Advertisment

ଜି-୨୦ ଘୋଷଣାପତ୍ରରେ ୟୁକ୍ରେନ ଯୁଦ୍ଧ, କିନ୍ତୁ ନାହିଁ ରୁଷର ନାଁ

ପରମାଣୁ ଅସ୍ତ୍ରର ଭୟ ଦେଖାଇବା କିମ୍ବା ଏହାର ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ।

author-image
Hemant Lenka
Russia

Russia

ଭାରତ ପ୍ରସ୍ତୁତ କରିଥିବା ନୂଆଦିଲ୍ଲୀ ଘୋଷଣାପତ୍ରକୁ ଜି-୨୦ର ମଞ୍ଜୁରୀ ମିଳିଛି। ଏଥିରେ ବିକାଶ ଠାରୁ ଆରମ୍ଭ କରି ଆତଙ୍କବାଦ ବିରୋଧରେ ସବୁ ପ୍ରସଙ୍ଗ ରହିଛି। ମନିଲଣ୍ଡରିଂ କଥା ବି ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଛି। ଏଥିସହ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ କଥା ମଧ୍ୟ ଘୋଷଣାପତ୍ରରେ ରହିଛି।

Advertisment

ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ଏଥିରେ ସିଧାସଳଖ ରୁଷର ନାଁ ନାହିଁ। ସେହିପରି ମସ୍କୋରକୁ ମଧ୍ୟ ଘୋଷଣାପତ୍ରରେ ସମାଲୋଚନା କରାଯାଇନାହିଁ। ଏଥିରେ କୁହାଯାଇଛି ଯେ ପରମାଣୁ ଅସ୍ତ୍ରର ଭୟ ଦେଖାଇବା କିମ୍ବା ଏହାର ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ।

ଜି-୨୦ ସଦସ୍ୟ ରାଷ୍ଟ୍ର କହିଛନ୍ତି, ୟୁକ୍ରେନରେ ବିସ୍ତୃତ, କେବଳ ଓ ସମୟ ନିର୍ଦ୍ଧାରିତ ଶାନ୍ତି ଆବଶ୍ୟକ। ଜି-୨୦ରେ ସଦସ୍ୟ ଥିବା ରାଷ୍ଟ୍ରଗୁଡ଼ିକ ଧମକ ଦେବାରୁ ନିବୃତ୍ତ ରହିବା ଦରକାର। ଏଥିସହ ସେମାନେ ଫୋର୍ସ ଲଗାଇ କୌଣସି ଦେଶର ଜମି ଦଖଲ କରିବା କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ।

Advertisment

ଘୋଷଣାପତ୍ରରେ ଆହୁରି କୁହାଯାଇଛି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ନେଇ ଆମେ ଚିନ୍ତିତ। ବାଲିରେ ମଧ୍ୟ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ଆମେ ଆମର ଜାତୀୟ ସ୍ଥିତିକୁ ପୁଣି ଦୋହରାଇବାକୁ ଚାହୁଁଛୁ।

ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଓ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଗ୍ରହଣ ହୋଇଥିବା ସଂକଳ୍ପ ସହ ଆମେ ରହିଛୁ। ସବୁ ରାଷ୍ଟ୍ର ଜାତିସଂଘର ନିୟମ ଓ ଚାର୍ଟର ଅନୁସାରେ କାମ କରିବା ଉଚିତ। ପରମାଣୁ ଅସ୍ତ୍ରର ଭୟ କିମ୍ବା ଏହାର ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ।

ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁ ସାଧାରଣ ଲୋକ ଭୋଗୁଥିବା ସମସ୍ୟା ଉପରେ ଗୁରୁତ୍ୱାରୋପ କରିଛୁ। ବିଶ୍ୱ ଖାଦ୍ୟ, ବିଜୁଳି, ସୁରକ୍ଷା, ଯୋଗାଣ ଚେନ, ମାକ୍ରୋ ଫାଇନାନ୍ସିଆଲ ସ୍ଥିରତା ଓ ଅଭିବୃଦ୍ଧି ଏହାଦ୍ୱାରା ପ୍ରଭାବିତ ହୋଇଛି। ଯୁଦ୍ଧ ବିରୋଧରେ ଜି-୨୦ ସବୁ ରାଷ୍ଟ୍ର ରହିବା ସହ ଘୋଷଣାପତ୍ରରେ ଏହାକୁ ନିନ୍ଦା କରିଛନ୍ତି। 

PM Modi G20 Summit Russia-Ukraine War G20 Meet