Advertisment

ବଳାତ୍କାର ପୀଡ଼ିତାଙ୍କୁ ମିଳିଲା ଗର୍ଭପାତ ଅନୁମତି, କୋର୍ଟ କହିଲେ- ଏହା ବ୍ୟକ୍ତିଗତ ଅଧିକାର

ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ପ୍ରସବ ନିମନ୍ତେ କେହି ବାଧ୍ୟ କରି ପାରିବେ ନାହିଁ। ତେଣୁ ତାଙ୍କୁ ନିଜ ଇଚ୍ଛା ଅନୁଯାୟୀ ଗର୍ଭପାତର ଅଧିକାର ଦେଇଛନ୍ତି କୋର୍ଟ।

Pregnent Lady

Pregnent Lady

Advertisment

ଅନିଚ୍ଛା ସତ୍ତ୍ୱେ ଅନ୍ତସ୍ୱତ୍ତା ହୋଇଥିବା ବେଳେ ଜଣେ ବଳାତ୍କାର ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ମିଳିଛି ଅନୁମତି । ମହିଳାଜଣକ ୨୩ ସପ୍ତାହର ଗର୍ଭବତୀ ହୋଇଥିବା ସତ୍ତ୍ୱେ ପ୍ରସବ ନିମନ୍ତେ ସେ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିବାରୁ ତାଙ୍କୁ ଏପରି ଅନୁମତି ଦେଇଛନ୍ତି ବମ୍ବେ ହାଇକୋର୍ଟ। ଏପରିକି ସମସ୍ତଙ୍କର ବଞ୍ଚିବା ପାଇଁ ଅଧିକାର ଅଛି। ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ପ୍ରସବ ନିମନ୍ତେ କେହି ବାଧ୍ୟ କରି ପାରିବେ ନାହିଁ। ତେଣୁ ତାଙ୍କୁ ନିଜ ଇଚ୍ଛା ଅନୁଯାୟୀ ଗର୍ଭପାତର ଅଧିକାର ଦେଇଛନ୍ତି କୋର୍ଟ।

Advertisment

ପୀଡ଼ିତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଗର୍ଭ ଧାରଣ ପାଇଁ ଜବରଦସ୍ତି କରିବା ତାଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ସମାନ । ସମସ୍ତଙ୍କର ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ଥିବା ବେଳେ ଗର୍ଭଧାରଣ ଓ ଗର୍ଭପାତ କରିବା ବି ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ପସନ୍ଦ। ଏଥିନିମନ୍ତେ କେହି ଜବରଦସ୍ତି କରି ପାରିବେ ନାହିଁ ବୋଲି ଏହି ମାମଲାର ବିଚାର କରି ଜଷ୍ଟିସ ଅଭୟ ଆହୁଜା ଓ ମିଲିନ୍ଦ ସତ୍ୟେୟ ରାୟ ଦେଇଛନ୍ତି।

ପୀଡ଼ିତାଜଣକ ଅଭିଯୁକ୍ତଙ୍କୁ ୨୦୧୬ ମସିହାରୁ ଜାଣିଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ୨୦୧୮ ମସିହାରେ ପୀଡ଼ିତାଜଣକ ଅନ୍ୟତ୍ର ବିବାହ କରିଥିବା ବେଳେ ତାଙ୍କର ଏକ ପୁଅଟିଏ ବି ଅଛି। ଗତ ବର୍ଷ ଅକ୍ଟୋବରରେ ତାଙ୍କ ସ୍ୱାମୀ ନିଶାଗ୍ରସ୍ତ ଅବସ୍ଥାରେ ଆସି ପୀଡ଼ିତାଙ୍କ ସମେତ ତାଙ୍କ ଛୋଟ ପୁଅକୁ ପ୍ରବଳ ପିଟାପିଟି କରିଥିଲେ।

Advertisment

ଏଥିରେ ଭୟଭୀତ ହୋଇଯାଇଥିବା ମହିଳାଜଣକ ସାହାଯ୍ୟ ପାଇଁ ନିଜ ପୂର୍ବ ପ୍ରେମିକଙ୍କୁ ଫୋନ୍‌ କରିଥିଲେ। ଏହାପରେ ପୂର୍ବ ପ୍ରେମୀଜଣକ ତାଙ୍କୁ ଆଶ୍ରୟ ଦେବାକୁ ପ୍ରତିଶ୍ରୁତି ଦେବାରୁ ମହିଳାଜଣକ ନିଜ ଛୁଆକୁ ଧରି ଚାଲି ଆସିଥିଲେ। ଅଭିଯୁକ୍ତଜଣକ ଏକ ଘର ଭଡ଼ା ନେଇ ମହିଳା ଓ ତାଙ୍କ ପୁଅକୁ ରଖିଥିଲେ।

ଏହାପରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ସେ ତାଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। ଇତି ମଧ୍ୟରେ ମହିଳାଜଣକ ଗର୍ଭବତୀ ହେବାରୁ ଯୁବକଜଣକ ଆଉ ବିବାହ କରିବାକୁ ଧରାଛୁଆଁ ଦେଇ ନ ଥିଲେ। ଏଥିସହ ଏହି କଥା ବାହାରେ ପ୍ରଘଟ କଲେ ହତ୍ୟା ଧମକ ଦେଇଥିଲେ।

ଏନେଇ ଗତ ଏପ୍ରିଲ ୨୮ ତାରିଖରେ ମହିଳାଜଣକ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିସହ ତାଙ୍କୁ ଜବରଦସ୍ତି ବଳାତ୍କାର କରାଯାଇଥିବା ଆରୋପ ଲଗାଇଥିଲେ।

ମହିଳାଜଣକ ଇତି ମଧ୍ୟରେ ୨୩ ସପ୍ତାହର ଗର୍ଭବତୀ ହୋଇ ଯାଇଥିବାରୁ ଗର୍ଭପାତ ନିମନ୍ତେ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ମହିଳାଜଣକ ଏବେ ପିଲାର ଦାୟିତ୍ୱ ନେବାକୁ ମାନସିକ ଓ ଶାରୀରିକ ଭାବେ ପ୍ରସ୍ତୁତ ନ ଥିବା ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଗର୍ଭପାତ ନିମନ୍ତେ ମହିଳାଜଣକ ମାନସିକ ଭାବେ ପ୍ରସ୍ତୁତ ଥିବା ମୁମ୍ବାଇର ଜେଜେ ହସ୍ପିଟାଲ ବୋର୍ଡ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା।

ସନ୍ତାନ ଜନ୍ମ କରିବା ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ବ୍ୟକ୍ତିଗତ ଇଚ୍ଛା । ମହିଳାଙ୍କର ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ଥିବାରୁ ନିଜ ଇଚ୍ଛା ଅନୁଯାୟୀ ଗର୍ଭପାତର ଅଧିକାର ବି ଅଛି ବୋଲି ୨୦୦୯ ମସିହାରେ ଏପରି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ। ତେଣୁ ବମ୍ବେ ହାଇକୋର୍ଟ ବି ପୀଡ଼ିତାଙ୍କୁ ଗର୍ଭପାତର ଅଧିକାର ପ୍ରଦାନ କରିଛନ୍ତି।

ପୂର୍ବରୁ ୨୦ ସପ୍ତାହର ଗର୍ଭଧାରଣ କରିଥିବା ମହିଳାଙ୍କୁ ଗର୍ଭପାତର ଅନୁମତି ମିଳୁଥିଲା। ଏହାପରେ ୨୦୨୧ ମସିହାରେ ଏହି ସମୟ ସୀମାକୁ ବଢ଼ାଇ ଦିଆଯାଇ ୨୪ ସପ୍ତାହ ପର୍ଯ୍ୟନ୍ତ କରି ଦିଆଯାଇଛି।

Bombay HighCourt Judgement Pregnancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe