Advertisment

ପଞ୍ଜାବରେ ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର

ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ୯୦ ପଇସା ସେସ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

author-image
Tapas Behera
ଅଦ୍ୟତନ ହୋଇଛି
petrol

petrol

ପଞ୍ଜାବରେ ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର। ଶୁକ୍ରବାର ଏଠାରେ ରାଜ୍ୟ କ୍ୟାବିନେଟ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ୯୦ ପଇସା ସେସ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଅମନ ଆରୋରା ସ୍ପଷ୍ଟ କରିଛନ୍ତି। କ୍ୟାବିନେଟ ବୈଠକ ପରେ ପରେ ସେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ତୈଳ ଦର ବୃଦ୍ଧି ନେଇ ଦୀର୍ଘ ଦିନ ଧରି ଆବଶ୍ୟକତା ଅନୁଭବ କରାଯାଇଥିଲା। ତେଣୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ୯୦ ପଇସା ସେସ ଲାଗୁ କରାଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ଭଗବତ ମନଙ୍କ ଅଧ୍ୟକ୍ଷତାରେ ଚଣ୍ଡିଗଡ଼ରେ କ୍ୟାବିନେଟ୍ ବୈଠକ ବସିଥିଲା। ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ ହ୍ରାସ କରିଥିଲେ  ତତ୍କାଳୀନି କଂଗ୍ରେସର ଚନ୍ନି ସରକାର। ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଶସ୍ତା କରିଥିଲେ।

ସେହିପରି ଡିଜେଲ ଉପରେ ୫ ଟଙ୍କା ହ୍ରାସ କରିଥିଲେ। ସେବେଠାରୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ପରେ ଅତିରିକ୍ତ କୌଣସ କର ଲାଗୁ କରାଯାଇ ନଥିଲା। ସେପଟେ କେରଳ ସରକାର ପେଟ୍ରୋଲ, ଡିଜେଲ ଓ ମଦ ଉପରେ ସେସ୍‌ ଲାଗିବ ବୋଲି ଘୋଷଣା କରିଛନ୍ତି। କେରଳର ଅର୍ଥମନ୍ତ୍ରୀ କେଏନ ବାଲାଗୋପାଲ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ଏଥିରେ ଲୋକଙ୍କ ଠାରୁ ସେସ୍‌ ଆଦାୟ ହେବ ବୋଲି କହିଛନ୍ତି।

Advertisment
Punjab