Advertisment

ଜି-୨୦ ସମ୍ମିଳନୀ: ଅତିଥିଙ୍କ ପ୍ଲେଟରେ ରହିବ ମୁଗଲାଇ ଡିସ୍‌ ସାଙ୍ଗକୁ ଚଟପଟା ଚାଟ୍‌

ଆସନ୍ତା G-୨୦ ସମ୍ମିଳନୀ ପାଇଁ ଭାରତ ଆସିବାକୁ ଥିବା ଅତିଥିଙ୍କୁ ଭାରତ ପରସିବ ଏଭଳି ଭଳିକି ଭଳି ଖାଦ୍ୟ । ଅତିଥିଙ୍କ ପ୍ଲେଟର ଚଟପଟା ଖାଦ୍ୟ ସାଙ୍ଗକୁ ସମ୍ଭ୍ରାନ୍ତ ଶ୍ରେଣୀୟ ଖାଦ୍ୟ ବି ସାମିଲ ହେବ ।

Dish

Dish

Advertisment

ଉତ୍ତର ଭାରତର ମୁଗଲାଇ ଡିସ୍‌ ସାଙ୍ଗକୁ ଦକ୍ଷିଣ ଭାରତର ପରିଚୟ ବହନ କରୁଥିବା ସ୍ୱତନ୍ତ୍ର ଡିସ୍‌। ତା’ ସାଙ୍ଗକୁ ନୂଆ ଦିଲ୍ଲୀର ଭଳିକି ଭଳି ଚାଟ୍‌ । ଆସନ୍ତା G-୨୦ ସମ୍ମିଳନୀ ପାଇଁ ଭାରତ ଆସିବାକୁ ଥିବା ଅତିଥିଙ୍କୁ ଭାରତ ପରସିବ ଏଭଳି ଭଳିକି ଭଳି ଖାଦ୍ୟ । ଅତିଥିଙ୍କ ପ୍ଲେଟର ଚଟପଟା ଖାଦ୍ୟ ସାଙ୍ଗକୁ ସମ୍ଭ୍ରାନ୍ତ ଶ୍ରେଣୀୟ ଖାଦ୍ୟ ବି ସାମିଲ ହେବ ।

Advertisment

ଭାରତର ବିଭିନ୍ନ ସ୍ଥାନରେ ମିଳୁଥିବା ଭଳିକି ଭଳି ରାସ୍ତା ପାର୍ଶ୍ୱର ଚଟପଟା ଖାଦ୍ୟର ମଜା ନେବେ ବିଶ୍ୱସ୍ତରୀୟ ନେତା। ଏଥିସହ ସେମାନଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ଖାଦ୍ୟ ସାଙ୍ଗକୁ ସ୍ନାକ୍ସ ଓ ସୁଇଟ୍‌ ଡିସ୍‌ ବି ପରସାଯିବ । ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଚାନ୍ଦିନି ଚୌକ ଅଞ୍ଚଳର ବିଭିନ୍ନ ଷ୍ଟ୍ରିଟ ଫୁଡର ମଜା ନେବେ ଅତିଥି । ଏଥିନିମନ୍ତେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।

ନୂଆଦିଲ୍ଲୀର ବିଭିନ୍ନ ଷ୍ଟାର ହୋଟେଲରେ ଅତିଥିଙ୍କ ରହିବା ବ୍ୟବସ୍ଥା କରାଯାଇଥିବାରୁ ସେଠାରେ ମଧ୍ୟ ସେମାନଙ୍କ ପାଇଁ ମିଲେଟ୍‌ରେ ପ୍ରସ୍ତୁତ ବିଭିନ୍ନ ଡିସ୍‌ ଉପଲବ୍ଧ କରାଯିବ ।

Advertisment

ଆସନ୍ତା ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ ସଜେଇ ହୋଇ ସାରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ସୁଦ୍ଧା ପ୍ରାୟତଃ ସମସ୍ତ ବିଶ୍ୱସ୍ତରୀୟ ନେତା ଏହି ସମ୍ମିଳନୀ ନିମନ୍ତେ ଭାରତରେ ପହଞ୍ଚିଯିବେ।

କେନ୍ଦ୍ର ଓ ଦିଲ୍ଲୀ ସରକାର ମିଳିତ ଭାବେ ଦିଲ୍ଲୀକୁ ସୁନ୍ଦର ରୂପରେ ସଜେଇଛନ୍ତି। ଏଥିସହ ଦିଲ୍ଲୀ ଏକ ପ୍ରକାର ସୁରକ୍ଷା ଛାଉଣୀରେ ପରିଣତ ହୋଇଯାଇଛି। ଦେଶ ସମେତ ବିଭିନ୍ନ ଦେଶର ସୁରକ୍ଷା ଏଜେନ୍ସି କର୍ମୀ ବି ଭାରତରେ ଡେରା ପକାଇଛନ୍ତି।

Delhi G20 Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe