/odisha-reporter/media/media_files/2026/02/18/ai-2026-02-18-14-15-08.jpg)
ଏଆଇ
ଦିଲ୍ଲୀରେ ଚାଲିଥିବା ବିଶାଳ ଏଆଇ(AI) ସମ୍ମିଳନୀରେ ଘଟିଛି ଲଜ୍ଜାଜନକ ଘଟଣା। ଗ୍ରେଟର ନୋଏଡାର ଗଲଗୋଟିୟା ବିଶ୍ୱବିଦ୍ୟାଳୟ ଚାଇନା ଜିନିଷକୁ ନିଜର ବୋଲି କହି ଏଆଇ ସମ୍ମିଳନୀରେ ଭାଗ ନେଇଥିଲା। ବିଶେଷ କରି ଚାଇନିଜ ରୋବଟିକ ଡଗକୁ ବିଶ୍ୱବିଦ୍ୟାଳୟ ନିଜର ବୋଲି କହିଥିଲା। ଏକଥା ଜଣାପଡ଼ିବାପରେ ଉକ୍ତ ବିଶ୍ୱବିଦ୍ୟାଳୟକୁ ତୁରନ୍ତ ସମ୍ମିଳନୀରୁ ତଡ଼ି ଦିଆଯାଇଛି। ସମ୍ମିଳନୀରେ ଲାଗିଥିବା ଗଲଗୋଟିୟା ବିଶ୍ୱବିଦ୍ୟାଳୟର ଷ୍ଟଲକୁ ହଟା ଯାଇଛି।
ବିଶ୍ୱବିଦ୍ୟାଳୟ ଚାଇନିଜ ଜିନିଷକୁ ନିଜର ବୋଲି କହି ପୂରା ଦେଶର ମଜାକ ଉଡ଼ାଇଛି। ଜିନିଷ ଆଉ କାହାର ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟର ଜଣେ ମହିଳା ପ୍ରଫେସର ସର୍ବସମ୍ମୁଖରେ ଏହାକୁ ନିଜର ବୋଲି ଦାବି କରିଥିଲେ। କ୍ୟାମେରା ସାମ୍ନାରେ ରୋବଟିକ ଡଗକୁ ନିଜର ବୋଲି କହି ପ୍ରଶଂସା ସାଉଁଟିଥିଲେ।
ଏବେ ସବୁ କିଛି ଧରା ପଡ଼ି ଯିବା ପରେ ବି ବିଶ୍ୱବିଦ୍ୟାଳୟକୁ ଏଆଇ ସମ୍ମିଳନୀରୁ ତଡ଼ା ଖାଇବାକୁ ପଡ଼ିଛି। ସେହିପରି ଦେଶର ସମ୍ମାନ ସହ ଖେଳିଥିବା ବିଶ୍ୱବିଦ୍ୟାଳୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ତୀବ୍ର ହୋଇଛି।
ବିବାଦ ଘନଉଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସଫେଇ ଦେବାକୁ ପଛାଇ ନାହାନ୍ତି। କର୍ତ୍ତୃପକ୍ଷଙ୍କ କହିବା କଥା ଯେ ସେମାନେ ରୋବୋଟିକ ଡଗକୁ ନିଜରୁ ବୋଲି କେବେ ହେଲେ ଦାବି କରି ନାହାନ୍ତି। ସେହିପରି ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମ୍ମିଳନୀ ଖାଲି କରିବାକୁ କୁହାଯାଇ ନଥିବା ମଧ୍ୟ ବିଶ୍ୱବିଦ୍ୟାଳୟର ଜଣେ ମହିଳା ପ୍ରଫେସର ଦାବି କରିଛନ୍ତି।
ପୂରା ଘଟଣା ସୋଶାଲ ମିଡିଆରୁ ହିଁ ସାମ୍ନାକୁ ଆସିଥିଲା। ବିଶ୍ୱବିଦ୍ୟାଳୟ ଏଆଇ ସମ୍ମିଳନୀରେ ପ୍ରଦର୍ଶନ କରିଥିବା ରୋବୋଟିକ ଡଗରେ ଚାଇନିଜ ଜିନିଷ ଲାଗିଥିବା ପ୍ରଥମେ ସୋଶାଲ ମିଡିଆ ବ୍ୟବହାରକାରୀ ଜାଣିବାକୁ ପାଇଥିଲେ। ଏହାପରେ ଚାଇନିଜ ଦ୍ରବ୍ୟକୁ ଭାରତ ସରକାର ନିଜର ଏଆଇ ସମ୍ମିଳନୀରେ ସ୍ଥାନ ଦେଇଥିବାରୁ ବିବାଦ ଦେଖାଯାଇଥିଲା।
ବିଶ୍ୱବିଦ୍ୟାଳୟ ପକ୍ଷରୁ ବାସ୍ତବରେ ଗୋଟିଏ ସର୍ଭେଲାନ୍ସ ରୋବୋଟିକ ଡଗକୁ ଦିଲ୍ଲୀରେ ଚାଲିଥିବା ଏଆଇ ସମ୍ମିଳନୀରେ ପ୍ରଦର୍ଶନ କରାଯାଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ଦେଖାଯାଇଥିଲା ଯେ ବିଶ୍ୱବିଦ୍ୟାଳୟର ପ୍ରଫେସର ନେହା ସିଂହ ଏହାକୁ ପ୍ରଦର୍ଶନ କରିବା ସହ ବିଶ୍ୱବିଦ୍ୟାଳୟର ୩୫୦ କୋଟି ଏଆଇ କାର୍ଯ୍ୟକ୍ରମ ଜରିଆରେ ଏହାକୁ ବିକଶିତ କରାଯାଇଥିବା ଦାବି କରିଥିଲେ। ସେ ବେଶ ଗର୍ବର ସହ କହିଥିଲେ ଯେ ଏହି ରୋବୋଟିକ ଡଗ ଆପେଆପେ କ୍ୟାମ୍ପସରେ ବୁଲିବା ସହ ସର୍ଭେଲାନ୍ସ କରିବାକୁ ସକ୍ଷମ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୋଷ୍ଟ କରିଥିବା ଭିଡିସଓରେ ଏହି ରୋବୋଟିକ ଡଗ ରହିଥିଲା। କିନ୍ତୁ ବାସ୍ତବରେ ଉକ୍ତ ରୋବୋଟିକ ଡଗ ଥିଲା ଚାଇନିଜ ମେଡ ୟୁନିଟ୍ରୀ ଜିଓ୨। Unitree Go2 ବ୍ୟବସାୟୀ ପାଇଁ ଉପଲବ୍ଧ ରହିଛି। ୨.୩ ଲକ୍ଷ ଟଙ୍କାରେ ବିପୁଳ ସଂଖ୍ୟାରେ ଏହାକୁ ତିଆରି କରାଯାଇ ପାରିବ ବୋଲି Unitree Go2 କହିଛି।
Unitree ହେଉଛି ଗୋଟିଏ ଚାଇନିଜ ରୋବୋଟିକ କମ୍ପାନୀ। ଏହି କମ୍ପାନୀ ୪ ଗୋଡ଼ିଆ ରୋବୋଟ ନିର୍ମାଣ କରିବାରେ ବେଶ ମାହିର। ପ୍ରକୃତ କୁକର ଭଳି ଏହା ରୋବୋଟ ତିଆରି କରିବା ସହ ସର୍ଭେଲାନ୍ସ ପାଇଁ ସକ୍ଷମ ବୋଲି କହିଛି।
କିନ୍ତୁ ଗଲଗୋଟିୟା ବିଶ୍ୱବିଦ୍ୟାଳୟ ସମସ୍ତଙ୍କୁ ଧୋକା ଦେବାକୁ ଚେଷ୍ଟା କରି ନିରାଶ ହୋଇଛି। ସବୁ କିଛି ଧରା ପଡ଼ିଯିବା ପରେ ବିଶ୍ୱବିଦ୍ୟାଳୟର ଷ୍ଟଲକୁ ହଟା ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
