Advertisment

ପୁଣେ ପୋର୍ସ ଦୁର୍ଘଟଣା: ନାବାଳକଙ୍କ ସାଙ୍ଗ ମାନିଲେ ସତ, ମଦ ପିଇ ଡ୍ରାଇଭିଂ କରୁଥିଲେ ଅଭିଯୁକ୍ତ

ନାବାଳକଙ୍କୁ ଦୋଷମୁକ୍ତ କରିବା ପାଇଁ ପରିବାର ଲୋକ ଗୋଟିଏ ପରେ ଗୋଟିଏ ମିଛ କାହାଣୀ ଲେଖି ଚାଲୁଥିବା ବେଳେ ପୁଲିସ ଆଗରେ ସତ ମାନିଛନ୍ତି ଅଭିଯୁକ୍ତ ନାବାଳକର ସାଙ୍ଗ।

Porsche

Porsche

Advertisment

ଚର୍ଚ୍ଚିତ ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ପୁଲିସକୁ ମିଳିଛି ଆଉ ଏକ ପ୍ରମାଣ। କାରରେ ଥିବା ଅଭିଯୁକ୍ତ ନାବାଳକର ସାଙ୍ଗମାନେ ପୁଲିସ ଆଗରେ ସତ ମାନିଛନ୍ତି। ଦୁର୍ଘଟଣା ସମୟରେ ଅଭିଯୁକ୍ତ ଡ୍ରାଇଭର ମଦ ପିଇ ଗାଡ଼ି ଚାଳନା କରୁଥିବା ସେମାନେ ପୁଲିସକୁ କହିଛନ୍ତି।

Advertisment

ପୁଲିସ କହିଛି ଯେ, ମେ' ୧୮ (ଶନିବାର) ବିଳମ୍ବିତ ରାତିରେ ପୁଣେର କଲ୍ୟାଣୀ ନଗରରେ ଘଟିଥିବା ପୋର୍ସ କାର୍ ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ନାବାଳକଙ୍କର ଦୁଇ ଜଣ ସାଙ୍ଗ ଥିଲେ। ସେମାନେ ପୁଲିସ ଆଗରେ ସ୍ୱୀକାର କରିଛନ୍ତି ଯେ, ଦୁର୍ଘଟଣା ସମୟରେ ଗାଡିର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ଥିଲା ଏବଂ ଅଭିଯୁକ୍ତ ମଦ ପିଇ ଡ୍ରାଇଭିଂ କରୁଥିଲେ।

ପ୍ରକାଶ ଥାଉକି, ଏହି କାର୍ ଦୁର୍ଘଟଣା ଜାତୀୟ ଖବରର ଶିରୋନାମାରେ ରହିଛି। ଏଥିରେ ଦୁଇ ଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ଘଟାଇଥିବା ନାବାଳକ ହେଉଛନ୍ତି ଜଣେ ବ୍ୟବସାୟୀଙ୍କ ପୁଅ, ଯିଏକି ଅଢେଇ କୋଟି ଟଙ୍କାର ପୋର୍ସ କାର୍ ଚଳାଉଥିଲେ।

Advertisment

ନାବାଳକଙ୍କୁ ବେଲ୍ ମିଳିବା ପରେ ତୀବ୍ର ରୂପ ନେଇଥିଲା ଘଟଣା। କାରଣ ବେଲ୍ ପରେ ଏକାଧିକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ନାବାଳକ ଦୁର୍ଘଟଣା ଘଟାଇବା ପୂର୍ବରୁ ପବରେ ସାଙ୍ଗମାନଙ୍କ ସହ ମଦ ପିଉଥିଲେ ଏବଂ ଅନ୍ୟ ଏକ ଭିଡିଓରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା। 

କେବଳ ଏତିକି ନୁହେଁ, ନାବାଳକଙ୍କୁ ଦୋଷମୁକ୍ତ କରିବା ପାଇଁ ତାଙ୍କ ପରିବାର ଏକାଧିକ ଷଡ଼ଯନ୍ତ୍ର ରଚିଥିଲେ। ଘରୋଇ ଡ୍ରାଇଭର ଗାଡ଼ି ଚଲାଉଥିଲା ଦାବି କରିବା ସହ ଏଥିପାଇଁ ତାଙ୍କୁ ଲାଞ୍ଚ ମଧ୍ୟ ଦେଇଥିଲେ। ଏପରିକି ନାବାଳକଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଯେତେବେଳେ କୁହାଯାଇଥିଲା, ତାଙ୍କ ମାଆ ରକ୍ତ ଦେଇଥିଲେ। ଏସବୁ ମାମଲା ସାମ୍ନାକୁ ଆସିବା ପରେ ଗୋଟିଏ ମିଛକୁ ଲୁଚାଇବା ପାଇଁ କେତେ ପ୍ରକାର ମିଛ କାହାଣୀ ଲେଖାଯାଉଛି ତାହା ସ୍ପଷ୍ଟ ହୋଇଯାଉଛି।

ସେପଟେ ଏହି ମାମଲାରେ, ନାବାଳକଙ୍କ ବାପା, ଜେଜେବାପା ଏବଂ ମେଡିକାଲ ଟେଷ୍ଟ ସମୟରେ ହେର୍ ଫେର୍ କରିଥିଲା ୨ ଜଣ ଡାକ୍ତର ଗିରଫ ହୋଇଛନ୍ତି। ଏଥିସହ ନାବାଳକଙ୍କ ବେଲ୍ ମଧ୍ୟ ନାମାଞ୍ଜୁର ହୋଇଯିବା ସହ ତାଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି।  

Pune Accident News Porsche Car Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe