Advertisment

ଭାରତ ପ୍ରତି ଟ୍ରମ୍ପଙ୍କ ସ୍ୱର ନରମିଲା: ପ୍ରଧାନମନ୍ତ୍ରୀ ମୋଦି କହିଲେ ଏମିତି କଥା

ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଥିବା କହିଥିଲେ ହେଁ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ନାହାନ୍ତି। ପୂର୍ବରୁ ସେ ଟ୍ରମ୍ପଙ୍କୁ ବନ୍ଧୁ ବୋଲି କହି ଏକ୍ସରେ ପୋଷ୍ଟ କରୁଥିଲେ।

PM Modi

PM Modi

Advertisment

ଭାରତ ବିରୋଧରେ ଟାରିଫ ବର୍ଷା କରିବା ସହ ନୂଆଦିଲ୍ଲୀକୁ ଚାଇନା ପାଖରେ ଆମେରିକା ହରାଇ ଦେଇଛି ବୋଲି କହିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ଏବେ ନରମିଛି। ସେ ଭାରତକୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ରହିଛି ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପଙ୍କ ନରମ ସ୍ୱଭାବ ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ଭାବନାକୁ ପୂର୍ଣ୍ଣ ସମ୍ମାନ ଦେଉଥିବା କହିଛନ୍ତି।

Advertisment

ଭାରତ ଉପରେ ଆମେରିକା ୫୦% ଟାରିଫ ଲଗାଇବା ପରେ ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟରେ ପ୍ରଥମଥର ପାଇଁ ଦୁଇ ରାଷ୍ଟ୍ର ମୁଖ୍ୟ ପରସ୍ପର ସମ୍ପର୍କରେ ସକାରାତ୍ମକ ବୟାନ ଦେଇଛନ୍ତି। ତେଣୁ ଆଗକୁ ଭାରତ-ଆମେରିକା ସମ୍ପର୍କ ନୂଆ ମୋଡ ନେବାର ସମ୍ଭାବନା ସୃଷ୍ଟି ହୋଇଛି।

ମାସକ ପରେ ସକାରାତ୍ମକ ବୟାନ

ଶୁକ୍ରବାର ଟ୍ରମ୍ପ କହିଥିଲେ ଯେ ଭାରତ ଓ ରୁଷକୁ ୱାଶିଂଟନ ଗଭୀର ଓ ଅନ୍ଧକାରମୟ ଚାଇନା ପାଖରେ ହରାଇ ଦେଇଛି। ଏପରି ବୟାନ ଦେଇ ସେ ଭାରତ ଓ ଆମେରିକା ମଧ୍ୟରେ କୂଟନୀତିକ ସମ୍ପର୍କ ବିଗିଡ଼ି ଯାଇଥିବାର ସଙ୍କେତ ଦେଇଥିଲେ। ଏହାର ଦିନକ ପରେ ଟ୍ରମ୍ପ ନିଜ ସ୍ୱରକୁ ନରମ କରି କହିଛନ୍ତି ଯେ ମୋଦିଙ୍କ ସହ ତାଙ୍କର ବନ୍ଧୁତା ସବୁବେଳେ ଅତୁଟ ରହିବ।

Advertisment

ସେ କହିଛନ୍ତି, “ମୁଁ ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି। ସେ ଜଣେ ମହାନ ପ୍ରଧାନମନ୍ତ୍ରୀ। ଆମ ଭିତରେ ସବୁବେଳେ ବନ୍ଧୁତା ରହିବ। କିନ୍ତୁ ବର୍ତ୍ତମାନ ସମୟରେ ସେ(ମୋଦି) ଯାହା ସବୁ କରୁଛନ୍ତି, ମୁଁ ତା’କୁ ପସନ୍ଦ କରୁନାହିଁ। ତଥାପି ଭାରତ ଓ ଆମେରିକା ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ସମ୍ପର୍କ ରହିଛି। ବ୍ୟସ୍ତ ହେବାର କୌଣସି କାରଣ ନାହିଁ।”

ଟ୍ରମ୍ପଙ୍କ ଏପରି ବନ୍ଧୁତାପୂର୍ଣ୍ଣ ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜର ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନାକୁ ସମ୍ମାନ କରୁଛି ଓ ତାଙ୍କୁ ପୂର୍ଣ୍ଣ ସମର୍ଥନ କରୁଛି। ଭାରତ-ଆମେରିକା ସମ୍ପର୍କ ଉପରେ ସକାରାତ୍ମକ ବୟାନକୁ ଆଦର କରୁଛି। ଭାରତ ଓ ଆମେରିକା ମଧ୍ୟରେ ଗୋଟିଏ ସକାରାତ୍ମକ, ଦୂରଦର୍ଶୀ ଓ ବିଶ୍ୱ ରଣନୀତିକ ସହଭାଗିତା ରହିଛି।”

ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଥିବା କହିଥିଲେ ହେଁ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ନାହାନ୍ତି। ପୂର୍ବରୁ ସେ ଟ୍ରମ୍ପଙ୍କୁ ବନ୍ଧୁ ବୋଲି କହି ଏକ୍ସରେ ପୋଷ୍ଟ କରୁଥିଲେ। ତେଣୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ସଂପୂର୍ଣ୍ଣ ଭାବେ ଥଣ୍ଡା ପଡ଼ିବାକୁ ଆଉ କିଛ ସମୟ ନେବ।

PM Modi Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe