରିବର୍ତ୍ତେ ଏକ ଗ୍ୟାରେଜକୁ ନେଲେ। ସେଠାରେ ନିଜ ୪ ସାଥୀଙ୍କ ସହ ମିଶି ପ୍ରେମିକାଙ୍କ ଗଣବଳାତ୍କାର କଲେ ଯୁବକ।

Advertisment

ଏପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି। ପୁଲିସ୍‌ ଅଭିଯୁକ୍ତ ହିମାଂଶୁ, ତାଙ୍କ ୪ ସାଙ୍ଗ ଅନିଲ, ବାହିଦ, ସମୀର ଓ ସାହିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ହିମାଂଶୁ ପୀଡ଼ିତାଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ। ସାଥୀ ହୋଇ ବଞ୍ଚିବା, ମରିବା ସହ ଖୁବ୍‌ ଶୀଘ୍ର ବିବାହ କରିବାକୁ ବି ପ୍ରତିଶ୍ରୁତି ଦେଇଥିଲେ। କିଛି ଦିନ ପରେ ହିମାଂଶୁ ସମ୍ପୃକ୍ତା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିବାହ ପୋଷାକ କିଣିବାକୁ ଡାକିଥିଲେ।

Advertisment

ଏହାପରେ ମାର୍କେଟ ନେବା ବଦଳରେ ସେ ତାଙ୍କୁ ଏକ ଗ୍ୟାରେଜକୁ ନେଇଥିଲେ। ସେଠାରେ ତାଙ୍କ ୪ ସାଙ୍ଗ ଥିବା ବେଳେ ସେମାନଙ୍କ ସହ ମିଶି ହିମାଂଶୁ ବି ନିଜ ପ୍ରେମିକାଙ୍କୁ ବଳାତ୍କାର କରିଥିଲେ। ଏହାପରେ ଘଟଣାସ୍ଥଳରୁ ସମସ୍ତେ ଫେରାର ହୋଇ ଯାଇଥିଲେ।

ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍‌ ମାମଲାକୁ ଚାପି ଦେବାକୁ ଉଦ୍ୟମ କରିଥିଲା। ମାତ୍ର ଘଟଣା ପ୍ରଘଟ ହେବା ପରେ ପୁଲିସ୍‌ ବାଧ୍ୟ ହୋଇ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Uttar Pradesh Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe