Advertisment

ସରକାରୀ ବ୍ୟବସ୍ଥାରେ ଚାଲିଥିବା ‘ଦୁର୍ନୀତି’ର ଗୁମର ଖୋଲିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ଏଠାରେ ଏମିତି ପ୍ରଶାସନିକ ଅଧିକାରୀ ରହିଛନ୍ତି ଯେଉଁମାନେ ସବୁଥି ପାଇଁ ନିର୍ଦ୍ଦେଶକୁ ଅପେକ୍ଷା କରନ୍ତି। ଏପରି କି ରାସ୍ତାରେ ଥିବା ଗାତକୁ ପୋତିବା ପାଇଁ ମଧ୍ୟ ସେମାନଙ୍କୁ ଅର୍ଡର ଦରକାର ବୋଲି ଗଡ଼କରୀ କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Gadkari

Gadkari

ସରକାରୀ ବ୍ୟବସ୍ଥାରେ ଚାଲିଥିବା ‘ଦୁର୍ନୀତି’ ଅଭ୍ୟାସକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ତଥା ବିଜେପି ଭେଟରାନ ନୀତୀନ ଗଡ଼କରୀ ତୀବ୍ର ସମାଲୋଚନା କରିଛନ୍ତି। ସେହିପରି ଯେଉଁ ସବୁ ଫାଇଲର ଓଜନ(ଟଙ୍କା) ଅଧିକ ସେଗୁଡ଼ିକ ଦ୍ରୁତଗତିରେ ଆଗକୁ ବଢ଼ିଥାଏ ବୋଲି ସେ କହିଛନ୍ତି।

Advertisment

ପୁଣେରେ ଇଞ୍ଜିନିୟର୍ସ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଗଡ଼କରୀ ଏପରି ମତ ରଖିଛନ୍ତି। ସରକାରୀ ବିଭାଗରେ ସ୍ୱଚ୍ଛତା ଓ ନିର୍ଦ୍ଧାରିତ ସମୟରେ ନିଷ୍ପତ୍ତି ନେବାର ଆବଶ୍ୟକତା ଉପରେ ସେ ଫୋକସ କରିଛନ୍ତି।

ସେ ଗୋଟିଏ ଜାତୀୟ ରାଜପଥ ପ୍ରକଳ୍ପର ଉଦାହରଣ ଦେଇ କହିଛନ୍ତି ଯେ ସଡ଼କ ଦୁର୍ଘଟଣା ଓ ମୃତାହାତ ଭଳି ଘଟଣା ପଛରେ ତ୍ରୁଟି ଯୁକ୍ତ ବିସ୍ତୃତ ପ୍ରୋଜେକ୍ଟ (ଡିପିଆର) ହିଁ ଦାୟୀ। ଅନ୍ୟ ସବୁ କାରଣ ତୁଳନାରେ ଡିପିଆରରେ ତ୍ରୁଟି ଯୋଗୁ ସଡ଼କ ଦୁର୍ଘଟଣା ଓ ମୃତାହତ ଭଳି ଘଟଣା ଘଟୁଛି।

Advertisment

ଏହାବାଦ ଏଠାରେ ଏମିତି ପ୍ରଶାସନିକ ଅଧିକାରୀ ରହିଛନ୍ତି ଯେଉଁମାନେ ସବୁଥି ପାଇଁ ନିର୍ଦ୍ଦେଶକୁ ଅପେକ୍ଷା କରନ୍ତି। ଏପରି କି ରାସ୍ତାରେ ଥିବା ଗାତକୁ ପୋତିବା ପାଇଁ ମଧ୍ୟ ସେମାନଙ୍କୁ ଅର୍ଡର ଦରକାର ବୋଲି ଗଡ଼କରୀ କହିଛନ୍ତି।

ସେ କହିଛନ୍ତି, “ଏଠାରେ ଚିଠି ଓ ଇଚ୍ଛାଶକ୍ତି ମଧ୍ୟରେ ପାର୍ଥକ୍ୟ ରହିଛି। ଯଦି ଜଣେ ଜ୍ଞାନୀବ୍ୟକ୍ତି ଆଇନ ପଛରେ ଥିବା ଇଚ୍ଛାଶକ୍ତିକୁ ବୁଝିବେ ନାହିଁ, ତା’ହେଲେ ଏହାର ଆବଶ୍ୟକତା କ’ଣ? ଆଜିର ଦିନରେ ମୋର ଏପରି କହିବା ଉଚିତ ହେଉନି। କିନ୍ତୁ ଯେଉଁଠୁ ଆପଣମାନେ (ପ୍ରଶାସନିକ ବାବୁ) ଟଙ୍କା ପାଉଛନ୍ତି, ସେଠାରେ ଦ୍ରୁତ ଗତିରେ କାମ କରୁଛନ୍ତି।

ନଚେତ ଆପଣମାନେ କାମ କରୁ ନାହାନ୍ତି। ଆମ ବ୍ୟବସ୍ଥାରେ କିଛି ନ୍ୟୁଟନଙ୍କ ବାପା ରହିଛନ୍ତି ଓ ଯଦି ଫାଇନାଲ ଓଜନ(ଟଙ୍କା) ବଢ଼ାଉଛନ୍ତି, ତା’ହେଲେ ଏହା ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସରକାରୀ ବ୍ୟବସ୍ଥାରେ ଧାର୍ଯ୍ୟ ସମୟ ଓ ସ୍ୱଚ୍ଛତାର ଅଭ୍ୟାସ ରହିବା ଦରକାର। ଲୋକମାନେ କହି ପାରନ୍ତି ଯେ ମୁଁ ଅତ୍ୟନ୍ତ ମର୍ମ କଥା କହୁଛି। କିନ୍ତୁ ମୁଁ ଆଶା କରୁଛି ଯେ ଯୁବଗୋଷ୍ଠୀ ଏଥିରୁ କିଛି ଶିକ୍ଷା ଲାଭ କରନ୍ତୁ।”

PM Modi Nitin Gadkari