ଲିକ୍‌ ହୋଇଥିବା ଜାତିଭିତ୍ତିକ ସର୍ଭେ ରିପୋର୍ଟରେ କ’ଣ ରହିଛି?

ରାଜ୍ୟ ସରକାର ପଛୁଆ ବର୍ଗ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ୩୨%ରୁ ୫୧%କୁ ବୃଦ୍ଧି କରନ୍ତୁ।

Cast

representational image

Hemant Lenka
  • Published: Monday, 14 April 2025
  • Updated: 14 April 2025, 02:42 PM IST

Sports

Latest News

କର୍ଣ୍ଣାଟକା ଜାତିଗତ ଜନଗଣନା ରିପୋର୍ଟ ଲିକ୍‌ ହେବା ପରେ ବିଭିନ୍ନ ପ୍ରଭାବଶାଳୀ ସଂପ୍ରଦାୟ ମଧ୍ୟରେ ହଙ୍ଗମା ଦେଖିବାକୁ ମିଳିଛି। ସର୍ଭେ ରିପୋର୍ଟ ଲିକ୍‌ ହେବାରୁ ଏହାର ବିଷୟବସ୍ତୁ ସାର୍ବଜନୀନ ହୋଇଯାଇଛି। କ୍ଷମତାସୀନ କଂଗ୍ରେସ ମାପିଚୁପି ବୟାନ ଦେଉଥିବା ବେଳେ ବିଭିନ୍ନ ସଂପ୍ରଦାୟର ଲୋକମାନେ ସର୍ଭେ ରିପୋର୍ଟରେ ହୋଇଥିବା ବ୍ୟବସ୍ଥାକୁ ଗ୍ରହଣ କରିବାକୁ ରାଜି ହୋଇ ନାହାନ୍ତି। ଏଥିସହ ରିପୋର୍ଟ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି।

ଲିକ୍‌ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି ଯେ ରାଜ୍ୟ ସରକାର ପଛୁଆ ବର୍ଗ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ୩୨%ରୁ ୫୧%କୁ ବୃଦ୍ଧି କରନ୍ତୁ। ରାଜ୍ୟର ଗୋଟିଏ ସଂପ୍ରଦାୟ ହେଲା ମୁସଲିମ। କର୍ଣ୍ଣାଟକାର ମୋଟ ୫.୯ କୋଟି ଜନସଂଖ୍ୟା ମଧ୍ୟରୁ ୭୫.୭ ଲକ୍ଷ ହେଉଛନ୍ତି ମୁସଲିମ। ଏହାର ଅର୍ଥ ମୋଟ ଜନସଂଖ୍ୟା ମଧ୍ୟରୁ ୨୦୧୫ ସର୍ଭେ ବେଳେ ମୁସଲିମ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ୧୨.୬% ରହିଥିଲା। ତେଣୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ ଏହି ମୁସଲିମ ସଂପ୍ରଦାୟର ଲୋକଙ୍କୁ ଆଇଆଇବି ବର୍ଗରେ ଥିବା ୪% ସଂରକ୍ଷଣ ବଦଳରେ ୮% ମିଳିବା ଦରକାର।

ରିପୋର୍ଟରେ କୁହାଯାଇଛି ଯେ ଆଇଆଇଆଇ(ଏ) ବର୍ଗରେ ଭୋକ୍କାଲିଗାସ ଓ ଅନ୍ୟ ଦୁଇ ପ୍ରଭାବଶାଳୀ ସଂପ୍ରଦାୟ ରହିଛନ୍ତି। ଏମାନଙ୍କ ସଂଖ୍ୟା ୭୩ ଲକ୍ଷ ଥିବାରୁ ସେମାନଙ୍କୁ ୭% ସଂରକ୍ଷଣ ମିଳୁ। ଆଇଆଇଆଇ(ବି) ବର୍ଗରେ ବୀରଶୈବ-ଲିଙ୍ଗାୟତ ଓ ଅନ୍ୟ ୫ ପ୍ରମୁଖ ସଂପ୍ରଦାୟର ଲୋକ ରହିଛନ୍ତି। ଏହି ସଂପ୍ରଦାୟର ଲୋକଙ୍କ ସଂଖ୍ୟା ୮୧.୩ ଲକ୍ଷ ଥିବାରୁ ସେମାନଙ୍କ ପାଇଁ ରାଜ୍ୟରେ ୮% ସରକାର ବ୍ୟବସ୍ଥା କରାଯାଉ।

Also Read

ସର୍ଭେରୁ ଜଣାପଡ଼ିଛି ଯେ କର୍ଣ୍ଣାଟକାରେ ଅନୁସୂଚିତ ଜାତିଙ୍କ ସଂଖ୍ୟା ସବୁଠାରୁ ଅଧିକ। ରାଜ୍ୟରେ ଏସ୍‌ସି ବର୍ଗର ୧.୧ କୋଟି ଲୋକ ରହୁଛନ୍ତି ଓ ଏହା ମଧ୍ୟରେ ୧୦୮ଟି ଉପଜାତି ରହିଛି। ଫଳସ୍ୱରୂପ ରାଜ୍ୟରେ ସମସ୍ତ ସଂପ୍ରଦାୟର ଲୋକଙ୍କ ପାଇଁ ମୋଟ ସଂରକ୍ଷଣ ୭୦% କରିବାକୁ ସର୍ଭେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ଏହା ମଧ୍ୟରେ ଏସ୍‌ସି ବର୍ଗଙ୍କ ପାଇଁ ୧୫% ଓ ଏସ୍‌ଟି ବର୍ଗର ଲୋକଙ୍କ ପାଇଁ ୭.୫% ସଂରକ୍ଷଣ ବ୍ୟବସ୍ଥା ବି ରହିବ। ରାଜ୍ୟରେ ଏବେ ୫୦% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। କିନ୍ତୁ ସର୍ଭେ ରିପୋର୍ଟରେ ଏହାକୁ ୭୦% କରିବାକୁ ସରକାରଙ୍କୁ କୁହାଯାଇଛି।

ରବିବାର କ୍ୟାବିନେଟ ମନ୍ତ୍ରୀମାନଙ୍କୁ ସର୍ଭେ ରିପୋର୍ଟର କପି ଦିଆଯାଇଛି। ସେମାନେ ଏହାକୁ ଭଲ ଭାବେ ପଢ଼ିବେ ଓ ଏପ୍ରିଲ ୧୭ରେ ବସିବାକୁ ଥିବା ସ୍ୱତନ୍ତ୍ର କ୍ୟାବିନେଟ ବୈଠକରେ ନିଜର ମତାମତ ଉପସ୍ଥାପନ କରିବେ। କଂଗ୍ରେସ ନେତା ତଥା ସର୍ବଭାରତୀୟ ବୀରଶୈବ ମହାସଭାର ସଭାପତି ଶାମାନୁର ଶିବଶଙ୍କରପ୍ପା ରିପୋର୍ଟକୁ ଅଣ ବିଜ୍ଞାନ ସମ୍ମତ ଓ ସର୍ଭେ ଟିମର କୌଣସି ସଦସ୍ୟ କେବେ ହେଲେ ତଥ୍ୟ ସଂଗ୍ରହ ପାଇଁ ତାଙ୍କ ଘରକୁ ଆସି ନଥିବା କହିଛନ୍ତି।

କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ବେଶ ସତର୍କତାର ସହ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ସମସ୍ତେ ନିଜ ନିଜ ସଂପ୍ରଦାୟର ସୁରକ୍ଷା ପାଇଁ ଚେଷ୍ଟିତ। ମୁଁ କେବେ ହେଲେ ସେମାନଙ୍କୁ ଅଟକାଇବି ନାହିଁ। ନିଜ ସଂପ୍ରଦାୟର ଲୋକଙ୍କ ସୁରକ୍ଷା କରିବା ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର। ଏପ୍ରିଲ ୧୭ କ୍ୟାବିନେଟ ବୈଠକରେ ଏହା ଉପରେ ଆଲୋଚନା ହେବ। ବିଧାୟକମାନଙ୍କୁ ଏହା ଉପରେ ବିତର୍କ କରିବାକୁ ବିଧାନସଭାରେ ସୁଯୋଗ ମିଳିବ। ଆମେ ଏହି ପ୍ରସଙ୍ଗରେ ଆଦୌ କୌଣସି ତରବର ନାହୁଁ।”

ଭୋକ୍କାଲିଗାକୁ ରାଜ୍ୟର ୬ଷ୍ଠ ସର୍ବବୃହତ୍ତ ସଂପ୍ରଦାୟ ଭାବେ ବିଚାର କରାଯିବା ସମ୍ପର୍କରେ ଶିବ କୁମାର କହିଛନ୍ତି ଯେ ରାଜ୍ୟ କଂଗ୍ରେସ ସଭାପତି ହିସାବରେ ସବୁ ସଂପ୍ରଦାୟକୁ କେମିତି ନ୍ୟାୟ ମିଳିବ, ତାହା ତାଙ୍କ କର୍ତ୍ତବ୍ୟ ବୋଲି ସେ ମତ ରଖିଛନ୍ତି। ଶିଳ୍ପ ମନ୍ତ୍ରୀ ତଥା ଲିଙ୍ଗାୟତ ନେତା ଏମବି ପାଟିଲ ସର୍ଭେ ରିପୋର୍ଟରେ ରାଜ୍ୟର ବାସ୍ତବଚିତ୍ରକୁ ଉପସ୍ଥାପନ କରାଯାଇ ନଥିବା କହିଛନ୍ତି।

ସେ କହିଛନ୍ତି, “ସର୍ଭେରେ ଲିଙ୍ଗାୟତଙ୍କ ସଂଖ୍ୟା ହ୍ରାସ ପାଇବାରେ କାହାର ବି ଭୁଲ ନାହିଁ। ଲିଙ୍ଗାୟତ ସଂପ୍ରଦାୟର ଉପ ଜାତିରେ ଥିବା ସଦସ୍ୟମାନେ ନିଜକୁ ହିନ୍ଦୁ ଗାନିଗା, ହିନ୍ଦୁ ବାନାଜିଗା, ହିନ୍ଦୁ ସଦାରସ ଭାବେ ପରିଚୟ ଦେଇଛନ୍ତି। ସେମାନେ ୨ଏ ସଂରକ୍ଷଣ ବ୍ୟବସ୍ଥାର ଫାଇଦା ହାସଲ କରିବାକୁ ଏପରି କରିଛନ୍ତି। ଯଦି ଆପଣ ସେମାନଙ୍କୁ ବିଚାରକୁ ନେବେ ଓ ୩ବିରେ ପଞ୍ଜିକରଣ କରିଥିବା ଲିଙ୍ଗାୟତଙ୍କୁ ମିଶାଇବେ, ତା’ହେଲେ ସେମାନଙ୍କ ସଂଖ୍ୟା ୧ କୋଟି ପାର କରିଯିବ। କ୍ୟାବିନେଟ ମିଟିଂରେ ଏହା ଉପରେ ବିସ୍ତୃତ ଭାବେ ଆଲୋଚନା ହେବ।” ଏହାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଭେ ଜାତିଭିତ୍ତିକ ସର୍ଭେ ରିପୋର୍ଟ ଉପରେ ମତ ଦେବାକୁ ମନା କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story